Nation

ବାହାଘର ପାଇଁ ଅଟକିଗଲା ମେୟରଙ୍କ ବିଦା ହେବା

Published

on

ନୂଆଦିଲ୍ଲୀ: ପଦବୀରୁ ବିଦାହେବା ଥୟ ଥିଲା। ହେଲେ ଝିଅ ବାହାଘର ପାଇଁ ଅଟକିଗଲା ବିଦା ହେବା।

ଆଇନ ଅନୁଯାୟୀ ମେୟର ଇସ୍ତଫା ଦେବାର ଥିଲା। ହେଲେ ଆଗରେ ଝିଅ ବାହାଘର। ନିମନ୍ତ୍ରଣପତ୍ରରେ ଛପା ହୋଇଛି ମେୟର ବାପାଙ୍କ ନାଁ। ନାଁ ତଳେ ଠିକଣାରେ ଲେଖା ହୋଇଛି ପଦବୀ- ମେୟର। ଏହି ସମୟରେ ମେୟର ପଦବୀ ଚାଲିଗଲେ ଆଉ ଇଜ୍ଜତ ମହତ ରହିବ ନାହିଁ।

ଏହିଭଳି ଏକ ନିଆରା କଥା ଉଠାଇଥିଲେ ମେୟରଙ୍କ ଓକିଲ ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ। ବାହାଘର ସାରିବା ପର୍ଯ୍ୟନ୍ତ ମେୟର ପଦବୀରେ ରଖିବା ପାଇଁ କୋର୍ଟକୁ ଅନୁରୋଧ କରିଥିଲେ।

ପ୍ରତିପକ୍ଷ ଓକିଲ ଏହାକୁ ବିରୋଧ କରିନଥିଲେ। ହେଲେ ମେୟର କୌଣସି ପାଲିସି ନିଷ୍ପତ୍ତି ନେଇପାରିବେ ନାହିଁ ବୋଲି କହିଥିଲେ।

କୋର୍ଟ କହିଥିଲେ ବାହାଘର ହିଁ ଏକ ପଲିସି ନିଷ୍ପତ୍ତି। କୋର୍ଟ ବାହାଘର କଥାତ କହିଲେ ନାହିଁ, ତେବେ କୋର୍ଟ ଓକିଲଙ୍କୁ କହିଥିଲେ ଆସନ୍ତା ତାରିଖ ପୂର୍ବରୁ ତାଙ୍କ ମହକିଲଙ୍କୁ ମେୟର ପଦରୁ ଇସ୍ତଫା ଦେଇଦେବାକୁ ହେବ।

Leave a Reply

Your email address will not be published. Required fields are marked *

Trending

Exit mobile version