Connect with us

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ବ୍ୟାଙ୍କ ସୁବିଧା ନ ଥିବା ଅଞ୍ଚଳ ପାଇଁ ଯୁଗାନ୍ତକାରୀ ‘ଆମ ବ୍ୟାଙ୍କ’ ଯୋଜନା ଆରମ୍ଭ କରିଛନ୍ତି। ଏହାଦ୍ବାରା ବ୍ୟାଙ୍କ ସୁବିଧା ନ ଥିବା ୪୩୭୩ ପଞ୍ଚାୟତରେ ଲୋକମାନେ ବ୍ୟାଙ୍କିଙ୍ଗ ସୁବିଧା ପାଇବେ। ୨୦୨୪ ମାର୍ଚ୍ଚ ସୁଦ୍ଧା ଏହି ସମସ୍ତ ପଞ୍ଚାୟତକୁ ବ୍ୟାଙ୍କ ସୁବିଧା ପହଞ୍ଚିବ । ଆଜି ପ୍ରଥମ ପର୍ଯ୍ୟାୟରେ ୭୫୪ଟି ପଞ୍ଚାରେ ଆମ ବ୍ୟାଙ୍କ ସୁବିଧା ଆରମ୍ଭ ହେଲା । ଏହି କାର୍ଯ୍ୟକ୍ରମକୁ ରାଜ୍ୟର ୧୦୦୦ଟି ସ୍ଥାନରେ ୪ ଲକ୍ଷ ଲୋକ ସିଧାପ୍ରସାରଣ ଜରିଆରେ ଲାଇଭ ଦେଖିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମ ବ୍ୟାଙ୍କ ମଡେଲ ସାରା ଦେଶରେ ପ୍ରଥମ। ଏହି ବ୍ୟାଙ୍କିଙ୍ଗ ମଡେଲ ସାରା ଦେଶ ପାଇଁ ଏକ ରୋଲ ମଡେଲ ହେବ ବୋଲି ସେ ମତ ହେବା ସହିତ ଏକ ନୂଆ ଓଡିଶା, ସଶକ୍ତ ଓଡିଶା ଗଠନ ପାଇଁ ଆହ୍ବାନ ଦେଇଛନ୍ତି ।

ଏହି କାର୍ଯ୍ୟକ୍ରମରେ ୬ଟି ରାଷ୍ଟ୍ରାୟତ ବ୍ୟାଙ୍କ ଯୋଡି ହୋଇଛନ୍ତି। ଏମାନେ ହେଲେ – State Bank of India, Punjab National Bank, Union Bank of India, UCO Bank, Bank of India ଓ Bank of Baroda. ଆମ ବ୍ୟାଙ୍କ ଗୁଡିକ ଲୋକଙ୍କୁ ୧୫ ପ୍ରକାର ବ୍ୟାଙ୍କ ସେବା ଯୋଗାଇ ଦେବେ ।

