ସାହିତ୍ୟ

ପ୍ରଦୀପ ମହାରଥାଙ୍କ ‘ବିଧାନସଭା ରେ ଭାଷା ଆଇନ’ ପୁସ୍ତକ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଉନ୍ମୋଚିତ ।

Published

on

ଭୁବନେଶ୍ୱର : ପ୍ରଦୀପ ମହାରଥାଙ୍କ ସଂକଳିତ ପୁସ୍ତକ ‘ବିଧାନସଭାରେ ଭାଷା ଆଇନ’ ପୁସ୍ତକକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଉନ୍ମୋଚନ କରିଛନ୍ତି ଲ

ସୂଚନା ଯୋଗ୍ୟ ଯେ ୧୯୪୮ମସିହା ରେ ପ୍ରସ୍ତାବିତ ଭାଷା ଆଇନ ଆଲୋଚନା ଠାରୁ ଆରମ୍ଭ କରି ୧୯୫୪ଭାଷା ଆଇନ ପାରିତ ହେବା ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ଵାରା ବିଧାନସଭାରେ ଭାଷା ଆଇନ ୨୦୧୮ ର ସଂଶୋଧନ ପର୍ଯ୍ୟନ୍ତ ବିଧାନସଭାରେ ହୋଇଥିବା ସମସ୍ତ ଆଲୋଚନା ଓ ତଥ୍ଯ ଏହି ପୁସ୍ତକ ରେ ସ୍ଥାନିତ ହୋଇଅଛି।
ଏହି ଅବସର ରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭାଷା ର ଉନ୍ନତି ପାଇଁ ଆମେ ପ୍ରତିଶୃତିବଦ୍ଧ। ଓଡ଼ିଆ ଭାଷା ସୁରକ୍ଷା ପାଇଁ ଏବଂ ଆଗାମୀ ପିଢ଼ି ପାଇଁ ବୈଷୟିକ ଜ୍ଞାନ କୌଶଳ ର ପ୍ରୟୋଗ ରେ ଏ କ୍ଷେତ୍ର ରେ ନୂତନ ସମ୍ଭାବନା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସରକାରୀ ସ୍ତର ରେ ଉଦ୍ୟମ ଜାରି ରହିଛି ବୋଲି ସେ କହିଛନ୍ତି । ଏହା ଦ୍ଵାରା ସମସ୍ତ ଭାଷାଭାଷୀ ଅଞ୍ଚଳ ଗୋଟିଏ ସୁତ୍ରରେ ରେ ବାନ୍ଧି ହୋଇ ଓଡ଼ିଶା ର ବିକାଶ ରେ ଭାଗିଦାରୀ ହେବେ ବୋଲି ସେ ଆଶା ରଖିଛନ୍ତି।

ପୁସ୍ତକ ଟି ଭାଷା ଆନ୍ଦୋଳନ ର ଆବାହକ ପବିତ୍ର ମହରଥା ଙ୍କ ଦ୍ଵାରା ସମ୍ପାଦିତ ଓ ଶବ୍ଦସ୍ପର୍ଶ ପ୍ରକାଶନୀ ସଂସ୍ଥା ଦ୍ୱାରା ପ୍ରକାଶିତ ହୋଇଛି।

Leave a Reply

Your email address will not be published. Required fields are marked *

Trending

Exit mobile version