Nation

ଓଡିଶା ସରକାରଙ୍କ ୪୯୫୪ କୋଟି ଟଙ୍କାର ୩୧ଟି ବୃହତ୍ ପ୍ରକଳ୍ପକୁ ଦେଲେ ଅନୁମୋଦନ

Published

on

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ୧୩୧ତମ ରାଜ୍ୟସ୍ତରୀୟ ଏକକ ବାତାୟନ କମିଟି ( ସିଙ୍ଗଲ ଓ୍ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି) ବୈଠକ ଆଜି ଅପରାହ୍ଣରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୋଟ ୪,୯୫୪.୨୬ କୋଟି ଟଙ୍କା ମୂଲ୍ୟର ୩୧ଟି ଅଭିନବ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି । ଏହା ଫଳରେ ଓଡ଼ିଶା ରାଜ୍ୟ ସରକାର ନିଯୁକ୍ତି ଓ ଅଭିବୃଦ୍ଧି ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛନ୍ତି । ଏହା ବିଭିନ୍ନ କ୍ଷେତ୍ରରେ ପୁଞ୍ଜିନିବେଶର ବ୍ୟାପକତା ସାଙ୍ଗକୁ ଓଡ଼ିଶାର ଅର୍ଥନୈତିକ ଦୃଶ୍ୟପଟକୁ ପରିବର୍ତ୍ତନ କରିବା ସହ ରାଜ୍ୟକୁ ଏକ ଅଗ୍ରଣୀ ପୁଞ୍ଜିନିବେଶ ସ୍ଥଳର ମାନ୍ୟତାକୁ ସୁଦୃଢ଼ କରିବ । ଏହି ଅନୁମୋଦିତ ପ୍ରକଳ୍ପଗୁଡ଼ିକ ପ୍ରାୟ ୨୪,୧୬୨ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି, ଯାହା ରାଜ୍ୟର ବିଭିନ୍ନ ଅଞ୍ଚଳର ସାମଗ୍ରିକ ଅର୍ଥନୈତିକ ବିକାଶ ଏବଂ ନିଯୁକ୍ତି ଅଭିବୃଦ୍ଧିରେ ସହାୟକ ହେବ । ଏସଏଲଏସଡବ୍ଲ୍ୟୁସିଏରେ ଆଜି ମେକାନିକାଲ ଏବଂ ଇଲେକ୍ଟ୍ରିକାଲ କ୍ୟାପିଟାଲ ଗୁଡ୍ସ, ଫୁଡ୍ ପ୍ରୋସେସିଂ, ପ୍ୟାକେଜିଂ, ପୋଷାକ ଏବଂ ଟେକ୍ସଟାଇଲ, ଜୈବ ଇନ୍ଧନ, ସବୁଜ ଶକ୍ତି ଉପକରଣ, ଇଏସଡିଏମ, ଇସ୍ପାତ (ଆନୁଷଙ୍ଗିକ), ଅଣ ଧାତବ ଖଣିଜ ଉତ୍ପାଦ (ରିପ୍ରାକ୍ଟରୀ ପ୍ରଡକ୍ଟସ), ଇସ୍ପାତ (ଡାଉନଷ୍ଟ୍ରିମ), ପ୍ଲାଷ୍ଟିକ, ଖାଦ୍ୟ, ପାନୀୟ ଏବଂ ଆନୁଷଙ୍ଗିକ କ୍ଷେତ୍ର, କୃଷି ପ୍ରକ୍ରିୟାକରଣ, ପର୍ଯ୍ୟଟନ, ଶକ୍ତି ଏବଂ ଅକ୍ଷୟ ଶକ୍ତି ଏବଂ ଫାର୍ମାସ୍ୟୁଟିକାଲ୍ ସମେତ ବିଭିନ୍ନ କ୍ଷେତ୍ରରେ ଅନେକ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି । ଖୋର୍ଦ୍ଧା, ବରଗଡ଼, ସୁବର୍ଣ୍ଣପୁର, ସମ୍ବଲପୁର, ଝାରସୁଗୁଡ଼ା, ଅନୁଗୋଳ, ଯାଜପୁର, ଭଦ୍ରକ, କଟକ, ଜଗତସିଂହପୁର, ବାଲେଶ୍ୱର, ରାୟଗଡ଼ା, ଢେଙ୍କାନାଳ, ପୁରୀ, ପାରାଦୀପ, କୋରାପୁଟ, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ସୁନ୍ଦରଗଡ଼ ଆଦି ଜିଲ୍ଲାରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ । ବିଭିନ୍ନ କମ୍ପାନୀମାନଙ୍କ ମଧ୍ୟରେ ପଲିମିରୟର ଇଣ୍ଡିଆ ପ୍ରା. ଲିଃ, ବିସଲେରୀ ଇଣ୍ଟରନ୍ୟାସନାଲ ପ୍ରା.ଲିଃ, ଶାଲିମାର ଗ୍ଲାସ୍ ୱାର୍କସ୍ ପ୍ରାଇଭେଟ୍ ଲିମିଟେଡ୍, ଏଫ୍ ଏମ୍ ଡେନିମ୍ ଆଣ୍ଡ ଟ୍ୱିଲ୍ସ ପ୍ରାଇଭେଟ୍ ଲିମିଟେଡ୍, ଭାରତ ପେଟ୍ରୋଲିୟମ୍ କର୍ପୋରେସନ୍ ଲିମିଟେଡ୍, ସୂର୍ଯ୍ୟ ଇଣ୍ଟରନ୍ୟାସନାଲ୍ ଏଣ୍ଟରପ୍ରାଇଜ୍ ପ୍ରାଇଭେଟ୍ ଲିମିଟେଡ୍, ମୋଗ୍ଲି ଲ୍ୟାବ୍ସ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍, କାଲଡେରିସ୍ ଇଣ୍ଡିଆ ରିଫ୍ରାକ୍ଟୋରିଜ୍ ଲିମିଟେଡ୍, ନେପ୍ଚୁନସ୍ ସିପ୍ ବିଲ୍ଡର୍ସ ଆଣ୍ଡ ରିସାଇକ୍ଲର୍ସ ପ୍ରାଇଭେଟ୍ ଲିମିଟେଡ୍, ସନ୍ୟାମ ଟାଇ ଅପ୍ ପ୍ରାଇଭେଟ୍ ଲିମିଟେଡ୍, ମା’ ଛିନ୍ନମସ୍ତିକା ଏନର୍ଜି ପ୍ରାଇଭେଟ୍ ଲିମିଟେଡ୍, ଏସ୍ ଏନ୍ ଏମ୍ ହୋଟେଲ୍ ଆଣ୍ଡ୍ ରିସୋର୍ଟସ୍ ପ୍ରାଇଭେଟ୍ ଲିମିଟେଡ୍, ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍, ଅମ୍ରିତାଶ ହେଲ୍ଥକେୟାର ପ୍ରାଇଭେଟ୍ ଲିମିଟେଡ୍, ବେନ୍ ଗ୍ଲୋବାଲ୍ ରିସୋର୍ସେସ ଏଲ୍ ଏଲ୍ ପି ଆଦି ରହିଛନ୍ତି, ଯେଉଁମାନେ କି ସାମଗ୍ରିକ ଭାବେ ଉପରୋକ୍ତ ମୋଟ ବିନିଯୋଗ ମୂଲ୍ୟରେ ବିଭିନ୍ନ କ୍ଷେତ୍ରରେ ପ୍ରକଳ୍ପ ସ୍ଥାପନା ନିମନ୍ତେ ପ୍ରତିଶ୍ରୁତିବଦ୍ଧ । ଓଡ଼ିଶାରେ ବିଭିନ୍ନ କ୍ଷେତ୍ରରେ ପୁଞ୍ଜିନିବେଶ ବୃଦ୍ଧି ପାଇବା ସହ ସମଗ୍ର ରାଜ୍ୟରେ ଅର୍ଥନୈତିକ ଅଭିବୃଦ୍ଧି ଓ ନିଯୁକ୍ତି ସୁଯୋଗ ବୃଦ୍ଧି ପାଇବାରେ ଲାଗିଛି । ନୂଆ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ପ୍ରଭାବଶାଳୀ ନେତୃତ୍ୱ ଓଡ଼ିଶାକୁ ଏକ ବିଶ୍ୱସ୍ତରୀୟ ପୁଞ୍ଜିନିବେଶ ସ୍ଥଳରେ ପରିଣତ କରିବା ପାଇଁ ପ୍ରତିବଦ୍ଧ ଏବଂ ନିରନ୍ତର ଓ ସାମଗ୍ରିକ ଅଭିବୃଦ୍ଧି ପାଇଁ ତାଙ୍କର ଦୂରଦୃଷ୍ଟିସମ୍ପନ୍ନ ଆଭିମୁଖ୍ୟ ଏବଂ ସମର୍ପଣ ରାଜ୍ୟର ସାମଗ୍ରିକ ବିକାଶ ପାଇଁ ଏକ ଉଲ୍ଲେଖନୀୟ ମାନଦଣ୍ଡ ସ୍ଥାପନ କରିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version