Nation

ଓଡିଶା ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ:ଗୋପାଳପୁର ଠାରେ ଜାତୀୟ ତ୍ରିଭୁବନ ସମବାୟ ବିଶ୍ୱ ବିଦ୍ୟାଳୟର ସେଣ୍ଟର ପ୍ରତିଷ୍ଠା,

Published

on

ଭୁବନେଶ୍ୱର: ଓଡିଶାର ଗୋପାଳପୁର ଠାରେ  ଗୁଜରାଟର ଜାତୀୟ ତ୍ରିଭୁବନ ସମବାୟ ବିଶ୍ୱ ବିଦ୍ୟାଳୟର ଏକ ସାଟେଲାଇଟ୍ ସେଣ୍ଟର ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କେନ୍ଦ୍ର ସମବାୟ ରାଷ୍ଟ୍ରମନ୍ତ୍ରୀ  ମୁରଲୀଧର ମୋହୋଲ୍ ଙ୍କୁ ପ୍ରସ୍ତାବ ଦେଇଛନ୍ତି l କେନ୍ଦ୍ରମନ୍ତ୍ରୀ ମୋହୋଲ ସୋମବାର ମୁଖ୍ୟମନ୍ତ୍ରୀ ମାଝୀଙ୍କୁ ଏଠାରେ ଭେଟିବା ଅବସରରେ ମୁଖ୍ୟମନ୍ତ୍ରୀ ଏହି ପ୍ରସ୍ତାବ ଦେଇଛନ୍ତି ଲ

ଏହି ବୈଠକରେ ରାଜ୍ୟରେ ସମବାୟ କ୍ଷେତ୍ରର ଅଗ୍ରଗତି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋଚନା ହୋଇଥିଲା। ଏଥି ସହିତ ସମବାୟ କ୍ଷେତ୍ରରେ ହାସଲ କରାଯାଇଥିବା ସଫଳତା ଗୁଡିକ ମଧ୍ୟ କେନ୍ଦ୍ର ମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା।

ବୈଠକରେ ମୁଖ୍ୟମନ୍ତ୍ରୀ ପ୍ୟାକ୍ସର ୠଣ ପରିଶୋଧ ସମୟସୀମାକୁ ୫ ବର୍ଷରୁ ୧୦ ବର୍ଷକୁ ବୃଦ୍ଧି କରିବା, ବଡମ୍ବା ଏବଂ ବଲାଙ୍ଗୀରର ଚିନିକଳକୁ କାର୍ଯ୍ୟକ୍ଷମ କରିବା, ପ୍ରତି ଜିଲ୍ଲା ତଥା ସବ୍‌ଡିଭିଜନରେ ଶୀତଳ ଭଣ୍ଡାର ଏବଂ ପଣ୍ୟାଗାର ସ୍ଥାପନ, କୃଷକ ଉତ୍ପାଦକ ସଂଗଠନ (FPO) ବୃଦ୍ଧି କରିବା, ସମସ୍ତ ନୂତନ ପ୍ରାଥମିକ କୃଷି ସମବାୟ ସମିତି ଗୁଡିକ ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବା ଆଦି ବିଷୟରେ ସମବାୟ ରାଷ୍ଟ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି କେନ୍ଦ୍ର ସରକାରଙ୍କ ସହଯୋଗ ଓ ସମର୍ଥନ କାମନା କରିଥିଲେ।

କେନ୍ଦ୍ର ମନ୍ତ୍ରୀ ଓଡିଶା ସରକାରଙ୍କ ସମବାୟ କ୍ଷେତ୍ରର ବିକାଶ ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସନ୍ତୋଷବ୍ୟକ୍ତ କରି କରିଥିଲେ l ଏଥି ସହିତ ଓଡିଶା ସରକାରଙ୍କ ପକ୍ଷରୁ ସମବାୟ ବିକାଶ ପାଇଁ ଯାହା ଆବଶ୍ୟକ ହେବ କେନ୍ଦ୍ର ସରକାର ସମସ୍ତ ପ୍ରକାର ସହାୟତା ଯୋଗାଇଦେବେ ବୋଲି ସେ କହିଥିଲେ।

ବୈଠକରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ସମବାୟ ସଚିବ  ରାଜେଶ ପ୍ରଭାକର ପାଟିଲ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଟ, କେନ୍ଦ୍ର ସରକାରଙ୍କ ଯୁଗ୍ମ ସଚିବ ରମଣ କୁମାର, ଆନନ୍ଦ ଝା ଏବଂ ଓମ୍‌ଫେଡ୍‌ର ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତ କୁଲାଙ୍ଗେ ଓ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

Trending

Exit mobile version