ଭୁବନେଶ୍ୱର : ରାଜ୍ୟ ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୁତି ଭୂଷଣ ଜେନା ମଙ୍ଗଳବାର ବିଧାନସଭାରେ ତାଙ୍କ ବିଭାଗର ଖର୍ଚ୍ଚ ଦାବିର ଉତ୍ତର ରେ କହିଛନ୍ତି ଯେ ଚଳିତ 2024-25 ଆର୍ଥିକ ବର୍ଷରେ ମୋଟ 50,000 କୋଟି ଟଙ୍କା ଖଣି ରାଜସ୍ବ ଭାବେ ମିଳିବାର ଲକ୍ଷ୍ୟ ରଖା ଯାଇଛି l ଏଠାରେ ଉଲ୍ଲେଖ ଯେ ୨୦୨୩-୨୪ ଆର୍ଥିକ ବର୍ଷରେ ଖଣି ରାଜସ୍ୱ ବାବଦକୁ ୪୬୩୯୬. ୨୭ କୋଟି ଟଙ୍କା ଆଦାୟ ହୋଇଛି। ଚଳିତ ବର୍ଷ ୨୦୨୪-୨୫ ଆର୍ଥିକ ବର୍ଷରେ ୩୧ ଜୁଲାଇ, ୨୦୨୪ ସୁଦ୍ଧା ଅଦ୍ଯାବଦି ୧୬୬୮୩.୩୫ କୋଟି ଟଙ୍କା ଆଦାୟ ହୋଇଛି ଯାହାକି ପୂର୍ବ ବର୍ଷ ଏହି ସମୟ ଅପେକ୍ଷା ଶତକଡା ୧୬.୮୦ ପ୍ରତିଶତ ଅଧିକ ଅଟେ ।
ରାଜ୍ୟରେ ଅଧୁନା ଗୁରୁ ଖଣିଜ ପଦାର୍ଥ ର ଉତ୍ପାଦନ ନିମନ୍ତେ ୩୮୫ଗୋଟି ଖଣିଜ ବ୍ଲକ ମଧ୍ୟରୁ ୨୦୫ ଗୋଟି ଖଣି କାର୍ଯ୍ୟକ୍ଷମ ଅଛି ଓ ୧୮୦ ଗୋଟି ଖଣି ଅଣ-କାର୍ଯ୍ୟକ୍ଷମ ଅଛି। ୧୦୨ଗୋଟି ଖଣି ରୁ ଲୌହାପଥର, ମାଙ୍ଗାନିଜ , କ୍ରୋମାଇଟ, ବକ୍ସାଇଟ ଇତ୍ୟାଦି ଉତ୍ପାଦିତ ହେଉଥିବାବେଳେ ୩୩ଗୋଟି ଖଣିରୁ କୋଇଲା, ସାତଗୋଟି ଖଣିରୁ ରତ୍ନପଥର, ୫୬ଗୋଟି ଖଣିରୁ ସାଜସଜ୍ଜା ପଥର ବା Decorative Stone ଏବଂ ଅନ୍ୟ ସାତଗୋଟି ଖଣିରୁ ବିନିର୍ଦ୍ଦିଷ୍ଟ ଲଘୁ ଖଣିଜ ବା Specified Minor Mineral ଉତ୍ପାଦିତ ହେଉଅଛି । କାର୍ଯ୍ଯକ୍ଷମ ହୋଇପାରିନଥିବା ୧୮୦ ଗୋଟି ଖଣିର ବୈଧାନିକ ଆବଶ୍ୟକତା କୁ ଅନୁଧ୍ୟାନ କରି ଆବଶ୍ଯକୀୟ ବିଧିପ୍ରଯୁକ୍ତ କାର୍ଯ୍ୟ ଏବଂ ତ୍ଵରିତ ଅନୁପାଳନ ମାଧ୍ୟମରେ ଏହି ଖଣିଗୁଡିକୁ କାର୍ଯ୍ୟକ୍ଷମ କରାଇବାକୁ ଆଗାମୀ ଦିନରେ ପ୍ରୟାସ କରାଯିବ ।
ରାଜ୍ୟରେ 2000-01 ଠାରୁ 2010-11ଆର୍ଥିକ ବର୍ଷ ମଧ୍ୟରେ ଖଣିଜ ଉତ୍ପାଦନରେ ଅନେକ ଅନିୟମିତତା ପରିଲକ୍ଷିତ ହୋଇଥିଲା ଏବଂ ଏଥିନିମନ୍ତେ କେଦ୍ର ସରକାର ଶାହା କମିଶନ୍କୁ ନିଯୁକ୍ତ କରିଥିଲେ ଏବଂ ପରେ ପରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଏହି ସମ୍ବନ୍ଧିତ ଯାଚିକା ଗ୍ରହଣ କରି ଏହି ଆରୋପିତ ଖଣିଜ ଉତ୍ତୋଳନର ଅନିୟମିତତା ର ସଂପୂର୍ଣ୍ଣ ଅନୁସନ୍ଧାନ ନିମନ୍ତେ ରିଟ ପିଟିସନ 114/2014 ରେ କେନ୍ଧୀୟ କ୍ଷମତାପନ୍ନ କମିଟି(CEC)ଙ୍କୁ ନିଯୁକ୍ତ କରିଥିଲେ। ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଓଡିଶା ରାଜ୍ୟରେ ଏଭଳି ବେଆଇନ ଭାବରେ ଖଣିକାର୍ଯ୍ୟକୁ ସଂପୂର୍ଣ୍ଣ ବନ୍ଦ କରିବା ଉଦ୍ଦେଶ୍ୟରେ କେନ୍ଦ୍ରୀୟ କ୍ଷମତାପନ୍ନ କମିଟି ଙ୍କ ରିପୋର୍ଟ ଆଧାରରେ ବୈଧାନିକ ଅନୁମତି ପ୍ରାପ୍ତ ନହୋଇ ଓ ଜଙ୍ଗଲ ଓ ପରିବେଶର ଜନିତ ଅନୁମତି ର ଉଲ୍ଲଂଘନ କରି ଯେଉଁ ଖଣି ପଟ୍ଟାଦାର ଲୌହ ଓ ମାଙ୍ଗାନିଜ ତଥା ଅନ୍ୟାନ୍ୟ ଖଣିଜ ପଦାର୍ଥ ଖଣି ର ଖଣିକାର୍ଯ୍ୟ କରିଥିଲେ, ସେମାନଙ୍କୁ ଖଣିଜ ର ଶତ ପ୍ରତିଶତ ମୂଲ୍ୟ MMDR Act ର ଧାରା ୨୧(୫) ଅନୁସାରେ କ୍ଷତିପୂରଣ ଆକାରରେ ପଇଠ କରିବାକୁ ନିର୍ଦ୍ଦେଶ ଦେଇଥିଲେ, ଯାହାର ଅନୁପାଳନ କରାଯାଉଅଛି ।
ରାଜ୍ୟର ଖଣି ପଟ୍ଟାଧାରୀଙ୍କ ଠାରୁ କ୍ଷତିପୂରଣ ଜୋରିମାନା ବାବଦରେ ଇସି/ଏଫସି ଉଲ୍ଲଂଘନ ନିମନ୍ତେ ଟ୧୮୧୬୯କୋଟି ୧୪ଲକ୍ଷ ୮୫୬ଟଙ୍କା ର ଜୋରିମାନା କରଯାଇଥିଲାବେଳେ ସେଥିରୁ ସୁଧ ସହିତ ୧୬୧୦୩କୋଟି ୯୬ଲକ୍ଷ ୧୧ହଜାର ୪୪୬ଟଙ୍କା ଅଦ୍ୟାବଧି ଆଦାୟ ହୋଇଅଛି ଏବଂ MP/CTO ଉଲ୍ଲଂଘନ ନିମନ୍ତେ ୧୮୯୦କୋଟି୮୩ଲକ୍ଷ ୩ହଜାର ୨୧୮ଟଙ୍କା ଜୋରିମାନା କରାଯାଇଥିବା ବେଳେ ୧୧୦୧କୋଟି ୬୯ଲକ୍ଷ ୭୯ହଜାର ୨୬୦ଟଙ୍କା ଅଦ୍ୟାବଧି ଆଦାୟ କରାଯାଇପାରିଛି।
