Connect with us

ଭୁବନେଶ୍ୱର : ତୁର୍କୀରେ ଲୁଚିଥିବା କୁଖ୍ୟାତ ନିଶା ଚାଲାଣକାରୀ ମହମ୍ମଦ ସଲିମ ଡୋଲାକୁ ଭାରତର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ତୁର୍କୀରୁ ଭାରତ ଆଣିବାରେ ସଫଳ ହେଇଛି।

କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ  ଅମିତ ଶାହ ଆଜି କହିଛନ୍ତି ଯେ, ନାର୍କୋ-ସିଣ୍ଡିକେଟ୍ ବିରୋଧରେ ମୋଦୀ ସରକାରଙ୍କ ‘ଶୂନ୍ୟ ସହନଶୀଳତା’ ନୀତିର ପରିଣାମସ୍ବରୂପ କୁଖ୍ୟାତ ଡ୍ରଗ୍ସ ଚାଲାଣକାରୀ ମହମ୍ମଦ ସଲିମ ଡୋଲାକୁ ତୁର୍କୀରୁ ଭାରତ ପ୍ରତ୍ୟର୍ପଣ କରି ଏନସିବି ଏକ ବଡ଼ ସଫଳତା ହାସଲ କରିଛି।

‘ଏକ୍ସ’ ପ୍ଲାଟଫର୍ମରେ ଶ୍ରୀ ଅମିତ ଶାହ ଲେଖିଛନ୍ତି, “ ଏନସିବି ଆଜି କୁଖ୍ୟାତ ନିଶା ଚାଲାଣକାରୀ ମହମ୍ମଦ ସଲିମ ଡୋଲାକୁ ତୁର୍କୀରୁ ଫେରାଇ ଆଣି ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି। ନିଶାଚାଲାଣକାରୀ ସଂଗଠନଗୁଡ଼ିକୁ ଦୃଢ ହସ୍ତରେ ଦମନ ଲାଗି ମୋଦୀ ସରକାରଙ୍କ ମିସନ ଅଧିନରେ ଆମ ନିଶା-ନିରୋଧୀ ଏଜେନ୍ସିଗୁଡ଼ିକ ବିଶ୍ବର ପ୍ରମୁଖ ଏଜେନ୍ସିମାନଙ୍କ ନେଟଓ୍ବର୍କ ମାଧ୍ୟମରେ ସୀମା ସେପାରିକୁ ବି ନିଜର ପହଞ୍ଚ ବଢାଇଛନ୍ତି। ଏବେ ଯେଉଁଠାରେ ଲୁଚିଲେ ବି ନିଶା ମାଫିଆ ମୁଖ୍ୟମାନଙ୍କ ପାଇଁ କୌଣସି ସ୍ଥାନ ସୁରକ୍ଷିତ ନୁହେଁ।’’

ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ମାର୍ଗଦର୍ଶନରେ, ସଲିମ ଡୋଲାକୁ ଭାରତ ଆଣିବା ସମସ୍ତ ପଳାତକ ନିଶା ଅପରାଧୀ ଏବଂ ସଂଗଠିତ ଅପରାଧ ସିଣ୍ଡିକେଟ୍ ସଦସ୍ୟଙ୍କୁ ଆଇନର ଅଧୀନକୁ ଆଣିବା ଲାଗି ସରକାରଙ୍କ ଅଟଳ ସଂକଳ୍ପକୁ ସ୍ପଷ୍ଟ କରେ।

‘ଅପରେସନ୍ ଗ୍ଲୋବାଲ୍-ହଣ୍ଟ’ ଅଧୀନରେ ଏନସିବି ଅନ୍ତର୍ଜାତୀୟ ଏବଂ ଭାରତୀୟ ଗୁଇନ୍ଦା ଏଜେନ୍ସିମାନଙ୍କ ସହିତ ମିଳିତ ଭାବରେ କାର୍ଯ୍ୟ କରି ସଲିମ ଡୋଲାକୁ ଭାରଣ ଆଣିବାରେ ସଫଳ ହୋଇଛି। ଆଜି ସକାଳେ ନୂଆଦିଲ୍ଲୀର ଇନ୍ଦିରାଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ, ତାକୁ ଏନସିବି ତୁରନ୍ତ ନିଜ ହେପାଜତକୁ ନେଇଥିଲା।

ଭାରତର ଅନୁରୋଧ କ୍ରମେ ଇଣ୍ଟରପୋଲ୍ ମାର୍ଚ୍ଚ ୨୦୨୪ରେ ସଲିମ ଡୋଲା (୫୯, ମୁମ୍ବାଇର ବାସିନ୍ଦା) ବିରୁଦ୍ଧରେ ଏକ ରେଡ୍ ନୋଟିସ ଜାରି କରିଥିଲା। ତା ନାଁରେ ଭାରତରେ ଅନେକ ନିଶା ଚାଲାଣମାମଲା ଥିବାବେଳେ ସେ ଭାରତରୁ ଫେରାର ହୋଇ ବିଗତ କିଛି ବର୍ଷ ହେଲା ମଧ୍ୟପ୍ରାଚ୍ୟ, ଆଫ୍ରିକା ଓ ଏବଂ ୟୁରୋପର ବିଭିନ୍ନ ଦେଶରେ ଏକ ବିଶାଳ ଆନ୍ତର୍ଜାତୀୟ ନିଶା କାରବାର ସିଣ୍ଡିକେଟ୍ ପ୍ରତିଷ୍ଠା କରିଥିଲା। ତାହାର ପ୍ରାୟ ଦୁଇ ଦଶନ୍ଧିର ଲମ୍ବା ଅପରାଧିକ ଇତିହାସ ରହିଛି। ମହାରାଷ୍ଟ୍ର ଏବଂ ଗୁଜରାଟରେ ବିଭିନ୍ନ ସମୟରେ ଜବତ ବିପୁଳ ପରିମାଣର ହେରୋଇନ୍, ଚରସ୍, ମେଫେଡ୍ରୋନ୍, ମାଣ୍ଡ୍ରାକ୍ସ ଏବଂ ମେଥାମ୍ଫେଟାମାଇନର ମାମଲାରେ ତାହାର ପ୍ରତ୍ୟକ୍ଷ ସଂପୃକ୍ତି ଥିଲା।

ସଲିମ ଡୋଲା ଭାରତର ଛୋଟ ଛୋଟ ନିଶାଚାଲାଣୀକାରୀଙ୍କ ପାଇଁ ଏକ ହୋଲ୍‌ସେଲର୍‌ଭାବେ କାମ କରି ବିପୁଳ ପରିମାଣ ନିଶାଦ୍ରବ୍ୟ ଯୋଗାଣ କରୁଥିଲା। ଗୁଜୁରାଟ ଏଟିଏସ୍ ଏବଂ ମୁମ୍ବାଇ ପୋଲିସ ମଧ୍ୟ ବିଭିନ୍ନ ମାମଲାରେ ତାକୁ ଖୋଜୁଥିଲା। ଏହା ପୂର୍ବରୁ ତା ପୁଅ ତାହିଲ ଡୋଲା ଓ ତାହାର ସହଯୋଗୀମାନଙ୍କୁ ୨୦୨୫ରେ ୟୁଏଇରୁ ଭାରତ ଅଣାଯିବା ପରେ ମୁମ୍ବାଇ ପୁଲିସ ଗିରଫ କରିଥିଲା। ଏହି କାର୍ଯ୍ୟାନୁଷ୍ଠାନ ତୁର୍କୀଏ, ଇଣ୍ଟରପୋଲ୍‌ ଓ ଭାରତୀୟ ଏଜେନ୍ସିମାନଙ୍କ ମିଳିତ ସହଯୋଗର ଏକ ଉଦାହରଣ।

Continue Reading
Click to comment

Leave a Reply

Your email address will not be published. Required fields are marked *

Business

ଓଡିଶାର ଇସ୍ପାତ ଶିଳ୍ପ କ୍ଷେତ୍ରକୁ ମିଳିଲା ଜାପାନରୁ ବୃହତ ପ୍ରତ୍ୟକ୍ଷ ପୁଞ୍ଜି, ଜେଏଫଇ କରିବ 15000 କୋଟି ଟଙ୍କା ବିନିଯୋଗ

Published

on

ରେଙ୍ଗାଲି, ସମ୍ବଲପୁର:  ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଆଜି ଏଠାରେ ଜେଏସଡବ୍ଲୁ  ଷ୍ଟିଲ୍ ଏବଂ ଜାପାନର ଜେଏଫଇ ଷ୍ଟିଲ୍ କର୍ପୋରେସନ୍ ମଧ୍ୟରେ ଏକ ଯୁଗ୍ମ ସହଭାଗିତା (Joint Venture) ଆରମ୍ଭ ହୋଇଛି।

