ଭୁବନେଶ୍ୱର: ଓଡିଶା ସରକାରଙ୍କ ଉଚ୍ଚ ଅଧିକାରୀଙ୍କର ଚା’ ପାଣି ଖର୍ଚ୍ଚ ଭତ୍ତା ରାଜ୍ୟ ସରକାର ବୃଦ୍ଧି କରିଛନ୍ତି। ଏହି ଭତ୍ତା ପ୍ରାୟ ୩୦୦% ବୃଦ୍ଧି ହୋଇଛି।
ସରକାରୀ ମିଟିଂ ଆଦିରେ ଚା’ ବିସ୍କୁଟ ବାବଦରେ ମଖ୍ୟ ଶାସନ ସଚିବ ଏବଂ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମାନଙ୍କୁ ମିଳୁଥିବା ଭତ୍ତା ବାର୍ଷିକ ୪୦୦୦ ଟଙ୍କାରୁ ୧୨,୦୦୦ ଟଂକାକୁ ବୃଦ୍ଧି କରାଯାଇଛି। ମୁଖ୍ୟ ଶାସନ ସଚିବ କ୍ୟାଡ଼ର ପାଇଁ ମାସିକ ୧୦୦୦ ଟଙ୍କା ନିର୍ଦ୍ଧାରଣ କରାଯାଇଛି। ସେହିଭଳି ପ୍ରମୁଖ ଶାସନ ସଚିବ, ଶାସନ ସଚିବଙ୍କ ପାଇଁ ମାସିକ ୮୩୩ ଟଙ୍କା ଏବଂ ସ୍ୱତନ୍ତ୍ର ସଚିବ, ଅତିରିକ୍ତ ଶାସନ ସଚିବ, ନିର୍ଦ୍ଦେଶକଙ୍କ ପାଇଁ ମାସିକ ୬୬୬ ଟଙ୍କାକୁ ବୃଦ୍ଧି କରାଯାଇଛି।
ଶେଷଥର ପାଇଁ ୨୦୦୩ରେ ଏହି ଚା’ପାଣି ଭତ୍ତା ବୃଦ୍ଧି କରାଯାଇଥିଲା।