୨୦୨୩-୨୪ ଆର୍ଥିକ ବର୍ଷରେ ୪୩୦.୨୨୫ ନିୟୁତ ଟନ ଖଣିଜ ପଦାର୍ଥ ପ୍ରେରଣ କରାଯାଇଛି ଏବଂ ୪୩୫.୧୯୯ ନିୟୁତ ଟନ ପଦାର୍ଥ ଉତ୍ପାଦନ କରାଯାଇଛି। କାର୍ଯ୍ୟକ୍ଷମ ୩୩ ଗୋଟି କୋଇଲା ଖଣିରୁ ୨୦୨୩-୨୪ ଆର୍ଥିକ ବର୍ଷରେ ୨୦୭.୯୦ ମିଲିୟନ ଟନ ଉତ୍ପାଦନ ହୋଇଥିବା ବେଳେ ୨୧୨.୯୮ ନିୟୁତ ଟନ ପ୍ରେରଣ ହୋଇଛି । ୨୦୨୩-୨୪ ଆର୍ଥିକ ବର୍ଷରେ ସମୁଦାୟ ଖଣି ରାଜସ୍ୱ ବାବଦକୁ ମୋଟ ୪୬୩୯୬. ୨୭ କୋଟି ଟଙ୍କା ଆଦାୟ ହୋଇଛି । ୨୦୨୪-୨୫ ଆର୍ଥିକ ବର୍ଷରେ ୩୧ ଜୁଲାଇ, ୨୦୨୪ ସୁଦ୍ଧା ୧୫୩.୮୯୫ ନିୟୁତ ଟନ ଖଣିଜ ପଦାର୍ଥ ପ୍ରେରଣ କରାଯାଇଛି ଏବଂ ୧୫୭.୮୧୭ ନିୟୁତ ଟନ ପଦାର୍ଥ ଉତ୍ପାଦନ କରାଯାଇଛି। ୨୦୨୪-୨୫ ଆର୍ଥିକ ବର୍ଷରେ ୩୧ ଜୁଲାଇ, ୨୦୨୪ ସୁଦ୍ଧା ଖଣି ରାଜସ୍ୱ ବାବଦ କୁ ୧୬୬୮୩.୩୫ କୋଟି ଟଙ୍କା ଆଦାୟ ହୋଇଛି।
ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ ରେ ପର୍ଯ୍ୟାୟକ୍ରମେ ୩୦ ଗୋଟି ଗୁରୁ ଖଣିଜ ବ୍ଲକ ନିଲାମ ହେବାକୁ ଯୋଜନା କରାଯାଇଛି। ସେଥି ମଧ୍ୟରୁ ୧୦ ଗୋଟି ଗୁରୁ ଖଣିଜ ବ୍ଲକର ନିଲାମ ପାଇଁ ପ୍ରକ୍ରିୟା ଜାରୀ ରହିଛି ।
ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ କାର୍ଯ୍ୟକ୍ଷମ କରୁଥିବା ୫୩ ଗୋଟି ଇସ୍ପାତ କାରଖାନା ମଧ୍ୟରୁ ଚୁକ୍ତିନାମା ସ୍ବାକ୍ଷରିତ ମାଧ୍ୟମରେ ୩୫ ଗୋଟି କାରଖାନା ଏବଂ ଅଣ- ଚୁକ୍ତିନାମା ମାଧ୍ୟମରେ୧୮ ଗୋଟି କାରଖାନା କାର୍ଯ୍ୟ କରୁଛି । ଏହି ଇସ୍ପାତ କାରଖାନା ଗୁଡିକର ମୋଟ ସ୍ଥାପିତ କ୍ଷମତା ହେଉଛି, ୩୫.୭୧ ଏମ. ଟି. ପି.ଏ (Million Ton Per Annuam) ।
ବିଗତ ଦିନରେ ଆମ ସହଭାଗିତାରେ ଚାଲିଥିବା ରାଜ୍ୟ ସରକାରଙ୍କ ସମୟରେ ରାଜ୍ୟରେ ଆର୍ଥିକ ସମ୍ବଳର ସ୍ୱଳ୍ପତା କୁ ଦୃଷ୍ଟି ରେ ରଖି ତଥା ରାଜ୍ୟର ଭିତ୍ତିଭୂମି, ଶିକ୍ଷା, ନିଯୁକ୍ତି ତଥା ରାଜ୍ୟର ଗ୍ରାମୀଣ, ଅନୁନ୍ନତ ଏବଂ ଖଣି ଅଞ୍ଚଳରେ ସାମାଜିକ ଓ ଆର୍ଥିକ ବିକାଶ ନିମନ୍ତେ ଖଣିଜ ଦ୍ରବ୍ୟ ର ବ୍ୟବସାୟ ଓ ବିପଣନ ରୁ ଅତିରିକ୍ତ ସମ୍ବଳ ସଂଗ୍ରହ ଉଦ୍ଦେଶ୍ୟରେ Orissa