ଏହି ସହଭାଗିତା ବିଶେଷ କରି ଇଲେକ୍ଟ୍ରିକାଲ ଷ୍ଟିଲ୍ ଉତ୍ପାଦନରେ ସହାୟକ ହେବ, ଯାହା ଇଲେକ୍ଟ୍ରିକ୍ ଯାନ (EV) ଏବଂ ନବୀକରଣଯୋଗ୍ୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବ।

ଏହି ପ୍ରକଳ୍ପ ଜରିଆରେ ଜାପାନ ପକ୍ଷରୁ ଓଡ଼ିଶାରେ ପ୍ରଥମ ଥର ପାଇଁ ୧୫,୦୦୦ କୋଟି ଟଙ୍କାର ଏକକ ପୁଞ୍ଜିନିବେଶ କରାଯାଇଛି। ଏହାଦ୍ୱାରା JSW ଷ୍ଟିଲର ବର୍ତ୍ତମାନର କ୍ଷମତା ବାର୍ଷିକ ଅତିରିକ୍ତ ୧୦ ନିୟୁତ ଟନ୍ (10 MTPA) ବୃଦ୍ଧି ପାଇବ, ଯାହା ବିଶ୍ୱ ଇସ୍ପାତ ବଜାରରେ ଓଡ଼ିଶାର ସ୍ଥିତିକୁ ଆହୁରି ସୁଦୃଢ଼ କରିବ।

ଏହି ଯୁଗ୍ମ ସହଭାଗୀତl ଓଡ଼ିଶାରେ ୩୦ ହଜାର କୋଟି ଟଙ୍କା ନିବେଶ କରିବ  ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡ଼ିଶାରେ ଅତ୍ୟାଧୁନିକ ହାଇଗ୍ରେଡ୍ ଷ୍ଟିଲ ପ୍ରସ୍ତୁତ କ୍ଷେତ୍ରରେ JSW ଓ JFE ଷ୍ଟିଲ୍‌’ର ସହଭାଗୀତା ଖୁବ୍ ସହାୟକ ହେବ । ଏହି ସହଭାଗୀତା ଦ୍ୱାରା ଓଡ଼ିଶାରେ ସମୁଦାୟ ୩୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା 2030 ବେଳକୁ 100 ନିୟୁତ ଟନ ଇସ୍ପାତ ଉତ୍ପାଦନ କରିବାର ଲକ୍ଷ୍ୟ ରଖିଛି ।

ବର୍ତମାନ ରାଜ୍ୟ ବାର୍ଷିକ 40 ନିୟୁତ ଟନ ଇସ୍ପାତ ଉତ୍ପଦାନ କ୍ଷମତା ସୃଷ୍ଟି କରି ପାରିଛି ।

ଏହି ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ ଯେ, ଏହି ଜଏଣ୍ଟ ଭେନ୍‌ଚର୍ ଭାରତ ଓ ଜାପାନ ମଧ୍ୟରେ ଦୀର୍ଘକାଳୀନ ଶିଳ୍ପ ସହଯୋଗୀ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ବିଶେଷକରି, ଟେକ୍ନୋଲୋଜି ଭିତ୍ତିକ ଅତ୍ୟାଧୁନିକ ଷ୍ଟିଲ୍‌ ନିର୍ମାଣ କ୍ଷେତ୍ରରେ ଏହି ସହଯୋଗ ଓଡ଼ିଶା ଓ ରାଜ୍ୟର ଅଭିବୃଦ୍ଧିରେ ସହାୟକ ହେବ ବୋଲି ସେ କହିଥିଲେ ।

ସୂଚନାଯୋଗ୍ୟ ଯେ, JSW Steel ଓ ସାଉଦ କୋରିଆ କମ୍ପାନୀ ପୋସ୍କୋ ପକ୍ଷରୁ ଓଡ଼ିଶାର ଢେଙ୍କାନାଳ ଓ କେନ୍ଦୁଝରରେ ଦୁଇଟି ମେଗା ଷ୍ଟିଲ୍ ପ୍ଲାଣ୍ଟ୍ ସ୍ଥାପନ କରାଯାଉଛି । ଏହି ଦୁଇଟି ପ୍ରକଳ୍ପ ବର୍ଷକୁ ୧୧ ମିଲିଅନ ଟନ୍‌ ଇସ୍ପାତ ଉତ୍ପାଦନ କରିବ ।

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ, ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ, ଭାରତରେ ଅବସ୍ଥାପିତ ଜାପାନ ରାଷ୍ଟ୍ରଦୂତ କେଇଚି ଓନୋ,  ଜାପାନ କାଉନସେଲ ଜେନେରାଲ ଓସିଷୋ ଇସିକାବା, ଜେଏଫଇ ଷ୍ଟିଲ୍ କର୍ପୋରେସନର ଅଧକ୍ଷ ଓସିଷା କିତାନ, ଜେସଡବ୍ଲୁ ଗ୍ରୁପ୍ ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ, ଜେଏସଡବ୍ଲୁ ସିମେଣ୍ଟ ଓ ପେଣ୍ଟସ ର ପରିଚାଳନା ନିର୍ଦେଶକ ପାର୍ଥ ଜିନ୍ଦାଳ ପ୍ରମୁଖ ଉପସ୍ଥିତ ଥିଲେ।

ଓଡିଶା ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଗୃହ ଓ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ମଧ୍ୟ ଉପସ୍ଥିତ ଥିଲେ।

Continue Reading

Nation

ଥ୍ରୀ ଡ଼ି ଗ୍ଲାସ ସଲୁସାନର 2000 କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ 

Published

on

ଭୁବନେଶ୍ୱର : ସୂଚନା ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଆଉ ଏକ ପାଦେ ଆଗେଇଛି ଓଡ଼ିଶା। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦୃଢ଼ ଆତ୍ମବିଶ୍ୱାସ ଏବଂ ଇଛାଶକ୍ତି ବଳରେ ଆଜି ଓଡ଼ିଶାର ଶିଳ୍ପ ବିପ୍ଳବ ଯାତ୍ରାରେ ଆଜି ଆଉ ଏକ ଐତିହାସିକ ଅଧ୍ୟାୟ ଯୋଡ଼ା ହୋଇଛି। ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏବଂ କେନ୍ଦ୍ରୀୟ ଇଲେକ୍ଟ୍ରୋନିକ୍ସ ଓ ଆଇଟି ତଥା ରେଳ ମନ୍ତ୍ରୀ ଖୋର୍ଦ୍ଧା ଜିଲ୍ଲାର ଇନ୍‌ଫୋ ଭ୍ୟାଲି ଠାରେ ପ୍ରତିଷ୍ଠିତ ସେମିକଣ୍ଡକ୍ଟର ସଂସ୍ଥା 3D Glass Solution ର ଅତ୍ୟାଧୁନିକ ଗ୍ଲାସ୍ ସବ୍‌ଷ୍ଟ୍ରେଟ୍ ପ୍ୟାକେଜିଙ୍ଗ ୟୁନିଟ୍ ପାଇଁ ଶିଳାନ୍ୟାସ କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ଓଡ଼ିଶାରେ ଶିଳ୍ପ ଓ ରୋଜଗାର ସୃଷ୍ଟି ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ଦୃଢ଼ ପ୍ରତିବଦ୍ଧତାକୁ ପ୍ରଶଂସା କରି କହିଛନ୍ତି ଯେ ଓଡ଼ିଶା ପାଇଁ ଏକ ନୂତନ ବିକାଶର ଯୁଗର ଆରମ୍ଭ ହୋଇଛି।

ଆଗାମୀ ସମୟରେ ଓଡ଼ିଶାକୁ ଶିଳ୍ପ ସମୃଦ୍ଧ କରିବା ଏବଂ ଭବିଷ୍ୟତରେ ଏହାକୁ ଆଇଟି ହବ ଭାବେ ବିକଶିତ କରିବା ପାଇଁ ଆମ ପ୍ରୟାସ ଜାରି ରହିବ। ଆଜିର ଶିଳାନ୍ୟାସ ପ୍ରକୃତରେ ଓଡ଼ିଶାରେ ଏକ ବ୍ୟାପକ ସମୃଦ୍ଧି ଆଣିବ। 3D Glass Solutionର ଗ୍ଲାସ୍ ସବ୍ ଷ୍ଟ୍ରେଟ ପ୍ୟାକେଜିଙ୍ଗ ୟୁନିଟ୍ ର ପ୍ରଡକ୍ଟ ହେଉଛି ଦେଶରେ ପ୍ରଥମ ଏବଂ ଏହା ଓଡ଼ିଶାରେ ପ୍ରସ୍ତୁତ ହେବ। ଏହି ଟେକ୍ନୋଲୋଜି ଆଗକୁ ସେମିକଣ୍ଡକ୍ଟର ଶିଳ୍ପର ଭବିଷ୍ୟତ ଭାବେ ପ୍ରମାଣିତ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଥିଲେ।

ଏହି ଅବସରରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଜିର ଦିନ କେବଳ ଓଡ଼ିଶା ପାଇଁ ନୁହେଁ, ଭାରତର ଟେକ୍ନୋଲୋଜିକାଲ ଲିଡରଶିପ୍ ଯାତ୍ରା ପାଇଁ ମଧ୍ୟ ଏକ ସ୍ମରଣୀୟ ମୁହୂର୍ତ୍ତ। ସେ କହିଥିଲେ ଯେ, ଏହି ପ୍ରକଳ୍ପ ଦେଶରେ ପ୍ରଥମ ଥର ପାଇଁ ଏକ ଆଡଭାନ୍ସଡ୍ 3D ଗ୍ଲାସ୍ ସବ୍‌ଷ୍ଟ୍ରେଟ୍ ପ୍ୟାକେଜିଙ୍ଗ ସୁବିଧା ସୃଷ୍ଟି କରିବ। ଏହି ୟୁନିଟ୍‌ରେ ଉତ୍ପାଦିତ କମ୍ପୋନେଣ୍ଟଗୁଡ଼ିକ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ, ହାଇ ପର୍ଫର୍ମାନ୍ସ କମ୍ପ୍ୟୁଟିଂ ଓ ପ୍ରତିରକ୍ଷା ଇଲେକ୍ଟ୍ରୋନିକ୍ସ ଭଳି ବିକାଶଶୀଳ କ୍ଷେତ୍ରରେ ଗୁରୁତ୍ୱ ଅର୍ଜନ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ସେ ଆହୁରି କହିଥିଲେ ଯେ, Intel, Lockheed Martin ଓ Applied Materials ପରି ବିଶ୍ୱସ୍ତରୀୟ ସଂସ୍ଥାମାନେ 3D Glass Solution ସହ ଯୋଡିହେବା ଓଡ଼ିଶା ପ୍ରତି ବିଶ୍ୱର ବୃଦ୍ଧି ପାଉଥିବା ଭରସାର ପ୍ରମାଣ। ଓଡ଼ିଶା ଆଜି ନିବେଶକମାନଙ୍କର ପ୍ରଥମ ପସନ୍ଦର ରାଜ୍ୟ ହୋଇପାରିଛି ବୋଲି ସେ କହିଥିଲେ।

ସୂଚନା ଯୋଗ୍ୟ ଯେ ପ୍ରାୟ ୨ ହଜାର କୋଟି ଟଙ୍କା ନିବେଶରେ ସ୍ଥାପିତ ହେଉଥିବା ଏହି ପ୍ରକଳ୍ପ ବର୍ଷକୁ ୭୦ ହଜାର ଗ୍ଲାସ୍ ପ୍ୟାନେଲ, ୫୦ ମିଲିୟନ ଆସେମ୍ବଲ୍ଡ ୟୁନିଟ୍ ଏବଂ ୧୩,୨୦୦ ଅତ୍ୟାଧୁନିକ 3DHI ମଡ୍ୟୁଲ୍ ଉତ୍ପାଦନ କରିବ। ଏହା ଦ୍ୱାରା ରାଜ୍ୟରେ ପ୍ରାୟ ୨,୫୦୦ ନିଯୁକ୍ତି ସୃଷ୍ଟି ହେବ।

