ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ଗାବ୍ରେଲ ଗାର୍ସିଆ ମାରକୁଏଜଙ୍କ ଅବୈଧ କନ୍ୟାଙ୍କୁ ସାମ୍ବାଦିକମାନେ ଆବିଷ୍କାର କରିଛନ୍ତି।
ମାରକୁଏଜ ଏବଂ ଲେଖକ ସାମ୍ବାଦିକ ଶୁସାନା କାଟୋଙ୍କ ନିଷିଦ୍ଧ ପ୍ରଣୟର ସନ୍ତକ ଇନ୍ଦିରାଙ୍କୁ ମେକ୍ସିକୋର ସମ୍ବାଦପତ୍ର ଏଲ ୟୁନିଭରସାଲ ଅବିଷ୍କାର କରିଛି।

କୁହାଯାଉଛି ଯେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ନାମରେ ଏହି କନ୍ୟାର ନାମ ଇନ୍ଦିରା ରଖାଯାଇଛି। ପ୍ରକାଶ ଥାଉକି ଇନ୍ଦିରା ଗାନ୍ଧୀ ପ୍ରଥମେ ମାରକୁଏଜଙ୍କୁ ନୋବେଲ ପୁରସ୍କାର ପାଇଁ ଶୁଭେଚ୍ଛା ଜଣାଇଥିଲେ।
ମାରକୁଏଜ ଓ ଶୁସାନା ନବେ ଦଶକରେ ଏକାଠି ସିନେମା ପାଇଁ ପଟକଥା ଲେଖିଲା ବେଳେ ପ୍ରମେରେ ପଡ଼ିଥିଲେ। ସେମାନେ ସେମାନଙ୍କର ଏହି ଅବୈଧ ପ୍ରଣୟରୁ ଜାତ ଏହି କନ୍ୟାର ପରିଚୟ ଅତ୍ୟନ୍ତ ଗୋପନ ରଖିଥିଲେ।
ତିରିଶ ବର୍ଷ ବୟସ୍କା ଇନ୍ଦିରା ତାଙ୍କ ମା’ଙ୍କ ନାମରେ ଇନ୍ଦିରା କାଟୋ ନାମରେ ପରିଚିତ ଥିଲେ। ସେ ବର୍ତମାନ ଜଣେ ପ୍ରାମାଣିକ ଚଳଚିତ୍ର ନିର୍ମାତା। ମେକ୍ସିକୋ ଦେଇ ପ୍ରବେଶ କରୁଥିବା ପଳାୟନକାରୀ ନାଗରିକ ଉପରେ ଆଧାରିତ ତାଙ୍କର ୨୦୧୪ର ପ୍ରାମାଣିକ ଚଳଚିତ୍ରକୁ ଅନେକ ପୁରସ୍କାର ମିଳିଛି।
ମାରକୁଇଜ ୧୯୧୪ରେ ମୃତ୍ୟୁ ବରଣ କରିଥିଲେ। ତାଙ୍କର ପତ୍ନୀ ମର୍ସଡିସ ବାର୍ଚ୍ଚାଙ୍କ ତରଫରୁ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି।