Nation

ଉପ ମୁଖ୍ୟମନ୍ତ୍ରୀ ସିଂହଦେଓ ପଠାଇଲେ ପାର୍ସଲ ବବିଙ୍କୁ, କଣ ଥଲା ସେଥିରେ…?

Published

on

ଭୁବନେଶ୍ୱର : ଏଇ ତିନି ଦିନ ତଳେ ବବି, ବିଜୁ ଜନତା ଦଳର ନେତା ପ୍ରଣବ ପ୍ରକାଶ ଦାସଙ୍କ ସୂର୍ଯ୍ୟନଗର ଘରେ ପହଞ୍ଚି ଥିଲା ଏକ ବିରାଟ ପାର୍ସଲ l ପାର୍ସଲ ଧରି ଆସିଥିବା କର୍ମଚାରୀ ଜଣଙ୍କ ବବି ଦାସଙ୍କୁ ଖୋଜିଥିଲେ ପାର୍ସଲ ହସ୍ତାନ୍ତର କରିବାକୁ l ବବି ବାବୁ ନଥିବା ଜାଣି ତାଙ୍କ କର୍ମଚାରୀଙ୍କୁ ପାର୍ସଲ ରଖିଦେବାକୁ କହିଥିଲେ l ତେବେ ସେମାନେ ଯେତେବେଳେ ଜାଣିଲେ ପାର୍ସଲ ଟି ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ପଠାଇଛନ୍ତି ବବି ବାବୁଙ୍କ କର୍ମଚାରୀମାନେ ଶଙ୍କି ଗଲେ l ତେବେ ସିଂହଦେଓ ବବି ବାବୁଙ୍କ ସହ କଥା ହେବା ପରେ ପାର୍ସଲଟିକୁ କର୍ମଚାରୀମାନେ ଗ୍ରହଣ କରିଥିଲେ l

ତେବେ ସେ ପାର୍ସଲରେ ଥିଲା କଣ?

ବବିବାବୁଙ୍କ ବହୁ ଚର୍ଚ୍ଚିତ ସରକାରୀ କ୍ୱାର୍ଟର VIIIR-1 ଏବେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ଼ଙ୍କୁ ମିଳିଛି l ଏହି ନୂଆ କ୍ୱାର୍ଟରରେ ଗୃହ ପ୍ରବେଶ ପୂର୍ବରୁ ଦୁଇ ଦିନ ତଳେ ସିଂହଦେଓ ଏକ ପୂଜାପାଠର ଆୟୋଜନ କରିଥିଲେ l ତେବେ ଏହି ପୂଜା ପାଠ ପାଇଁ ଘର ଖୋଲି ଦେଖିଲା ବେଳକୁ ଗୋଟିଏ କୋଠରୀରେ ଦୁଇଟି ତୈଳ ଚିତ୍ର ପଡିଛି l ସେଥି ମଧ୍ୟରୁ ଗୋଟେ ବବିବାବୁଙ୍କ ସ୍ବର୍ଗତ ପିତା ତଥା ତୁଙ୍ଗ ଜନନେତା ଅଶୋକ ଦାସ ଥିଲା ଓ ଅନ୍ୟଟି ଥିଲା ସ୍ୱୟଂ ବବିବାବୁଙ୍କର l

ବବିବାବୁ ଘର ଖାଲି କଲା ବେଳକୁ ବୋଧ ହୁଏତ ଭୁଲରେ ଏହି ଦୁଇଟି ଫୋଟୋ ସାଙ୍ଗରେ ନେବାକୁ ଭୁଲି ଯାଇଛନ୍ତି l ତେବେ ଅଶୋକ ଦାସଙ୍କ ଫୋଟୋ ଦେଖି ଉପ ମୁଖ୍ୟମନ୍ତ୍ରୀ ସିଂହଦେଓ ଭାବ ବିଭୋଳ ହୋଇ ପଡ଼ିଥିଲେ l ସିଂହଦେଓ ତୁରନ୍ତ ଫୋଟୋ ଦୁଇଟାକୁ ପ୍ୟାକ କରି ବବି ବାବୁଙ୍କ ଘରକୁ ପଠାଇ ଦେଇଥିଲେ l

Leave a Reply

Your email address will not be published. Required fields are marked *

Trending

Exit mobile version