ସେ କହିଥିଲେ ଯେ, ଓଡ଼ିଶାରେ ସେମିକଣ୍ଡକ୍ଟର କ୍ଷେତ୍ରରେ ଏପର୍ଯ୍ୟନ୍ତ ୧୦ ହଜାର କୋଟି ଟଙ୍କାରୁ ଅଧିକ ନିବେଶ ଆସିସାରିଛି। RIR Power Electronics ଓ SiCSEM ପରି ସଂସ୍ଥାମାନେ ପୂର୍ବରୁ ରାଜ୍ୟରେ ୟୁନିଟ୍ ସ୍ଥାପନ କରିଛନ୍ତି। ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତ ଭିଜନରେ ଓଡ଼ିଶା ଏକ ମୁଖ୍ୟ ଭୂମିକା ଗ୍ରହଣ କରିବ। ପୂର୍ବ ଭାରତରେ ଓଡ଼ିଶା ଆତ୍ମନିର୍ଭର ଭାରତର ଲଞ୍ଚପ୍ୟାଡ୍ ହେବ ବୋଲି ସେ କହିଥିଲେ।

 

ଏହି କାର୍ଯ୍ୟକ୍ରମରେ ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ, ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ , ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଲ କୁମାର ଦେବ, କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ଅତିରିକ୍ତ ଶାସନ ସଚିବ ଅମିତେଶ ସିନ୍ହା, 3D Glass Solutionର ପ୍ରେସିଡେଣ୍ଟ ଓ ସିଇଓ ଶ୍ରୀ ବାବୁ ମନ୍ଦାବାଙ୍କ ସମେତ ବହୁ ଗଣ୍ୟମାନ୍ୟ ବ୍ୟକ୍ତିବର୍ଗ ଉପସ୍ଥିତ ଥିଲେ।

Continue Reading

Nation

ତାଳଚେର ସାର କାରଖାନା ଆସନ୍ତା ବର୍ଷ ଶେଷ ସୁଦ୍ଧା କାର୍ଯ୍ୟକ୍ଷମ ହେବ : ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ବୈଠକ

Published

on

ଭୁବନେଶ୍ୱର : ତାଳଚେର ସାର କାରଖାନାକୁ ଆସନ୍ତା ଡ଼ିସେମ୍ବର 2027 ସୁଦ୍ଧା କାର୍ଯ୍ୟକ୍ଷମ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ନିର୍ଦେଶ ଦେଇଛନ୍ତି ।

ତାଳଚେର ଫର୍ଟିଲାଇଜର୍ସ ଲିମିଟେଡ୍ ( ଟିଏଫଏଲ ) କାର୍ଯ୍ୟକାରୀ ଅଗ୍ରଗତି ସଂପର୍କରେ ଗତକାଲି ସଂଧ୍ୟାରେ ଶ୍ରୀମତୀ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଲୋକସେବା ଭବନରେ ଅନୁଷ୍ଠିତ ଏହି ବୈଠକରେ ଶିଳ୍ପ , ଗୃହ ଏବଂ ସୂଚନା ଓ ଲୋକ ସଂପର୍କ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ଓପିଟିସିଏଲ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଭାସ୍କର ଶର୍ମା, ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଟିପିସିଓଡିଏଲ, ଅତିରିକ୍ତ ରେଲଓ୍ୱେ ମଣ୍ଡଳ ପ୍ରବନ୍ଧକ (ଏଡିଆରଏମ୍), ଖୋର୍ଦ୍ଧା, ପୂର୍ବତଟ ରେଳପଥ ପ୍ରମୁଖ ଯୋଗଦେଇଥିବା ବେଳେ ଜିଲ୍ଲାପାଳ, ଅନୁଗୋଳ, ଆରକ୍ଷୀ ଅଧିକ୍ଷକ, ଅନୁଗୋଳ, ଜିଲ୍ଲା ବନ ଖଣ୍ଡ ଅଧିକାରୀ ପ୍ରମୁଖ ଆଭାସୀ ମାଧ୍ୟମରେ ବୈଠକରେ ଯୋଗଦେଇଥିଲେ ।

ବୈଠକରେ ଟିଏଫଏଲ ପ୍ରକଳ୍ପ କାର୍ଯ୍ୟକାରୀ ହେବା ନେଇ ରହୁଥିବା ଆନୁଷଙ୍ଗିକ ସମସ୍ୟା ଓ ସେସବୁର ତ୍ୱରିତ ସମାଧାନ ନେଇ ଆଲୋଚନା କରାଯାଇଥିଲା । ଏହି ପ୍ରକଳ୍ପ ଡିସେମ୍ବର ୨୦୨୭ ସୁଦ୍ଧା କାର୍ଯ୍ୟକାରୀ ହେବା ପାଇଁ ପ୍ରସ୍ତୁତି ତ୍ୱରାନ୍ୱିତ ହୋଇଛି । ଏହି ପ୍ରକଳ୍ପ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ନିୟମିତ ସମୀକ୍ଷା କରାଯାଉଥିବା “ପ୍ରଗତି” ପ୍ଲାଟଫର୍ମରେ ସ୍ଥାନ ପାଇ ଅଛି ।

