ଭୁବନେଶ୍ୱର: ଦେଶର କୋଭିଡ ଅନାଥ ପିଲାଙ୍କୁ କେନ୍ଦ୍ରୀୟ ବିଦ୍ୟାଳୟରେ ଏମପି କୋଟରେ ଚଳିତ ବର୍ଷ ମିଳିବ ଆଡ଼ମିଶନ।
ଏକ ଗୁରୁତ୍ୱପୂର୍ଣ ନିଷ୍ପତି ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରୀୟ ବିଦ୍ୟାଳୟରେ ନାମ ଲେଖା ପାଇଁ ଥିବା ଏମପି କୋଟାକୁ ରଦ୍ଦ କରିଦେଇଛନ୍ତି। ବର୍ତମାନ ଏହି କୋଟରେ ଦେଶର କୋଭିଡ ଅନାଥ ପିଲାଙ୍କୁ ମିଳିବ ନାମ ଲେଖାର ସୁଯୋଗ।
ପ୍ରକାଶ ଥାଉକି କେନ୍ଦ୍ରୀୟ ବିଦ୍ୟାଳୟରେ ନାମଲେଖା ପାଇଁ ପ୍ରତିବର୍ଷ ଏମପି ମାନଙ୍କୁ ୧୦ ଟି କୋଟା ମିଳିଥାଏ। ବର୍ତ୍ତମାନ କେନ୍ଦ୍ର ସରକାର ଏହି କୋଟା ବ୍ୟବସ୍ଥା ସମ୍ପୂର୍ଣ ବନ୍ଦ କରିବାକୁ ଯୋଜନା କରୁଛନ୍ତି। ଗତ ଅଧିବେଶନରେ କେତେକ ଏମପି ଏହି କୋଟାକୁ ୫୦କୁ ବୃଦ୍ଧି କରିବାକୁ ଦାବୀ କରୁଥିବା ବେଳେ କେତକ ଏହି ବ୍ୟବସ୍ଥାକୁ ଉଛେଦ କରିବାକୁ ଦାବି କରିଥିଲେ। ଏହାକୁ ଦୃଷ୍ଟିରେ ରଖି ଲୋକସଭା ବାଚସ୍ପତି ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏ ସମ୍ପର୍କରେ ଅନୁଧ୍ୟାନ କରିବାକୁ ନିର୍ଦେଶ ଦେଇଥିଲେ।
ପ୍ରକାଶ ଥାଉକି ପୂର୍ବରୁ ଏମପି କୋଟାକୁ ଛାଡିଦେଲେ ଶିକ୍ଷାମନ୍ତ୍ରୀ ନିଜ ଇଛାଧୀନରେ ୨୦୦ ରୁ ୩୦୦ ସିଟ ଆଲଟ କରୁଥିଲେ। ଏଥିରୁ ସିଂହଭାଗ ମନ୍ତ୍ରୀ, ଏମପି ଏବଂ ଅଫିସର ମନେ ପାଉଥିଲେ।
ତେବେ ଧର୍ମେନ୍ଦ୍ର ପ୍ରଧାନ ମନ୍ତ୍ରୀ ହେବାପରେ ଏହି ମନ୍ତ୍ରୀଙ୍କ ଇଚ୍ଛାଧୀନ କୋଟକୁ ଗତ ବର୍ଷରୁ ବନ୍ଦ କରିଦେଇଛନ୍ତି।