Rural Infrastructure and Socio-Economic Development Act, 2004 ପ୍ରଣୟନ କରିଥିଲେ ଏବଂ ଏହାକୁ କାର୍ଯ୍ୟକାରୀ କରିବା ନିମନ୍ତେ Orissa Rural Infrastructure and Socio-Economic Development Rules, 2005 ପ୍ରସ୍ତୁତ କରିଥିଲେ । ଏହି ଆଇନ ରେ ରାଜ୍ୟରେ ଖଣି ଥିବା ଜମି ଉପରେ ବା ଯେଉଁ ଜମି ରେ ଖଣି ଖନନ ହେଉଅଛି, ତାହାର ବାର୍ଷିକ ମୂଲ୍ୟ ଉପରେ ଟିକସ ବସାଇବା ନିମନ୍ତେ ରାଜ୍ୟ ସରକାର ସ୍ଥିର କରିଥିଲେ। କିନ୍ତୁ ଏହାର ବୈଧତାକୁ ବିରୋଧ କରି ନାଲକୋ ଏବଂ ଅନ୍ୟ ଖଣି ପଟ୍ଟାଦାର ମାନ୍ୟବର ଓଡିଶା ଉଚ୍ଚ ନ୍ୟାୟାଳୟଙ୍କ ନିକଟରେ 7991 of 2005 ଏବଂ ଅନ୍ୟ ମାମଲା ସମୂହ ଦାୟର କରିଥିଲେ ଏବଂ ମାନ୍ୟବର ଉଚ୍ଚ ନ୍ୟାୟାଳୟ ତାଙ୍କର ୦୫.୧୨.୨୦୦୫ତାରିଖ ରାୟରେ ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରଣୀତ ଆଇନକୁ ରାଜ୍ୟ ସରକାରଙ୍କ କ୍ଷମତା ବହିର୍ଭୂତ ବୋଲି ଦର୍ଶାଇ ରଦ୍ଦ କରିଦେଲେ । ଏହା ବିରୁଦ୍ଧରେ ରାଜ୍ୟ ସରକାର ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ନିକଟରେ SLP (C) No. 5264 / 2006 ଋଜୁ ଯାହାର ବିଚାର କରି ମାନ୍ୟବର ସର୍ବୋଚ୍ଚ ଅଦାଲତ ୨୫.୦୭.୨୦୨୪ତାରିଖରେ ରାୟ ପ୍ରଦାନ କଲେ ଯେ, ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ରାଜ୍ୟ ମାନଙ୍କର ଖଣିଜ ପଦାର୍ଥ ଓ ଖଣି ସଂଲଗ୍ନ ଜମି ଉପରେ ଟିକସ ବସାଇବାର ବୈଧାନିକ ଅଧିକାର ରହିଛି। ପୁନଶ୍ଚ ଏହାର କାର୍ଯ୍ଯକାରିତା ନିମନ୍ତେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ତା୧୪.୦୮.୨୦୨୪ରିଖରେ ସ୍ପଷ୍ଟ କାଲେ ଯେ ରାଜ୍ୟ ମାନେ ଏହି ଟିକସ ପିଛିଲା ଭାବେ ତା୦୧.୦୪.୨୦୦୫ରିଖ ଠାରୁ ହୋଇଥିବା କାରବାର ଉପରେ ଲାଗୁ କରିପାରିବେ ଏବଂ ଧାର୍ଯ୍ୟ ଦେୟ ଖଣି ମାଲିକ ମାନଙ୍କ ଠାରୁ ତା୦୧.୦୪.୨୦୨୬ରିଖ ପରେ ବାରବର୍ଷର ବାର୍ଷିକ କିସ୍ତିସୂତ୍ରରେ ଅସୁଲ କରିପାରିବେ। ଏହି ମାମଲାରେ ରାଜ୍ୟର ସ୍ବାର୍ଥକୁ ଅଗ୍ରାଧିକାର ଦେଇ ଯଥୋଚିତ କାର୍ଯ୍ଯପନ୍ଥା ସ୍ଥିର କରାଯିବ।