ଅନୁଷ୍ଠିତ ବୈଠକରେ ଏହି ପ୍ରକଳ୍ପ କାର୍ଯ୍ୟକାରିତାରେ ଆବଶ୍ୟକ ହେଉଥିବା ୨୨୦ କେଭି ଲାଇନ୍ ବିଦ୍ୟୁତ୍ ସଂଯୋଗୀକରଣ କାର୍ଯ୍ୟ ଆଗାମୀ ୨୦୨୬ ଡିସେମ୍ବର ସୁଦ୍ଧା ଯୋଗାଇଦେବା ପାଇଁ ଓପିଟିସିଏଲ ତରଫରୁ ପ୍ରତିଶ୍ରୁତି ଦିଆଯାଇଛି । ସେହିଭଳି ୩୩ କେଭି ଲାଇନ୍ ଯିବା ପାଇଁ ରେଲଓ୍ୱେ ସାଇଡିଂ କାର୍ଯ୍ୟ କରାଯିବା ନେଇ ପଦକ୍ଷେପ ନିଆଯାଇଛି । ରହୁଥିବା ଜବରଦଖଲ ଉଚ୍ଛେଦ କାର୍ଯ୍ୟ, ଧାର୍ଯ୍ୟ ଅନୁସାରେ ବିସ୍ଥାପନ କ୍ଷତିପୂରଣ ଆଦି ସଂପର୍କରେ ବୈଠକରେ ଆଲୋଚନା କରାଯାଇ ପରାମର୍ଶ ଦିଆଯାଇଥିଲା ।

ତାଳଚେର ଫର୍ଟିଲାଇଜର୍ସ ଲିମିଟେଡ୍ ହେଉଛି ଏକ ସଂଯୁକ୍ତ ଉଦ୍ୟମ କମ୍ପାନୀ, ଯାହା ପ୍ରମୁଖ ସରକାରୀ ଉଦ୍ୟୋଗ ସମୂହ, କୋଲ୍ ଇଣ୍ଡିଆ ଲିମିଟେଡ୍ , ଗେଲ୍ (ଇଣ୍ଡିଆ) ଲିମିଟେଡ୍, ରାଷ୍ଟ୍ରୀୟ କେମିକାଲ୍ସ ଏଣ୍ଡ ଫର୍ଟିଲାଇଜର୍ସ ଏବଂ ଫର୍ଟିଲାଇଜର୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍ ଦ୍ୱାରା ଗଠିତ ହୋଇଛି । ଓଡ଼ିଶାର ତାଳଚେରରେ ଅବସ୍ଥିତ ଏହି ଟିଏଫଏଲ ର ମୂଳ ଧାରଣା ହେଉଛି ଦେଶୀୟ କୋଇଲା ସମ୍ପଦକୁ ବ୍ୟବହାର କରି କୋଲ୍ ଗ୍ୟାସିଫିକେସନ୍ ପ୍ରକ୍ରିୟା ମାଧ୍ୟମରେ ୟୁରିଆ ଉତ୍ପାଦନ କରିବା ।

ଏହି ପ୍ଲାଣ୍ଟର ବିଶେଷତା ହେଉଛି, ଏହା ଆମଦାନୀକୃତ ଗ୍ୟାସ ଉପରେ ନିର୍ଭର ନକରି ସ୍ଥାନୀୟ କୋଇଲାକୁ ବ୍ୟବହାର କରିବାକୁ ଲକ୍ଷ୍ୟ କରିଛି । ଏହା ଭାରତର ସ୍ୱୟଂନିର୍ଭରତା ନୀତି ସହ ସମନ୍ୱୟ ରଖି, ଫର୍ଟିଲାଇଜର୍ ଆମଦାନି ଉପରେ ନିର୍ଭରତା କମେଇବା ସହିତ ଦେଶୀୟ କୋଇଲା ସମ୍ପଦର ସଦ୍ ବ୍ୟବହାରକୁ ଉତ୍ସାହିତ କରେ ।

 

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions