ଭୁବନେଶ୍ୱର: ଚଳିତ ବର୍ଷ ଆସନ୍ତା ଜୁଲାଇ ମାସରେ ହେବ ଦେଶର ରାଷ୍ଟ୍ରପତି ପଦଵୀ ପାଇଁ ନିର୍ବାଚନ। ଦେଶର ସଂସାଦ ଏବଂ ବିଧାୟକମାନେ ରାଷ୍ଟ୍ରପତି ନିର୍ବାଚିତ କରିବେ।
ଏଥର ନିର୍ବାଚନରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଷ୍ଟ୍ରପତି ପାର୍ଥି ଦେବାର ସମ୍ଭାବନା ରହିଛି। ରାଷ୍ଟ୍ରପତି ନିର୍ବାଚନରେ ନବୀନଙ୍କ ବିଜେଡି ଦଳର ଭୂମିକା ଗୁରୁତ୍ୱପୂର୍ଣ୍ଣ ନହେଲେବି କୌଣସି କାରଣରୁ ଗୌଣ ନୁହେଁ।
ରାଷ୍ଟ୍ରପତି ନିର୍ବାଚନର ଅଙ୍କରୁ ସ୍ପଷ୍ଟଯେ ଶାସକ ଏନଡିଏ ଦଳ ବା ମୁଖ୍ୟ ବିରୋଧି କଂଗ୍ରେସ ଓ ଏହାର ସହଯୋଗୀ ଦଳ ନିଜ ବଳରେ ନିଜର ପାର୍ଥିଙ୍କୁ ରାଷ୍ଟ୍ରପତି ଭାବେ ନିର୍ବାଚିତ କରିପାରିବେ। ଏହି ଦୁଇ ପ୍ରମୁଖ ରାଜନୈତିକ ଗୋଷ୍ଠୀଙ୍କୁ ବିଜେଡି ଭଳି କିଛି ନିରପେକ୍ଷ ଦଳର ଭୋଟ ଉପରେ ନିର୍ଭର କରିବାକୁ ହେବ।
ରାଷ୍ଟ୍ରପତି ନିର୍ବାଚନର ମୋଟ ଭୋଟ ଅନୁପାତ ୧୦,୯୮,୯୦୩ ଦୃଷ୍ଟିରୁ ନିର୍ବାଚନ ଜିତିବାକୁ ହେଲେ ପାର୍ଥିକୁ ୫,୪୯,୪୫୨ ଭୋଟ ହାସଲ କରିବାକୁ ହେବ। ତେବେ ବର୍ତମାନ ଏନଡିଏ ପାଖରେ ୫,୩୯,୮୨୭ ଭୋଟ ରହିଛି। ଏହାକୁ ଆହୁରି ୯,୬୨୫ ଭୋଟ ଯୋଗାଡ଼ କରିବାକୁ ହେବ।
ଏଭଳି ଏକ ସ୍ଥିତିରେ ନବୀନ ବିଜେଡି ଦଳର ନିରପେକ୍ଷତାକୁ ବଜାୟ ରଖିବାକୁ ଏକ ପାର୍ଥି ଦେବାର ବହୁତ ସମ୍ଭାବନା ରହିଛି। ନବୀନଙ୍କ ପାର୍ଥିଙ୍କୁ ଏନଡିଏ ବା କଂଗ୍ରେସ ସମର୍ଥନ କରିପାରେ। ଏଭଳି ସ୍ଥିତିରେ ଦଳର ନିରପେକ୍ଷତା ଦୃଶ୍ୟମାନ ହୋଇପାରିବ।
ଅତୀତରେ ନବୀନ ୨୦୧୨ ନିର୍ବାଚନରେ ପର ପୂର୍ବତନ ଲୋକସଭା ବାଚସ୍ପତି ପିଏ ସଙ୍ଗମାଙ୍କୁ ରାଷ୍ଟ୍ରପତି ପାର୍ଥି କରିଥିଲେ। ସଙ୍ଗମା ସେତେବେଳେ କଂଗ୍ରେସ ଛାଡି ନିଜର ଏନପିପି ଦଳ ଗଠନ କରିଥିଲେ। ତାଙ୍କ ପର୍ଥୀତ୍ବକୁ ସେତବେଳର ମୁଖ୍ୟ ବିରୋଧୀ ଦଳ ବିଜେପି ସମର୍ଥନ ଜଣାଇଥିଲା। ତେବେ ସେତେବେଳେ କଂଗ୍ରେସ ନେତୃତ୍ଵ।ଧୀନ ଉପା ପାର୍ଥି ପ୍ରଣବ ମୁଖାର୍ଜୀ ନିର୍ବାଚନ ଜିତି ରାଷ୍ଟ୍ରପତି ହୋଇଥିଲେ।
ଓଡ଼ିଶାର ମୋଟ ଭୋଟ ଅନୁପାତ ୨୧୯୦୩ ଥିବା ବେଳେ ବିଜେଡି ପାଖରେ ପାଖାପାଖି ୧୮୦୦୦ ଭୋଟ ରହିଛି।
ବିନେଡିର ଏହି ଭୋଟ ନିଜର ପାର୍ଥିକୁ ଜିତାଇ ପାରି ନପାରେ କିନ୍ତୁ ଏହି ସଂଖ୍ୟା ଆଗାମୀ ଦିନରେ କିଏ ରାଷ୍ଟ୍ରପତି ହେବ ତାହାପାଇଁ ନିଶ୍ଚିତ ଭାବେ ନିର୍ଣ୍ଣାୟକ ହେବ।