Nation

ଓଡିଶା ମୁଖ୍ୟମନ୍ତ୍ରୀ ଆସିଆଇସିଆଇ, ଆକ୍ସିସ୍ ଓ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଉପରେ କ୍ଷୁବ୍ଧ

Published

on

ଭୁବନେଶ୍ୱର : ଓଡିଶା ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ମଙ୍ଗଳବାର ରାଜ୍ୟରେ ଆସିଆଇସିଆଇ, ଆକ୍ସିସ୍ ଓ ଏଚ୍‌ଡିଏଫ୍‌ସି ବ୍ୟାଙ୍କର କାର୍ଯ୍ୟକଳାପକୁ ନେଇ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି l

ଦେଶର ଏହି ତିନୋଟି ପ୍ରମୁଖ ଘରୋଇ ବ୍ୟାଙ୍କର ଉଚ୍ଚସ୍ତରର ପ୍ରତିନିଧି ମାନଙ୍କ ସହିତ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ତାଙ୍କର ମନୋଭାବ ପ୍ରକାଶ କରିଥିଲେ l

ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଲୋକମାନଙ୍କୁ ୠଣ ଜରିଆରେ ଆର୍ଥିକ କାର୍ଯ୍ୟକ୍ରମରେ ସାମିଲ କରିବା ସହିତ ସେମାନଙ୍କ ରୋଜଗାର ବୃଦ୍ଧି କରିବା ହେଉଛି ସରକାରଙ୍କ ଲକ୍ଷ୍ୟ। କିନ୍ତୁ, ଏହି ସବୁ ଯୋଜନା ଗୁଡିକରେ ଏହି ତିନୋଟି ବ୍ୟାଙ୍କର ପ୍ରଦର୍ଶନ ଓଡିଶାରେ ଆଦୌ ସନ୍ତୋଷ ଜନକ ନୁହେଁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସୂଚନାଯୋଗ୍ୟ ଯେ, ଓଡିଶାରେ ବିଭିନ୍ନ ଜନକଲ୍ୟାଣ ଯୋଜନା ଯଥା କୃଷି ୠଣ, ପ୍ରଧାନମନ୍ତ୍ରୀ ରୋଜଗାର ସୃଷ୍ଟି ଯୋଜନା (PMEGP), ପିଏମ୍ ସ୍ୱନିଧି ଯୋଜନା, ଷ୍ଟାଣ୍ଡଅପ୍ ଇଣ୍ଡିଆ ଯୋଜନା, ଗୃହୠଣ, ଶିକ୍ଷାୠଣ ଓ ରପ୍ତାନୀ ୠଣ ଆଦି ବିଭିନ୍ନ ଯୋଜନାରେ ଏହି ବ୍ୟଙ୍କ ଗୁଡିକର ପ୍ରଦର୍ଶନ ଅତ୍ୟନ୍ତ କମ ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜୁନ୍ ୨୧ ତାରିଖରେ ଏହି ବ୍ୟାଙ୍କ ଗୁଡିକୁ ନିଜର Empanelled List ରୁ କାଢିଦେଇଛନ୍ତି।

କିନ୍ତୁ, ଏହି ସବୁ ଯୋଜନା ଗୁଡିକରେ ଏହି ତିନୋଟି ବ୍ୟାଙ୍କର ପ୍ରଦର୍ଶନ ଓଡିଶାରେ ଆଦୌ ସନ୍ତୋଷ ଜନକ ନୁହେଁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସରକାରଙ୍କ ଗରିବ କଲ୍ୟାଣ ଯୋଜନାରେ ବ୍ୟାଙ୍କ ଗୁଡିକ ହେଉଛନ୍ତି ଏକ ବଡ ମାଧ୍ୟମ। ତେଣୁ, ଏହି ସବୁ ବ୍ୟାଙ୍କ ଗୁଡିକ ବିଭିନ୍ନ ଯୋଜନାରେ ଯେଉଁଥିରେ ଗରିବ ଲୋକମାନେ ଉପକୃତ ହେଉଛନ୍ତି, ସେଥିରେ ଅଧିକ ଲୋକଙ୍କୁ ୠଣ ଦେବାପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ବ୍ୟାଙ୍କମାନଙ୍କ ପ୍ରତିନିଧି ମାନେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶକୁ ଗ୍ରହଣ କରି କହିଥିଲେ ଯେ, ସେମାନେ ଏହି ସବୁ ଯୋଜନାରେ ଲୋକଙ୍କୁ ୠଣଦେବା ପାଇଁ ଆଗ୍ରହୀ ଅଛନ୍ତି ଏବଂ ଖୁବ୍ ଶୀଘ୍ର ଏହି ପ୍ରଦର୍ଶନରେ ଉନ୍ନତି ଆସିବ ବୋଲି ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଭରସା ଦେଇଥିଲେl

ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ମୁଖ୍ୟମନ୍ତ୍ରୀଙ୍କୁ ବ୍ୟାଙ୍କ ମାନଙ୍କ ପ୍ରଦର୍ଶନ ବିଷୟରେ ଅବଗତ କରିଥିଲେ।

ବୈଠକରେ ଆକ୍ସିସ୍ ବ୍ୟାଙ୍କର ଏକଜୁକ୍ୟୁଟିଭ ଡାଇରେକ୍ଟର ମୁନୀଷ ସାରଦା, ସରକାରୀ ବିଜନେସ କଣ୍ଟ୍ରିହେଡ୍ ଅନୀଲ ଅଗ୍ରୱାଲ୍, ଇଷ୍ଟ ରିଜିଓନାଲ ହେଡ୍ ସୌରଭ ଦତ୍ତା, ଏଚଡିଏଫସି ବ୍ୟାଙ୍କ ପକ୍ଷରୁ କଣ୍ଟ୍ରି ହେଡ୍ ସ୍ମିତା ଭଗତ୍, ବ୍ରାଞ୍ଚ ବ୍ୟାଙ୍କିଙ୍ଗ ହେଡ୍ ଇଷ୍ଟ ସନ୍ଦୀପ କୁମାର, ରିଜିଓନାଲ ହେଡ୍ ଦୀପକ ସିଂହ ଏବଂ ଆସିଆଇସିଆଇ ବ୍ୟାଙ୍କ ପକ୍ଷରୁ ବିଜନେସ ହେଡ ସୁମିତ ମେହେରୋତ୍ରା, ଓଡିଶା ସିଟି ବିଜିନେସ ହେଡ୍ ବିନୋଦ ଏଲ୍ ଏବଂ ରିଜିଓନାଲ ହେଡ୍  ଅମିୟ ନାୟକ ପ୍ରମୁଖ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *

Trending

Exit mobile version