ରାଜ୍ୟର ମହଜୁଦ ରହ଼ିଥିବା ଖଣ଼ିଜ ସମ୍ପଦର ଅନୁସନ୍ଧାନ, ଉତ୍ତୋଳନ ଏବଂ ଏହାର ମୂଲ୍ୟବର୍ଦ୍ଧନ କର଼ିବା ଉଦେଶ୍ୟରେ ଓଡିଶା ସରକାର ଏବଂ ଭାରତ ସରକାରଙ୍କ ମ଼ିଳ଼ିତ ଉଦ୍ୟୋଗ କମ୍ପାନୀ ଭାବରେ ଓଡିଶା ଖଣ଼ିନ଼ିଗମ (ଓଏମସ଼ି) ୧୯୫୬ ମସ଼ିହା ମଇ ମାସ ୧୬ ତାର଼ିଖରେ ପ୍ରତ଼ିଷ୍ଠା ହୋଇଥିଲା। ୧୭/୧୧/୧୯୬୧ ତାରିଖ ଠାରୁ ପରିଗଣିତ ହୋଇଥିବା ଓଡିଶା ସରକାରୀ ଉଦ୍ୟୋଗ ଓଡିଶା ଖଣି ନିଗମ ଲିମିଟେଡ(OMC Limited), ରାଜ୍ୟରେ ଥିବା ଶିଳ୍ପଗୁଡିକର ଆବଶ୍ୟକତା ପୂରଣ କରୁଛି । ଉନ୍ନତମାନର କାର୍ଯ୍ୟକଳାପ ପାଇଁ ଏହାକୁ ଏକ ଗୋଲ୍ଡ୍ କାଟାଗୋରୀ ଷ୍ଟେଟ୍ ପି.ଏସ୍.ୟୁ. ଭାବରେ ଶ୍ରେଣୀଭୁକ୍ତ କରାଯାଇଛି
ଲୁହା ପଥର, କ୍ରୋମଇଟ, ବକ୍ସାଇଟ ଓ ମାଙ୍ଗାନିଜ ର ୩୭ ଗୋଟି ଖଣି ଲିଜ ବର୍ତ୍ତମାନ ଓଡିଶା ଖଣି ନିଗମ ଅଧୀନରେ ଅଛି l ୨୦୨୩-୨୪ ଆର୍ଥିକ ବର୍ଷରେ ଓଡିଶା ଖଣି ନିଗମ ୩୭.୫୯ ନିୟୁତ ଟନ ଖଣିଜ ପଦାର୍ଥ ଉତ୍ତୋଳନ ସହିତ 43.5 ନିୟୁତ ଖଣିଜ ପଦାର୍ଥ ବିକ୍ରୟ କରିଅଛି। ୨୦୨୩- ୨୪ ଆର୍ଥିକ ବର୍ଷରେ ଓଡିଶା ଖଣି ନିଗମ ଟ.23,500,58 କୋଟି ଟଙ୍କାର ଖଣି ରାଜସ୍ୱ ଆଦାୟ କରିଅଛି । OMC ସାମାଜିକ ଦାୟିତ୍ୱ ବୋଧ ଏବଂ ପାରିପାର୍ଶିକ ବିକାଶ ମୂଳକ କାର୍ଯ୍ୟକ୍ରମ ପାଇଁ 128.16 କୋଟି ଟଙ୍କା ଖର୍ଚ୍ଚ କରାଯାଇଛି I ୨୦୨୫ ମସିହା ସୁଦ୍ଧା ଓଡିଶା ଖଣି ନିଗମ ୫୦ ମିଲିୟନ ଟନ ଖଣିଜ ପଦାର୍ଥ ଉତ୍ତୋଳନ କରି ଜାତୀୟ ସ୍ତରରେ ଏହାର ଶ୍ରେଷ୍ଠତ୍ଵ ପ୍ରତିପାଦନ ପାଇଁ ଦୃଢ ନିଶ୍ଚିତ ଅଛି । ଆର୍ଥିକ ବର୍ଷ ୨୦୨୪-୨୫ରେ ୪୩.୭୩ ନିୟୁତ ଟନ ଖଣିଜ ପଦାର୍ଥ ଉତ୍ତୋଳନ ଏବଂ ୪୪.୨୭ ନିୟୁତ ଟନ ଖଣିଜ ପଦାର୍ଥ ବିକ୍ରୟ ସହିତ ଓଡିଶା ଖଣି ନିଗମ ୨୩୭୫୪ କୋଟି ଟଙ୍କାର କାରବାର କରିବା ପାଇଁ ଲକ୍ଷ ଧାର୍ଯ୍ୟ କରାଯାଇଅଛି।
