Nation

ମିଡିଆ-ମନ୍ତ୍ରୀ ୪୨ ଲକ୍ଷ ଟଙ୍କାର କ୍ରିକେଟ ମ୍ୟାଚକୁ ନେଇ ଝାରଖଣ୍ଡ ସୋରେନ ସରକାର ଅଡୁଆରେ

Published

on

ରଞ୍ଚି: ମିଡିଆ ଓ ମନ୍ତ୍ରୀ-ଏମଏଲଏ ମଧ୍ୟରେ ଗତ ମାର୍ଚ୍ଚ ମାସରେ ହୋଇଥିବା ଦୁଇଟି ମଧୁର କ୍ରିକେଟ ମ୍ୟାଚକୁ ନେଇ ଝାରଖଣ୍ଡର ହେମନ୍ତ ସୋରେନ ସରକାର ଏବେ ଅଡୁଆରେ ପଡିଛି।

ମ୍ୟାଚ ପାଇଁ ଟ୍ରକ ସୁଟ, ଟି-ସାର୍ଟ, କ୍ୟାପ, କିଟବ୍ୟାଗ, ଜୋତା ମୋଜା ଆଦି ବାବଦରେ ଖର୍ଚ୍ଚ ହୋଇଥିବା ୪୨ ଲକ୍ଷ ଟଙ୍କାର ବିଲ ଏବେ ରାଜ୍ୟ କ୍ୟାବିନେଟରେ ଉପସ୍ଥାପିତ ହୋଇଛି। ତେବେ କରୋନା ମହାମାରୀ ସମୟରେ ଏହି ମ୍ୟାଚ ପାଇଁ କ୍ୟାବିନେଟ କିଭଳି ଏତେ ଅର୍ଥ ଖର୍ଚ୍ଚକୁ ଅନୁମୋଦନ କରିବା ତାହାକୁ ନେଇ ଅଡୁଆ ଦେଖାଦେଇଛି।

ଏହି ଦୁଇଟି ମ୍ୟାଚ ମାର୍ଚ୍ଚ ମାସରେ ମୁଖ୍ୟମନ୍ତ୍ରୀ ଏକାଦଶ,  ବାଚସ୍ପତି ଏକାଦଶ ଏବଂ ମିଡିଆ ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ତେବେ ମୋଟ ୩୩ ଜଣ ଖେଳାଳୀ ମୈଦାନରେ ଓଲ୍ହାଇ ଥିବା ବେଳେ ୧୦୦ ଜଣଙ୍କୁ କୀଟ, ଜର୍ସି , ଯୋତା ମୋଜା ମିଳିଥିଲା। ବିଧାନସଭାର ବାବୁ ଓ ଚାପରାସୀଙ୍କୁ ମଧ୍ୟ ମିଳିଥିଲା ଖେଳ ସରଞ୍ଜାମ।

Leave a Reply

Your email address will not be published. Required fields are marked *

Trending

Exit mobile version