Nation

ନବୀନ ସରକାର ଚାକିରୀ ଦେବାରେ ବିଫଳ ହୋଇଥିଲା : ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ

Published

on

ଭୁବନେଶ୍ୱର: ପୂର୍ବର ନବୀନ ପଟ୍ଟନାୟକ ସରକାର ରାଜ୍ୟର ଯୁବକଙ୍କୁ ଚାକିରୀ ଦେବାରେ ବିଫଳ ହୋଇଥିଲା । ରାଜ୍ୟରେ ବିଜେପି ସରକାର ଆସିବା ପରେ ଯୁବକମାନଙ୍କ ପାଇଁ ଚାକିରୀ ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦେଉଛି । ମୋ ସରକାର ରାଜ୍ୟରେ ଉତ୍କର୍ଷ ଓଡିଶା ମାଧ୍ୟମରେ 17 ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ବ୍ୟବସ୍ଥା କରି 13 ଲକ୍ଷ ନିଯୁକ୍ତି ସୃଷ୍ଟି କରିବାର ବାଟ ଫିଟାଇଛି।

ନୁ ଇଣ୍ଡିଆନ ଏକ୍ସପ୍ରେସ ଖବରକାଗଜ ପକ୍ଷରୁ ଶନିବାର ଏଠାରେ   ଆୟୋଜିତ 13ତମ ସାହିତ୍ୟ ଉତ୍ସବ ଅବସରରେ ପ୍ରଭୁ ଚାୱଲାଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି କଥା କହିଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀର ।

ଏକ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମରେ ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ ର ଏଡିଟରିଆଲ ଡିରେକଟର ପ୍ରଭୁ ଚାୱଲା ପଚାରିଥିଲେ ନବୀନ ସରକାରର ବିଫଳତା କଣ ଥିଲା ଯାହାକୁ ଆପଣଙ୍କ ସରକାର କରିବାକୁ ଯାଉଛି ।

ଆପଣଙ୍କ ସରକାର ବିଜୁ ବାବୁଙ୍କ ନାଁ ରେ ଚାଲୁଥିବା କାର୍ଯ୍ୟକ୍ରମ ଗୁଡିକରୁ ବିଜୁ ବାବୁଙ୍କ ନାଁ ହଟାଇ ଦେଉଛନ୍ତି ବୋଲି ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଥିଲେ ବିଜୁବାବୁ ଏ ମାଟିର ଜଣେ ବର ପୁତ୍ର ତାଙ୍କ ପ୍ରତି ଅମର ସମ୍ମାନ ଅଛି ।

ପୂର୍ଵରୁ ଦୁଇ ଦିନିଆ ଏହି ସାହିତ୍ୟ ଉତ୍ସବକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶାର ସମସ୍ତ 62 ଜନଜାତି ସମ୍ପ୍ରଦାୟର କଥୋପ କଥନ ଭାଷାକୁ ଓଡ଼ିଆ ଭାଷାରେ ଲିପିବଦ୍ଧ କରି ତାହାକୁ ସରକ୍ଷିତ କରିବାର କାର୍ଯ୍ୟ ରାଜ୍ୟ ସରକାର ହାତକୁ  ନେଇଛନ୍ତି ।

ଏହିସବୁ ଆଦିବାସୀ ଭାଷା ମାନଙ୍କର ସ୍କ୍ରିପ୍ଟ ନାହିଁ। ତେଣୁ ସେମାନଙ୍କ ପାଇଁ ଓଡିଆ ଲିପିରେ ପୁସ୍ତକ ଲେଖାଯିବ, କିନ୍ତୁ ସେମାନଙ୍କ ଭାଷାରେ ହିଁ ପାଠ୍ୟ ପୁସ୍ତକ ଏବଂ ଅନ୍ୟାନ୍ୟ ବହି ପଢାଯିବ।

 

ପ୍ରାରମ୍ଭରେ ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସର ରେସିଡେଣ୍ଟ ଏଡିଟର ଶିବ ମହାନ୍ତି ସ୍ୱାଗତ ଭାଷଣ ଦେଇଥିଲେ ଏବଂ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଲକ୍ଷ୍ମୀ ମେନନ ଧନ୍ୟବାଦ ଜ୍ଞାପନ କରିଥିଲେ।

 

 

Leave a Reply

Your email address will not be published. Required fields are marked *

Trending

Exit mobile version