ଭାରତୀୟ ପୋଲିସ୍ ସେବାର ବରିଷ୍ଠ ଅଧିକାରୀ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ରାଜ୍ୟ ପୋଲିସ୍ ମୁଖ୍ୟାଳୟ ଠାରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ୧୯୯୦ ବ୍ୟାଚ୍ର ଏହି ବରିଷ୍ଠ ଅଧିକାରୀ ପୂର୍ବରୁ କମିସନରେଟ୍ ପୋଲିସ୍ କମିସନର୍ ଭାବେ ଦକ୍ଷତାର ସହ କାର୍ଯ୍ୟ ନିର୍ବାହ କରିଛନ୍ତି । ଏଥି ସହ ଶ୍ରୀ ଖୁରାନିଆ ରାଜ୍ୟ ଭିଜିଲାନ୍ସ ଓ କ୍ରାଇମ୍ ବ୍ରାଞ୍ଚର ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ଭାବେ ଦକ୍ଷତାର ସହ କାର୍ଯ୍ୟ ସମ୍ପାଦନ କରିଛନ୍ତି । ପୂର୍ବତନ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ସତ୍ୟଜିତ ମହାନ୍ତି କମିସନରେଟ୍ ପୋଲିସ୍ରେ କମିସନର ଭାବେ କାର୍ଯ୍ୟରେ ଯୋଗଦେବା ପରେ ଶ୍ରୀ ଖୁରାନିଆ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଦାୟିତ୍ୱ ଗ୍ରହଣ ସମୟରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ର, ଆଇ.ଜି ଅସିତ କୁମାର ପାଣିଗ୍ରାହୀ ଓ ଅମିତାଭ ଠାକୁର ପ୍ରମୁଖ ଉପସ୍ଥିତ