Nation

ଓଡ଼ିଶା: କେନ୍ଦୁପତ୍ର ସଂଗ୍ରହ ମୂଲ୍ୟ ରେ ବୃଦ୍ଧି, ୭.୫୦ ଲକ୍ଷ କେନ୍ଦୁପତ୍ର ତୋଳାଳୀପାଇବେ ୨୪୦ କୋଟି ଟଙ୍କା

Published

on

ଭୁବନେଶ୍ୱର: ରାଜ୍ୟର ଲକ୍ଷ ଲକ୍ଷ କେନ୍ଦୁପତ୍ର ତୋଳାଳୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କେନ୍ଦୁପତ୍ରର ସଂଗ୍ରହ ମୂଲ୍ୟ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ଏହି ନିଷ୍ପତ୍ତି ଅନୁଯାୟୀ ୨୦୨୨ ଫସଲ ବର୍ଷ ପାଇଁ ଉଭୟ ପ୍ରୋସେସ ଅଞ୍ଚଳ ଓ ଫାଲ ଅଂଚଳରେ କେନ୍ଦୁପତ୍ର ସଂଗ୍ରହ ମୂଲ୍ୟ ରେ ବୃଦ୍ଧି କରାଯାଇଛି।
ଏହାଦ୍ଵାରା ରାଜ୍ୟରେ ୭.୫୦ ଲକ୍ଷ ଗରୀବ କେନ୍ଦୁପତ୍ର ତୋଳାଳୀ ୨୪୦ କୋଟି ଟଙ୍କାର ଅଧିକ ରୋଜଗାର ପାଇପାରିବେ. ଏମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଜନଜାତି ମହିଳା ।

ଏହାସହିତ ରାଜ୍ୟ ସରକାରଙ୍କ ପକ୍ଷରୁ ବୋନସ ଓ ବିଭିନ୍ନ ଭତ୍ତା ବାବଦରେ ମଧ୍ୟ୍ୟ ୧୨୦ କୋଟି ଟଙ୍କା ମଂଜୁର କରାଯାଇଛି। ଏହାଦ୍ଵାରା ୮ ଲକ୍ଷ କେନ୍ଦୁପତ୍ର ତୋଳାଳୀ, ବନ୍ଧାଳୀ ଓ ଅନ୍ୟାନ୍ୟ କର୍ମଚାରୀ (Seasonal Staff) ଉପକୃତ ହେବେ ।

ସୂଚନାଯୋଗ୍ୟ ଯେ ରାଜ୍ୟ ସରକାର କେନ୍ଦୁପତ୍ର ବ୍ୟବସାୟର ସମସ୍ତ ଲାଭକୁ (Trade surplus) କେନ୍ଦୁପତ୍ର ତୋଳାଳୀ, ବନ୍ଧାଳୀ ଓ ଅନ୍ୟାନ୍ୟ କର୍ମଚାରୀ (Seasonal Staff) ମାନଙ୍କ କଲ୍ୟାଣ ପାଇଁ ବିନିଯୋଗ କରୁଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version