ରାଜ୍ୟର ଖଣିଜ ଭିତ୍ତିକ ଶିଳ୍ପ ସମୂହକୁ କଞ୍ଚାମାଲ ଯୋଗାଇଦେବା ନିମନ୍ତେ ଓଡିଶା ଖଣି ନିଗମ ଏକ ପ୍ରମୁଖ ଭୂମିକା ନିର୍ବାହ କରୁଛି । ୨୦୨୩-୨୪ ଆର୍ଥିକ ବର୍ଷରେ ଏହି ନିଗମ ୩୭.୫୯ ନିୟୁତ ଟନ ଖଣିଜ ପଦାର୍ଥ ଉତ୍ତୋଳନ ସହିତ ୪୩.୫ ନିୟୁତ ଟନ ଖଣିଜ ପଦାର୍ଥ ବିକ୍ରୟ କରିଅଛି। ଏହି ଆର୍ଥିକ ବର୍ଷରେ ନିଗମ ପ୍ରାୟତଃ ୨୩,୫୦୦ କୋଟିର ଖଣିଜ ରାଜସ୍ୱ ଅଦାୟକରି, ଦେଶର ଏକ ସର୍ବବୃହତ ଖଣି କମ୍ପାନୀ ଭାବରେ ନିଜକୁ ପତିଷ୍ଠିତ କରିପାରିଛି । ନୂତନ ଜ୍ଞାନ କୌଶଳର ପ୍ରୟୋଗ ସହିତ ନିଅବଦାନ ଗମ ନିଜର ସାମାଜିକ ଦାୟିତ୍ୱବୋଧ ଖଣିଜ କମ୍ପାନୀଭାବେ ଏହା ସ୍ୱାସ୍ଥ୍ୟ, ପରିମଳ, ଶିକ୍ଷା, ପାନୀୟ ଜଳ ଯୋଗାଣ, ଗମନା ଗମନ, ବିଜୁଳି, ଗୃହ ନିର୍ମାଣ ତଥା ଅନ୍ୟ ଉପାଦେୟ କ୍ଷେତ୍ରରେ ଏହାର ଫଳପ୍ରସୁ ଯୋଗଦାନ ଦେଇଚାଲିଛି । କ୍ଷୁଦ୍ର ଶିଳ୍ପୋଦ୍ୟୋଗୀଙ୍କ ନିମନ୍ତେ ଓଡିଶା ଖଣି ନିଗମ ଦ୍ଵାରା ଯୋଗାଇ ଦିଆଯାଉଥିବା କଞ୍ଚାମାଲ ଆଗାମୀ ଦିନରେ ଅଧିକରୁ ଅଧିକ କରାଯିବା ନିମନ୍ତେ ପ୍ରୟାସ ଓ ପ୍ରୋତ୍ସାହନ ଜାରି ରହିବ।
ଆର୍ଥିକ ବର୍ଷ ୨୦୨୪-୨୫ ବଜେଟରେ ଇସ୍ପାତ ଓ ଖଣି ବିଭାଗ ପାଇଁ ମୋଟ ୪୫୬.୩୭୭୯ କୋଟି ଟଙ୍କା(୪୫୬ କୋଟି ୩୭ ଲକ୍ଷ ୭୯ ହଜାର ଟଙ୍କା) ବ୍ୟୟ ବରାଦ କରାଯାଇଛି ଯାହାକି ପୂର୍ବ ବର୍ଷ ଅପେକ୍ଷା ଶତକଡା ୪୦.୦୨ ପ୍ରତିଶତ ଅଧିକ ଅଟେ । ସେଥି ମଧ୍ୟରୁ ପ୍ରଶାସନିକ ଖର୍ଚ୍ଚ ପାଇଁ ବ୍ୟୟ ବରାଦ (Administrative Expenditure) ବାବଦକୁ ୯୧.୮୪୬୬ କୋଟି ଟଙ୍କା ଓ ଯୋଜନା ବ୍ୟୟ ବରାଦ (Programme Expenditure) ବାବଦରେ ୩୬୪.୫୩୧୩ କୋଟି ଟଙ୍କା ରଖାଯାଇଛି ।