ଭୁବନେଶ୍ୱର : ମୋଗଲ ସମ୍ରାଟ ଶାହା ଜାହାନଙ୍କ ପୁତ୍ର ଦାରା ଶେଖୋ ବାହାଘର l ଆକାଶ ଛୁଆଁ ତୋରଣ, ଦଶ ଲକ୍ଷ ରୋଷଣୀ, ହାତୀ ପ୍ରମାଣ ବାଣ, ଅତିଥିମାନଙ୍କ ଅଭ୍ୟର୍ଥନା ପାଇଁ ସୁନାଜରି ବୁଣା କମରବନ୍ଧ, ଅତର, ନାନାଦି ଫୁଲ, ମୁଖ ରୋଚକ ସୁବାସିତ ପାନ, ଆଉ ପ୍ରକାର ପ୍ରକାରର ଖାଦ୍ୟ ପଦାର୍ଥ ଓ ଫଳ ମୂଳ. ସେତେବେଳର ସେ ବାହାଘର ଖର୍ଚ୍ଚ ଅଜିକା ଦିନରେ ହିସାବ କଲେ 400 କୋଟି ଟଙ୍କା ହେବ.
ହେଲେ ଅମ୍ବାନୀ ପୁଅ ବାହାଘର ଏହି ରାଜା ବାହାଘରକୁ ବି ଫିକା କରି ଦେଇଛି. ବର୍ଷେ ହେଲା ଚାଲିଛି ବାହାଘର l ଆଜି ଦେଶରେ କେଉଁଠି ସୁନ୍ଦର ପର୍ଯ୍ୟଟନ ସ୍ଥଳରେ ତ କାଲି ବିଦେଶରେ କେଉଁ ହୋଲିଡେ ରିସର୍ଟରେ ପାର୍ଟି l ଅଥିତି ମାନଙ୍କୁ ଦାମୀ ଦାମୀ ଘଡିର ଉପହାର l
ଅମ୍ବାନୀ ବାହାଘରର ମୋଟ ଖର୍ଚ୍ଚର ହିସାବ 886 କୋଟି ଟଙ୍କା ହେବ l ଶାହ ଜହାନ ପୁଅ ବାହାଘର ଖର୍ଚ୍ଚ 400 କୋଟି ଟଙ୍କା ହେବା ବେଳକୁ ଅମ୍ବାନୀ ପୁଅ ବାହାଘର ଖର୍ଚ୍ଚ 886 କୋଟି ଟଙ୍କା. ଭାରତର ନୂଆ ବାଦଶାହା…