ସ୍ପେଶାଲ ରିପୋର୍ଟ

ଓଏମସି ପେଲେଟ୍‌ ପ୍ଲାଣ୍ଟ ରୁ ମେ 2026 ସୁଦ୍ଧା ଉତ୍ପାଦନ ଆରମ୍ଭ

Published

on

ଭୁବନେଶ୍ୱର: ଓଡିଶା ଖଣି ନିଗମ (ଓଏମସି) ପେଲେଟ୍ ପ୍ଲାଣ୍ଟ ରୁ ଆଗାମୀ ବର୍ଷ ମେ ମାସରୁ ଉତ୍ପାଦନ ଆରମ୍ଭ ହେବ l

ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଓଡିଶା ଖଣି ନିଗମ କାର୍ଯ୍ୟକ୍ରମର ଏକ ସମୀକ୍ଷା ବୈଠକରୁ ଏହା ଜଣାଯାଇଛି।

ଓଏମସି ପକ୍ଷରୁ ଏକ ପେଲେଟ୍ ପ୍ଲାଣ୍ଟ ସ୍ଥାପନ କରିବା ପାଇଁ ମୁଖ୍ୟମନ୍ତ୍ରୀ ପୂର୍ବରୁ ଯେଉଁ ପ୍ରସ୍ତାବ ଦେଇଥିଲେ ସେ ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା। ଏଥିପାଇଁ ଭାରତ ସରକାରଙ୍କର ମେକନ୍ (MECON) ନାମକ ଏକ ସଂସ୍ଥାକୁ Techno-Economic Feasibility Report ପ୍ରସ୍ତୁତ କରିବା ପାଇଁ ଦାୟିତ୍ୱ ଦିଆଯାଇଛି। ପେଲେଟ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ଏକ ସ୍ୱତନ୍ତ୍ର ପ୍ରୋଜେକ୍ଟ କମିଟି ମଧ୍ୟ ଗଠନ କରାଯାଇଛି। ସମସ୍ତ ପ୍ରକ୍ରିୟା ସରିବା ପରେ ୨୦୨୬ ମେ ମାସ ସୁଦ୍ଧା ପେଲେଟ୍ ପ୍ରକଳ୍ପ ଆରମ୍ଭ ହେବ।

ବୋଲି ବୈଠକରୁ ଜଣାଯାଇଛି ଯେ ୨୦୨୫-୨୬ ଆର୍ଥିକ ବର୍ଷ ରେ ୫୦ ମିଲିଅନ ଟନ ଖଣିଜ ପଦାର୍ଥ ଉତ୍ପାଦନ କରିବା ସହିତ ୩୦ ହଜାର କୋଟି ଟଙ୍କାର ବିକ୍ରୟ ରାଜସ୍ୱ (Sales Revenue)ର ହାସଲ କରିବାର ଲକ୍ଷ୍ୟ ରଖିଛି l

ବୈଠକରେ ଖଣିଜ ପଦାର୍ଥ ଉତ୍ପାଦନ ବୃଦ୍ଧି ପାଇଁ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋଚନା କରାଯାଇଥିଲା। ବିଭିନ୍ନ ଖଣି ଅଞ୍ଚଳର ଅବଧି ବୃଦ୍ଧି, ପରିବେଶ ଅନୁମୋଦନ, ନୂତନ ଖଣି କାର୍ଯ୍ୟକ୍ଷମ କରିବା ଆଦି ବିଭିନ୍ନ ବିଷୟ ଉପରେ ବୈଠକରେ ଆଲୋଚନା ହୋଇଥିଲା। ବିଶେଷ କରି ବକ୍ସାଇଟ୍ ଉତ୍ପାଦନ ବୃଦ୍ଧି ଉପରେ ବୈଠକରେ ଗୁରୁତ୍ୱ ଆରୋପ କରାଯାଇଥିଲା। ଚଳିତ ବର୍ଷ ବକ୍ସାଇଟ୍ ଉତ୍ପାଦନ ଲକ୍ଷ୍ୟ ୩.୬ ମିଲିଅନ ଟନ୍ ଥିବା ବେଳେ ଆଗାମୀ ବର୍ଷରେ ଏହାକୁ ୬ ମିଲିଅନ ଟନ କୁ ବୃଦ୍ଧି କରିବାର ଲକ୍ଷ୍ୟ ରଖାଯାଇଛି l

ଏହି ବୈଠକରେ ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ଏବଂ ଓଡିଶା ଖଣି ନିଗମର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

Trending

Exit mobile version