ଟାଙ୍ଗୀ – ଚୌଦ୍ୱାର ଟାଙ୍ଗୀ ଥାନା ଅନ୍ତର୍ଗତ ଝାଡେଶ୍ୱର କଡେଇ ଗ୍ରାମରେ ସମ୍ପର୍କୀୟ ଝିଆରୀକୁ ଦୁଷ୍କର୍ମ କରି ଦାଦା ଜେଲ ଯାଇଥିବା ଜଣାପଡିଛି । କଡେଇ ଗ୍ରାମର ଜୈନେକ ଯୁବତୀକୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ସେହି ଗ୍ରାମର ସ୍ୱର୍ଗତଃ ଭଗବାନ ଆ•ର୍ଯ୍ୟଙ୍କ ପୁଅ ସୁଧାଂଶୁ ଶେଖର ଆ•ର୍ଯ୍ୟ (୩୦) ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । କେବଳ ସେତିକି ନୁହେଁ ଏପରି ଜଘଣ୍ଣ୍ୟ କାଣ୍ଡର ଭିଡିଓ ପ୍ରସ୍ତୁତ କରି ବିଭିନ୍ନ ସମୟରେ ଟଙ୍କା, ସୁନା ସହିତ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥାଏ । ଝିଆରୀ ଏହି କଥା କାହାକୁ ନକହି ଦାତା ସୁଧାଂଶୁ ଯାହା ଯେତେବେଳ ମାଗେ ସେ ବାଧ୍ୟ ହୋଇ ତାକୁ ଦେଇଥାଏ । ଶେଷରେ ଯୁବତୀ ନିଜକୁ ଅସହାୟ ମନେକରି ତାର ପରିବାର ଆଗରେ ଏହି ବିଷୟରେ ପ୍ରକାଶ କରିଥିଲା । ଏ ସମ୍ପର୍କରେ ଟାଙ୍ଗୀ ଥାନାର ଲିଖିତଅଭିଯୋଗ କରିବା ପରେ ଥାନା ଅଧିକାରୀ ବିମଳ କୁମାର ବାରିକ ତଦନ୍ତ ଯୋରଦାର କରିଥିଲେ । ଶେଷରେ ଦୁଷ୍କର୍ମ କରିଥିବା ସମ୍ପକୀୟା ଦାତା ସୁଧାଂଶୁ ଶେଖର ଆ•ର୍ଯ୍ୟଙ୍କୁ ଗିରଫ କରି ତା ଠାରୁ ନିଜର ଅଶ୍ଳିଳ ଭିଡିଓ ଥିବା ଏକ ମେମୋରୀ କାର୍ଡ ଜବତକରିବା ସହ ଉଭୟଙ୍କୁ ଡାକ୍ତରୀ ମାଇନା କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି ।