Nation

ନବୀନଙ୍କ ପାଇଁ ସରକାରୀ କଳ ରାତି ଅନିଦ୍ରା

Published

on

ଭୁବନେଶ୍ୱର : ବିରୋଧୀ ଦଳ ନେତା ନବୀନ ପଟନାୟକଙ୍କ ପାଇଁ ଗତକାଲି ସରକାରୀ କଳକୁ ରାତ୍ରି ଅନିଦ୍ରା ହେବାକୁ ପଡିଛି l

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡିଶା ଆସିବେ ଏବଂ ତାଙ୍କର ଜନ୍ମଦିନରେ ରାଜ୍ୟରେ ସୁଭଦ୍ରା ଯୋଜନା ଟଙ୍କା ଦଶ ଲକ୍ଷ ହିତାଧିକାରୀଙ୍କୁ ବାଣ୍ଟି ଯୋଜନାର ଶୁଭାରମ୍ଭ କରିବେ l ପ୍ରଧାନମନ୍ତ୍ରୀ ଏହି ଅବସରରେ ଭୁବନେଶ୍ୱରରେ ସୁଭଦ୍ରା ଯୋଜନାର ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନର କେତକ ହିତାଧିକାରୀଙ୍କୁ ଭେଟି ବାର୍ତାଳାପ କରିବେ l

ପ୍ରଧାନମନ୍ତ୍ରୀଙ୍କ ଏହି ବାର୍ତାଳାପ କାର୍ଯ୍ୟକ୍ରମ ସରକାରୀ କଳର ନିଦ ହଜେଇ ଦେଇଛି l ପ୍ରଧାନମନ୍ତ୍ରୀ କଣ ପଚାରିବେ ଆଉ ହିତାଧିକାରୀମାନେ କଣ ଉତ୍ତର ଦେବେ ତାହାକୁ ନେଇ ଅଡୁଆରେ ପଡିଛନ୍ତି ଅଫିସର ଆଉ ଗୁଇନ୍ଦା ବିଭାଗ ପୁଲିସ l ଗତକାଲି ଦିନସାରା ରାତିସାରା ରିହାଲସଲ ଚାଲିଛି l ପ୍ରଧାନମନ୍ତ୍ରୀଙ୍କର କଣ ସମ୍ଭାବିତ୍ତ ପ୍ରଶ୍ନ ରହିବ ତାହାର ଚିଠା କରି ତାର ଉତ୍ତର ତିଆରି କରି ହିତାଧିକାରୀଙ୍କୁ ଦିଆଯାଇଛି l କଣ ସେମାନେ କହିବେ କେମିତି କହିବେ ତାର ରିହାଲସଲ ବି ହୋଇଛି l

ହେଲେ ଗୋଟିଏ ପ୍ରଶ୍ନ ଉତ୍ତର ଉପରେ ଅଫିସର ମାନଙ୍କର ଭରସା ପାଉନି l

ଗତକାଲି ରିହାଲସଲ ସରିଲାପରେ ହିତାଧିକାରୀଙ୍କୁ ଅଫିସରମାନେ ପଚାରି ଥିଲେ ଭାରତର ପ୍ରଧାନମନ୍ତ୍ରୀ କିଏ? ଜବାବ ମିଳିଥିଲା ନରେନ୍ଦ୍ର ମୋଦି l ଆଛା ଓଡିଶାର ମୁଖ୍ୟମନ୍ତ୍ରୀ କିଏ? ଉତ୍ତର ଆସିଥିଲା ନବୀନ ପଟନାୟକ l ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ନୁହନ୍ତି ବର୍ତମାନର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଝିବାକୁ ସେମାନେ ନାରାଜ l ଗତକାଲି ରାତି ଅନିଦ୍ରା ରହି ଅଫିସର ଆଉ ଗୁଇନ୍ଦା ପୁଲିଶି ଲାଗିପଡ଼ି ହିତାଧିକାରୀଙ୍କୁ ବୁଝାଇଛନ୍ତି ଯେ ନବୀନ ପଟନାୟକ ଆଉ ମୁଖ୍ୟମନ୍ତ୍ରୀ ନାହାନ୍ତି l ସେମାନେ ଲାଗିପଡ଼ି ହିତାଧିକାରୀଙ୍କୁ ଘୋଷାଇଛନ୍ତି ଯେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ l

ପ୍ରଧାନମନ୍ତ୍ରୀ ଯଦି ପଚାରନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ କିଏ? ତାହାର ଉତ୍ତର ହିତାଧିକାରୀମାନେ କଣ ଦେଉଛନ୍ତି ଆଜି ଜଣା ପଡିବ l

Leave a Reply

Your email address will not be published. Required fields are marked *

Trending

Exit mobile version