ସୂଚନାଯୋଗ୍ୟ ଯେ ରାଜ୍ୟର ସମୁଦାୟ ୬୭୯୮ ଗ୍ରାମ ପଞ୍ଚାୟତ ମଧ୍ୟରୁ ପ୍ରାୟ ୬୫ ପ୍ରତିଶତ ବା ୪୩୭୩ଟି ଗ୍ରାମ ପଞ୍ଚାୟତରେ ବ୍ୟାଙ୍କ ସୁବିଧା ନାହିଁ । ଲୋକଙ୍କ ଆର୍ଥିକ ସଶକ୍ତିକରଣ ପାଇଁ ବ୍ୟାଙ୍କ ସୁବିଧା ଏକ ଜରୁରୀ ଆବଶ୍ୟକତା ହୋଇଥିବାରୁ, ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବ୍ୟାଙ୍କ ମାନଙ୍କୁ ସମସ୍ତ ସୁବିଧା ପ୍ରଦାନ କରି ୬ ମାସ ମଧ୍ୟରେ ସବୁ ବ୍ୟାଙ୍କ ନ ଥିବା ପଞ୍ଚାୟତରେ Customer Service Point Plus ଯୋଜନା ଆରମ୍ଭ କରିଛନ୍ତି । ଏହା ‘ଆମ ବ୍ୟାଙ୍କ’ ଭାବରେ ଲୋକଙ୍କୁ ସେବା ଯୋଗାଇଦେବ । ଏଥିପାଇଁ ରାଜ୍ୟ ସରକାର ଏହିସବୁ ପଞ୍ଚାୟତରେ ବ୍ୟାଙ୍କ ମାନଙ୍କୁ ଆସନ୍ତା ୫ ବର୍ଷ ପାଇଁ ଘର (Banking space), ବିଦ୍ୟୁତ ବ୍ୟବସ୍ଥା, ଇଣ୍ଟରନେଟ ଯୋଗାଯୋଗ ଏବଂ ଅନ୍ୟାନ୍ୟ ଆନୁସଂଗିକ ସୁବିଧା ଯୋଗାଇ ଦେବେ ।

ଏହି କାର୍ଯ୍ୟକ୍ରମକୁ ଅନ୍‌ଲାଇନ ଜରିଆରେ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ମୁଁ ଚାହେଁ ରାଜ୍ୟର ସବୁ ଲୋକ ଆର୍ଥିକ ଅନ୍ତର୍ଭୁକ୍ତିକରଣର ସୁବିଧା ପାଆନ୍ତୁ । ଜମିପଟ୍ଟା, ଆଧାର କାର୍ଡ, ଭୋଟର ଆଇଡି କାର୍ଡ ପରି ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଖୁବ ଜରୁରୀ । ଘର ପାଖରେ ବ୍ୟାଙ୍କ ସୁବିଧା ମିଳିଲେ, ଆମର କାଳିଆ, ମମତା, ମଧୁବାବୁ ପେନ୍‌ସନ ପରି ବିଭିନ୍ନ direct benefit transfer ତଥା ଛୋଟ ଛୋଟ ବ୍ୟବସାୟୀଙ୍କ ପାଇଁ ଋଣ ଆଦି ସୁବିଧା ଲୋକଙ୍କ ପାଖରେ ସିଧାସଳଖ ଓ ସୁବିଧାରେ ଉପଲବ୍‌ଧ ହୋଇପାରିବ । ଏହା ହିଁ ଆମ 5T ନୀତିର ମୁଖ୍ୟ ଲକ୍ଷ୍ୟ । ତେଣୁ ଆମ ବ୍ୟାଙ୍କ ଲୋକଙ୍କ ଅର୍ଥନୈତିକ ସଶକ୍ତିକରଣ ଦିଗରେ ଆଉ ଏକ ମାଇଲଷ୍ଟୋନ ହେବ ବୋଲି ଦୃଢୋକ୍ତି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହାଦ୍ବାରା ଗାଁ ରେ ରହୁଥିବା ଲକ୍ଷ ଲକ୍ଷ ଲୋକ ଆର୍ଥିକ ଦୃଷ୍ଟିରୁ ସଶକ୍ତ ହୋଇପାରିବେ ।

ରାଜ୍ୟ ସରକାରଙ୍କ 5T ଉପକ୍ରମରେ ଏହା ଆରମ୍ଭ କରାଯାଇଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏଭଳି ଯୋଜନା ଆରମ୍ଭ କରିବାରେ ଓଡିଶା ସାରା ଦେଶରେ ପ୍ରଥମ । ଏଥିପାଇଁ ରାଜ୍ୟ ସରକାର ୫୦୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ବୋଲି ସେ କହିଥିଲେ । ଏହାସହିତ ବରିଷ୍ଠ ନାଗରିକ, ଗର୍ଭବତୀ ମହିଳା ଓ ଭିନ୍ନକ୍ଷମ ମାନଙ୍କୁ ବ୍ୟାଙ୍କ ସେବା ସେମାନଙ୍କ ଘରେ ହିଁ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲୋକଙ୍କ ଆର୍ଥିକ ଅନ୍ତର୍ଭୁକ୍ତିକରଣ ବିନା କୌଣସି ଦେଶ ବା ରାଜ୍ୟ ସବୁ ବର୍ଗର ଲୋକଙ୍କ ପାଇଁ ବିକାଶ ଆଣିପାରିବ ନାହିଁ । (No country or state can ever attain inclusive growth without achieving financial inclusion for its people).ଆଜି ଆର୍ଥିକ କ୍ଷେତ୍ରରେ ଉନ୍ନତି, ସାମାଜିକ ବିକାଶ, ଡିଜିଟାଲ ରୂପାନ୍ତର, ଉତ୍ତମ ପ୍ରଶାସନିକ ବ୍ୟବସ୍ଥା (Good governance), ସବୁ କ୍ଷେତ୍ରରେ ଓଡିଶା ଏକ ରୋଲ ମଡେଲ ହୋଇପାରିଛି ।

କାର୍ଯ୍ୟକ୍ରମରେ ଯୋଗ ଦେଇ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ନେତୃତ୍ବ ଯୋଗୁ ଓଡିଶା ଆଜି ଆର୍ଥିକ କ୍ଷେତ୍ରରେ ରୂପାନ୍ତର ଆଣିପାରିଛି । ଆଜି ଆମ ବ୍ୟାଙ୍କ ସେବା ଏହି ଆର୍ଥିକ ପ୍ରଗତୀକୁ ଆହୁରି ଆଗକୁ ନେବ ବୋଲି ସେ କହିଥିଲେ ।

ଏହି କାର୍ଯ୍ୟକ୍ରମକୁ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ପରିଚାଳନା କରିଥିଲେ । ଏହି ଅବସରରେ ସେ କହିଥିଲେ ଯେ ବ୍ୟାଙ୍କ ସୁବିଧା ନ ଥିବା ପଞ୍ଚାୟତ ଗୁଡିକୁ ବ୍ୟାଙ୍କ ସେବା ଆଣିବା ପାଇଁ ଯେଉଁ ଗତିରେ କାମ ଚାଲିଛି, ସେହି ଗତିରେ କାମ ଚାଲିଲେ, ସବୁ ପଞ୍ଚାୟତରେ ପହଞ୍ଚିବା ପାଇଁ ୩୦ ବର୍ଷ ଲାଗିଥାନ୍ତା । କିନ୍ତୁ ଲୋକଙ୍କ ଆର୍ଥିକ ସଶକ୍ତିକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଯୋଗୁ ଆଜି ଏହା ମାତ୍ର ୬ ମାସ ମଧ୍ୟରେ ସମ୍ଭବ ହୋଇପାରୁଛି । ଏହା ହେଉଛି ରୂପାନ୍ତର ବୋଲି ସେ କହିଥିଲେ ।

ଷ୍ଟେଟ ବ୍ୟାଙ୍କ ଅଧ୍ୟକ୍ଷ ଦିନେଶ କୁମାର ଖାରା ଅନ୍‌ଲାଇନ ଜରିଆରେ ଯୋଗ ଦେଇ କହିଲେ ଯେ ଓଡିଶା ସରକାରଙ୍କର ଏହା ଏକ ଆକାଂକ୍ଷୀ କାର୍ଯ୍ୟକ୍ରମ। ଏହାଦ୍ବାରା ରାଜ୍ୟର ଲୋକମାନଙ୍କ ପାଇଁ ଆର୍ଥିକ କ୍ଷେତ୍ରରେ ବିପୁଳ ସୁଯୋଗ ସୃଷ୍ଟି ହେବ ।

ୟୁକୋ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଅଶ୍ବିନୀ କୁମାର କହିଲେ ଯେ ଲୋକଙ୍କ ଆର୍ଥିକ ସଶକ୍ତିକରଣ ଦିଗରେ ଏହି ଛୋଟ ପଦକ୍ଷେପଟି ଏକ ବିରାଟ ପରିବର୍ତ୍ତନ ଆଣିବ। ସାଂସ୍କୃତିକ ଐତିହ୍ୟ ପାଇଁ ପରିଚିତ ଓଡିଶା ଆଜି ଆର୍ଥିକ କ୍ଷେତ୍ରରେ ଏକ ବଳିଷ୍ଠ ରାଜ୍ୟ ହୋଇପାରିବ ବୋଲି ସେ କହିଥିଲେ ।

ଏହି ଅବସରରେ ଆମ ବ୍ୟାଙ୍କ ଆରମ୍ଭ ହୋଇଥିବା କେତେକ ପଞ୍ଚାୟତର ହିତାଧିକାରୀ ମୁଖ୍ୟମନ୍ତ୍ରୀଙ୍କ ସହିତ ମତ ବିନିମୟ କରିଥିଲେ । ବାଲେଶ୍ବର ଭୋଗରାଇ ବ୍ଲକ୍‌ର ବାଜିତପୁର ପଞ୍ଚାୟତର ବାର୍ଦ୍ଧକ୍ୟଭତ୍ତା ହିତାଧିକାରୀ ଗୌରାଙ୍ଗ ପାଲ, ସେହି ପଞ୍ଚାୟତର ମମତା ହିତାଧିକାରୀ ଅସୀମା ଦେ ପ୍ରମୁଖ କହିଥିଲେ ଯେ ଆମେ ଆଗରୁ ବ୍ୟାଙ୍କ ଭତ୍ତା ଆଣିବା ପାଇଁ ୩ କିଲୋମିଟର ଦୂରକୁ ଯାଉଥିଲୁ। ଆଜି ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପ ଯୋଗୁ ଆମ ଘର ପାଖରେ ଏହି ସୁବିଧା ପାଇପାରିବୁ । ଆମେ ସମସ୍ତେ ବହୁତ ଖୁସି। ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ । କଳାହାଣ୍ଡି ଜୁନାଗଡ ବ୍ଲକ୍‌ର କାଲେଇ ଗାଁ ପଞ୍ଚାୟତର ବ୍ୟାଙ୍କି କରେସପଣ୍ଡେନ୍‌ସ ସୁନିଲ କୁମାର ପଟେଲ ଏବଂ ଗଞ୍ଜାମ ହିଞ୍ଜିଳିକାଟୁର ନନ୍ଦିକା ପଞ୍ଚାୟତର ସରପଞ୍ଚ କୃଷ୍ଣଚନ୍ଦ୍ର ବଉଳ ପ୍ରମୁଖ ମଧ୍ୟ ଲୋକମାନେ ଏଥିରେ ବହୁତ ସୁବିଧା ପାଇବେ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଥିଲେ ।

ଅର୍ଥ ବିଭାଗର ପ୍ରମୁଖ ସଚିବ ବିଶାଳ ଦେବ ସ୍ବାଗତ ଭାଷଣ ଦେଇଥିଲେ।

 ଏହି 

Continue Reading
Click to comment

Leave a Reply

Your email address will not be published. Required fields are marked *

Nation

ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀର ୧୩ତମ ବ୍ୟାଚ୍ କ୍ୟାଡେଟ୍ ସବ୍-ଇନ୍ସପେକ୍ଟରମାନଙ୍କ ଦୀକ୍ଷାନ୍ତ ସମାରୋହ

Published

on

ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀ ଠାରେ ୧୩ତମ ବ୍ୟାଚ୍ କ୍ୟାଡେଟ୍ ସବ୍-ଇନ୍ସପେକ୍ଟରମାନଙ୍କ ଦୀକ୍ଷାନ୍ତ ସମାରୋହ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୁଇ ବର୍ଷର କଠୋର ଇନ୍‌ଡୋର ଓ ଆଉଟ୍‌ଡୋର ପ୍ରଶିକ୍ଷଣ ସଫଳତାର ସହ ସମ୍ପୂର୍ଣ୍ଣ କରିଥିବା ୩୩୬ ଜଣ ନବନିଯୁକ୍ତ କ୍ୟାଡେଟ୍ ସବ୍-ଇନ୍ସପେକ୍ଟରଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଏହି ବ୍ୟାଚ୍‌ରେ ୭୦ ଜଣ ମହିଳା ସବ୍-ଇନ୍ସପେକ୍ଟର ସାମିଲ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଆନନ୍ଦ ପ୍ରକାଶ କରିବା ସହ ଏହା ଓଡ଼ିଶାର ନାରୀ ସଶକ୍ତିକରଣ ଓ ପରିବର୍ତ୍ତିତ ସାମାଜିକ ଚିତ୍ରର ଏହା ଏକ ଉଜ୍ଜ୍ୱଳ ପ୍ରତିଫଳନ ବୋଲି କହିଛନ୍ତି ।

 

ଦୀକ୍ଷାନ୍ତ ସମାରୋହକୁ ସମ୍ବୋଧିତ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଆଧୁନିକ ଅପରାଧ, ଟେକ୍ନୋଲୋଜିର ବ୍ୟବହାର ଓ ସାଇବର ଠକେଇର ମୁକାବିଲା ପାଇଁ ଓଡ଼ିଶା ପୋଲିସ ନିଜକୁ ନିରନ୍ତର ଅପ୍‌ଡେଟ୍ କରୁଥିବାରୁ ସନ୍ତୋଷ ପ୍ରକାଶ କରିଥିଲେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଦକ୍ଷ ପରିଚାଳନାରେ ରାଜ୍ୟରୁ ମାଓ ଓ ନକ୍ସଲ ହିଂସା ସମ୍ପୂର୍ଣ୍ଣ ଦମନ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ ।

ଆଗାମୀ ଦଶ ବର୍ଷ ମଧ୍ୟରେ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଶିଳ୍ପାୟନ ଏବଂ ଶାନ୍ତି-ଶୃଙ୍ଖଳା ଅପରିହାର୍ଯ୍ୟ ବୋଲି ଦର୍ଶାଇ ମୁଖ୍ୟମନ୍ତ୍ରୀ ପୋଲିସ ବିଭାଗର ଆଧୁନିକୀକରଣ ଓ ମାନବ ସମ୍ବଳ ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ । ଗତ ଦୁଇ ବର୍ଷ ମଧ୍ୟରେ ପୋଲିସ ବିଭାଗରେ ୧୭,୭୯୪ଟି ନୂତନ ପଦବୀ ସୃଷ୍ଟି କରାଯିବା ସହ ୫,୮୧୭ଟି ପଦବୀ ପୂରଣ କରାଯାଇଛି ଏବଂ ଥାନାଗୁଡ଼ିକର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ ଯାନବାହାନ ଓ ଇନ୍ଧନ ଭତ୍ତା ପ୍ରଦାନ କରାଯାଉଛି । ଏହା ସହିତ ୨୦୨୯ ସୁଦ୍ଧା ଓଡ଼ିଶାକୁ ‘ନିଶାମୁକ୍ତ ରାଜ୍ୟ’ରେ ପରିଣତ କରିବା ପାଇଁ ସରକାର ସଂକଳ୍ପବଦ୍ଧ ବୋଲି ସେ ଦୋହରାଇଥିଲେ ।

ପୋଲିସ ବାହିନୀକୁ ଅଧିକ କ୍ରିୟାଶୀଳ କରିବା ପାଇଁ ମୁଖ୍ୟମନ୍ତ୍ରୀ SMART POLICING ନୀତି ଆପଣାଇବାକୁ ଆହ୍ୱାନ ଦେବା ସହ ନବନିଯୁକ୍ତ ଅଧିକାରୀମାନଙ୍କୁ ତିନୋଟି ଗୁରୁମନ୍ତ୍ର ପ୍ରଦାନ କରିଛନ୍ତି । ସରକାରଙ୍କ ‘ଶୂନ୍ୟ ସହନଶୀଳତା’ ନୀତିକୁ ଆଧାର କରି ଦୁର୍ନୀତିରୁ ସମ୍ପୂର୍ଣ୍ଣ ଦୂରେଇ ରହିବା, ୟୁନିଫର୍ମ ସର୍ଭିସରେ ସର୍ବୋଚ୍ଚ ଶୃଙ୍ଖଳା ବଜାୟ ରଖିବା ଏବଂ କ୍ଷମତାର ଅପବ୍ୟବହାର ନକରି ନିର୍ଦ୍ଦୋଷଙ୍କୁ ସୁରକ୍ଷା ଓ ଅପରାଧୀଙ୍କୁ ଆଇନ ଅନୁଯାୟୀ ଦଣ୍ଡ ଦେବା ପାଇଁ ସେ ପରାମର୍ଶ ଦେଇଥିଲେ ।

ସମାରୋହରେ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ବିନୟତୋଷ ମିଶ୍ର କହିଥିଲେ ଯେ ପୋଲିସ ଅଧିକାରୀମାନେ ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ କାର୍ଯ୍ୟ କରିବା ଉଚିତ। ପୋଲିସ ସେବାରେ ଅନେକ ସମସ୍ୟା ଓ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଲେ ମଧ୍ୟ, ସେମାନଙ୍କୁ ସମ୍ପୂର୍ଣ୍ଣ ସାହସିକତା, ନିଷ୍ଠା ଓ ସାଧୁତାର ସହିତ ନିଜର ଦାୟିତ୍ୱ ତୁଲାଇବାକୁ ହେବ। ଏହା ସହିତ ସାଇବର ଅପରାଧ ଭଳି ଆଧୁନିକ ସମସ୍ୟାର ମୁକାବିଲା କରିବା ପାଇଁ ପ୍ରଯୁକ୍ତିବିଦ୍ୟା ଏବଂ ସ୍ମାର୍ଟ ପୋଲିସିଂ ବ୍ୟବସ୍ଥାର ଉପଯୋଗ କରିବା ଜରୁରୀ ଅଟେ। ନକ୍ସଲ ବିରୋଧୀ ଅଭିଯାନ କ୍ଷେତ୍ରରେ ଓଡ଼ିଶା ପୋଲିସ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଏହି ଅସାଧାରଣ କୃତିତ୍ୱ ଓ ସଫଳତା ପାଇଁ ସେ ସମଗ୍ର ଓଡ଼ିଶା ପୋଲିସ ବାହିନୀକୁ ଧନ୍ୟବାଦ ଜଣାଇଥିଲେ ।

ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀର ନିର୍ଦ୍ଦେଶକ ତଥା ପୋଲିସ ମହାନିରୀକ୍ଷକ ଶ୍ରୀ ଅନୁପ କୁମାର ସାହୁ ସ୍ୱାଗତ ଅଭିଭାଷଣ ଦେବା ସହ ବାର୍ଷିକ ବିବରଣୀ ପାଠ କରିଥିଲେ ।

