Sports

ଓଡିଶା ମୁଖ୍ୟମନ୍ତ୍ରୀ ଦେଲେ ଆହତ ଫୁଟବଲ ଖେଳାଳୀ ମନୀଷାଙ୍କୁ ସାନ୍ତ୍ୱନା

Published

on

ଭୁବନେଶ୍ବର: ମନୀଷା ନାୟକ । ସ୍ପୋର୍ଟସ ଓଡିଶା ଟିମ୍‌ର ୧୮ ବର୍ଷ ବୟସ୍କା ଫୁଟବଲ ଖେଳାଳୀ। ଅନେକ ସ୍ବପ୍ନ ନେଇ ଓଡିଶା ମହିଳା ଲିଗ୍‌ ମ୍ୟାଚରେ ଖେଳିବାର ଆଶା ରଖି ଆସିଥିଲେ । କିନ୍ତୁ ରାଇଜିଂ ଷ୍ଟୁଡେଣ୍ଟସ ଟିମ୍‌ ସହିତ ଥିବା ମ୍ୟାଚ ପୂର୍ବରୁ ତାଙ୍କ ଆଣ୍ଠୁରେ ଆଘାତ ଲାଗିଲା । ଖେଳିବାର ସୁଯୋଗ ହରାଇଲେ। ମନ ଦୁଃଖରେ ଏକ ଚୌକିରେ ବସି ତାଙ୍କ ଟିମ୍‌ର ମ୍ୟାଚକୁ ଦେଖୁଥାନ୍ତି ।

ସେ ଜାଣି ନ ଥିଲେ ଯେ ତାଙ୍କର ଏହି ସାମୟିକ ଆଘାତ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହିତ କଥାବାର୍ତ୍ତା ହେବାର ଏକ ଅପୂର୍ବ ସୁଯୋଗ ଆଣିଦେବ । ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧା, ଆଶ୍ବାସନା ସହିତ ତାଙ୍କ ଠାରୁ ପ୍ରେରଣାଦାୟୀ ଶଦ୍ଦ ଶୁଣିବାକୁ ମିଳିବ । ବାସ୍ତବରେ ମନୀଷାଙ୍କ ଏହି ସାମୟିକ ଦୁଃଖ ତାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହିତ ଏକ ଭାବବିହ୍ବଳ ମୁହୂର୍ତ୍ତର ସୁଯୋଗ ଆଣି ଦେଇଥିଲା । ମନୀଷାଙ୍କ ସବୁ ଦୁଃଖ ମିଳେଇ ଯାଇଥିଲା ଏବଂ ଖୁସିରେ ସେ ଆଗାମୀ ମ୍ୟାଚ ଖେଳିବା ପାଇଁ ଦୃଢ ମନୋବଳ ରଖି ଆଗକୁ ବଢିବା ପାଇଁ ପ୍ରସ୍ତୁତ ହୋଇଥିଲେ।

ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସ୍ଥାନୀୟ କଳିଙ୍ଗ ଷ୍ଟାଡିଅମରେ ବିଭିନ୍ନ କ୍ରୀଡା ପ୍ରକଳ୍ପ ନିର୍ମାଣର ଅଗ୍ରଗତି ସମୀକ୍ଷା ପାଇଁ ଆସିଥିବା ବେଳେ, ସେଠାରେ ଚାଲିଥିବା ମହିଳା ଫୁଟବଲ ଲିଗ୍‌ ମ୍ୟାଚ ଦେଖିବା ପାଇଁ କିଛି ସମୟ ରହିଥିଲେ ଏବଂ ଖେଳାଳୀ ମାନଙ୍କ ସହିତ ମଧ୍ୟ କଥାବାର୍ତ୍ତା ହୋଇଥିଲେ। ଯେତେବେଳେ ମୁଖ୍ୟମନ୍ତ୍ରୀ ଦୁଃଖରେ ଭାଙ୍ଗି ପଡିଥିବା ମନୀଷାକୁ ଦେଖିଲେ, ସେ ତାଙ୍କ ପାଖକୁ ଯାଇ ତାଙ୍କୁ ଆଶ୍ବାସନା ଦେଇଥିଲେ ଏବଂ ମନ ଦୁଃଖ ନ କରି ତାଙ୍କର ଚିକିତ୍ସା ଓ ପ୍ରସ୍ତୁତି ଜାରି ରଖି ଆଗାମୀ ମ୍ୟାଚ ଖେଳିବା ପାଇଁ ନିଜକୁ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସ୍ନେହ ଓ ଶ୍ରଦ୍ଧାରେ ମନୀଷା ଆତ୍ମହରା ହୋଇପଡିଥିଲେ ଏବଂ ମୁଖ୍ୟମନ୍ତ୍ରୀଙ୍କ ପ୍ରେରଣାରେ ସେ ଆଗକୁ ଦୃଢ ଉଦ୍ୟମ ଜାରି ରଖିବେ ବୋଲି କହିଥିଲେ ।

ସୁନ୍ଦରଗଡ ସ୍ପୋର୍ଟସ ହଷ୍ଟେଲର ଛାତ୍ରୀ ବର୍ତ୍ତମାନ ୧୮ ବର୍ଷରୁ କମ୍‌ ଖେଲୋ ଇଣ୍ଡିଆ ଫୁଟବଲ କ୍ୟାମ୍ପରେ ରହି ଖେଳ ଅଭ୍ୟାସ ଜାରି ରଖିଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version