Nation

ସ୍ଥଗିତ ରହିଲା ୟୁନିଫର୍ମ ସିଭିଲ କୋଡ଼ ପ୍ରଚାର

Published

on

ନୂଆଦିଲ୍ଲୀ: ତଥାକଥିତ ଅନ୍ଧଭକ୍ତମନେ ଆଉ ୟୁନିଫର୍ମ ସିଭିଲ କୋଡ଼ ର ନାଁ ଧରୁ ନାହାନ୍ତି। ବିଜେପି ନେତା ପ୍ରବକ୍ତା ସେ ବିଷୟରେ ଚର୍ଚ୍ଚା କରିବାକୁ ଡରୁଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ଜୁନ ମାସରେ ନିର୍ବାଚନ ମୁଖୀ ମଧ୍ୟ ପ୍ରଦେଶରେ ଏକ ସାଧାରଣ ସଭାରେ ୟୁନିଫର୍ମ ସିଭିଲ କୋଡ଼ (ୟୁସିସି) ପ୍ରଣୟନ ଉପରେ ଜୋର ଦେବାପରେ ସମଗ୍ର ଦେଶରେ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ବିଜେପି ନେତା ଓ ପ୍ରବକ୍ତା ମନେ ୟୁସିସି ଲାଗୁ ହେବା ସପକ୍ଷରେ ଅନର୍ଗଳ ଭାଷଣ ଦେଲେ। ଅନ୍ଧଭକ୍ତମାନେ ଆହୁରି ଆଗକୁ ମାଡିଯାଇ ମୁସଲମାନ ସମ୍ପ୍ରଦାୟକୁ ଟାର୍ଗେଟ କଲେ। ସୋସିଆଲ ମିଡିଆରେ ଅନେକ କଥା ଲେଖିଲେ।

ହେଲେ ଏବେ ସମସ୍ତେ ଚୁପ। ଯେତେଦୂର ସମ୍ଭବ ୟୁସିସି ବିଷୟରେ ଚୁପ ରହିବାକୁ ସେମାନଙ୍କୁ ଉପରୁ ନିର୍ଦେଶ ମିଳିଛି।

ୟୁସିସି ଲାଗୁହେଲେ ଦେଶର କୋଟି କୋଟି ଆଦିବାସୀମାନେ କ୍ଷତିଗ୍ରସ୍ଥ ହେବେ। ଏହା ଉପଲବ୍ଧିକରି ବିଜେପି ଏହି ପ୍ରସଙ୍ଗକୁ ବର୍ତ୍ତମାନ ଚାପି ଦେବାକୁ ଚାହୁଁଛି।

ଆସନ୍ତା ବର୍ଷ ଲୋକସଭା ନିର୍ବାଚନ ହେବାକୁ ଯାଉଛି ଏବଂ ବିରୋଧୀ ଦଳମାନେ ଏହି ପ୍ରସଙ୍ଗରେ ଅଦିବାସୀମାନଙ୍କୁ ସରକାରଙ୍କ ବିରୁଦ୍ଧରେଉସକାଇବେ ଏହି ଆଶଙ୍କାରେ ମୋଦି ସରକାର ଅନ୍ତତଃ ପକ୍ଷେ ନିର୍ବାଚନ ସରିବା ପର୍ଯ୍ୟନ୍ତ କଥାଟାକୁ ଚାପି ରଖିବାକୁ ଚାହୁଁଛି।

Leave a Reply

Your email address will not be published. Required fields are marked *

Trending

Exit mobile version