ଭୁବନେଶ୍ୱର: ଓଡିଶାକୁ ସ୍ବାସ୍ଥ୍ୟ କ୍ଷେତ୍ରରେ ଏକ ବଡ ସଫଳତା ମିଳିଛି। ରାଜ୍ୟରେ ଶିଶୁ ମୃତ୍ୟୁ ହାର ପ୍ରତି ଏକ ହଜାରରେ ୩୬କୁ ଖସିଛି।
ଓଡ଼ିଶାରେ ୨୦୦୫ ରୁ ୨୦୨୦ ମଧ୍ୟରେ ଶିଶୁ ମୃତ୍ୟୁ ହାରରେ ୩୯ ପଏଣ୍ଟ ହ୍ରାସ। ଏହା ସାରା ଦେଶରେ ସର୍ବାଧିକ ହ୍ରାସ।
ଓଡ଼ିଶାର ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାସ୍ଥ୍ୟ ବିଭାଗ, ମହିଳା ଓ ଶିଶୁ କଲ୍ୟାଣ , ମିଶନ ଶକ୍ତି ବିଭାଗ ଓ ଟିମ୍ ଓଡିଶାକୁ ଅଭିନନ୍ଦନ ଜଣାଇଛନ୍ତି।
ବିକାଶରେ ବିଭିନ୍ନ କ୍ଷେତ୍ରରେ ଓଡିଶା କ୍ରମାଗତଭାବେ ସଫଳତା ହାସଲ କରି ଅନ୍ୟ ରାଜ୍ୟ ମାନଙ୍କ ପାଇଁ ଆଦର୍ଶ ସୃଷ୍ଟି କରିଥିବା ବେଳେ, ଏବେ ସ୍ବାସ୍ଥ୍ୟ କ୍ଷେତ୍ରରେ ଆଉ ଏକ ମାଇଲଷ୍ଟୋନ ହାସଲ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଆଜି ମୋ ସରକାରର ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଅଧିକାରୀ ମାନଙ୍କୁ ସୂଚନା ଦେଇ କହିଲେ ଯେ ଓଡିଶା ଶିଶୁ ମୃତ୍ୟୁହାରରେ ୩୯ ପଏଣ୍ଟ ହ୍ରାସ କରିବାରେ ସଫଳ ହୋଇଛି । ୨୦୦୫ରୁ ୨୦୨୦ ମଧ୍ୟରେ ଏହି ସଫଳତା ମିଳିଛି । ଏହା ସାରା ଦେଶରେ ଏହି ସମୟ ମଧ୍ୟରେ ସର୍ବାଧିକ ହ୍ରାସ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ବର୍ତ୍ତମାନ ରାଜ୍ୟର ଶିଶୁ ମୃତ୍ୟୁ ହାର ପ୍ରତି ଏକ ହଜାରରେ ୩୬କୁ କମିଯାଇଛି ।
ଏଥିପାଇଁ ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ବିଭାଗ,ମହିଳା ଓ ଶିଶୁ କଲ୍ୟାଣ ବିଭାଗ,ମିଶନ ଶକ୍ତି ବିଭାଗ ଏବଂ ଟିମ୍ ଓଡିଶାକୁ ଅଭିନନ୍ଦନ ଜଣାଇଥିଲେ ଏବଂ ଓଡିଶାର ବିକାଶ ଯାତ୍ରାରେ ସମସ୍ତେ ସାମିଲ ହୋଇ ଓଡିଶା ପାଇଁ ନୂଆ ନୂଆ ସଫଳତା ହାସଲ କରିବା ପାଇଁ ପରାମର୍ଶ ଦେଇଥିଲେ।