ଏହି ଦୀକ୍ଷାନ୍ତ ସମାରୋହରେ ବିଭିନ୍ନ ବିଭାଗରେ ଉତ୍କର୍ଷ ହାସଲ କରିଥିବା କୃତୀ କ୍ୟାଡେଟ୍‌ମାନଙ୍କୁ ମୁଖ୍ୟମନ୍ତ୍ରୀ ସମ୍ମାନିତ କରିଥିଲେ । ଏଥିରେ ପି. ନଳିନୀ ରାଓଙ୍କୁ ସର୍ବାଧିକ ନମ୍ବର ହାସଲ କରି ରାଜ୍ୟପାଳଙ୍କ ପଦକ, ଟ୍ରଫି ସହ ୧୦,୦୦୦ ଟଙ୍କାର ନଗଦ ପୁରସ୍କାର ରାଶି ମୁଖ୍ୟମନ୍ତ୍ରୀ ପ୍ରଦାନ କରିଥିଲେ । ଏଥି ସହ ତେଜସ୍ୱିନୀ ମହନ୍ତରାୟ, ଯୁଧିଷ୍ଠିର ବେହେରା, ଲକ୍ଷ୍ମଣ କୁମାର ମହନ୍ତ, ସସ୍ମିତା ଖୁଣ୍ଟିଆ, ନିହାରିକା ତ୍ରିପାଠୀ ଓ ଆଶୁତୋଷ ନାୟକଙ୍କୁ ପୋଲିସ ପ୍ରଶିକ୍ଷଣରେ ଉତ୍ତମ ପ୍ରଦର୍ଶନ ନିମନ୍ତେ ମୁଖ୍ୟମନ୍ତ୍ରୀ ଟ୍ରଫି ସହ ପୁରସ୍କାର ପ୍ରଦାନ କରିଥିଲେ ।

 

Continue Reading

Nation

ବଜେଟ ଖର୍ଚ୍ଚ ବୃଦ୍ଧି କରିବାକୁ ସଚିବମାନଙ୍କୁ କହିଲେ ମୁଖ୍ୟ ଶାସନ ସଚିବ

Published

on

ଭୁବନେଶ୍ୱର: ବଜେଟ ଖର୍ଚ୍ଚ ବୃଦ୍ଧି କରିବାକୁ ଆଜି ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ବିଭାଗୀୟ ସଚିବମାନଙ୍କୁ କହିଛନ୍ତି ।

ମୁଖ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚିବସ୍ତରୀୟ ବୈଠକରେ ବିଭିନ୍ନ ବିଭାଗର ବ୍ୟୟ ସ୍ଥିତି ସମୀକ୍ଷା କରି ଅନୁମୋଦିତ ବଜେଟ୍‌ ବ୍ୟବସ୍ଥା ଅନୁଯାୟୀ ବିକାଶମୂଳକ ଯୋଜନା ଓ ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନକୁ ତ୍ୱରାନ୍ୱିତ କରି ବ୍ୟୟ ହାର ବୃଦ୍ଧି କରିବାକୁ ସଚିବମାନଙ୍କୁ ପରାମର୍ଶ ଦେଇଥିଲେ । ନିର୍ଦ୍ଧାରିତ ଲକ୍ଷ୍ୟ ଅନୁଯାୟୀ ବ୍ୟୟ କରିବା ସହ କାର୍ଯ୍ୟକ୍ରମର ଗୁଣାତ୍ମକ ଓ ଫଳାଫଳଭିତ୍ତିକ କାର୍ଯ୍ୟାନ୍ୱୟନ  ଉପରେ ଗୁରୁତ୍ୱ ଦେବାକୁ ସେ କହିଥିଲେ ।

ବୈଠକରେ ଅର୍ଥ ବିଭାଗ ପକ୍ଷରୁ ରାଜ୍ୟର ଆୟ ଓ ବ୍ୟୟ ସ୍ଥିତି ସମ୍ପର୍କରେ ବିସ୍ତୃତ ଉପସ୍ଥାପନ କରାଯାଇଥିଲା । ଚଳିତ ଆର୍ଥିକ ବର୍ଷରେ ଅଗଷ୍ଟ ମାସ ଶେଷ ସୁଦ୍ଧା ଗତ ବର୍ଷର  ଏହି ସମୟ ତୁଳନାରେ ରାଜ୍ୟର ମୋଟ ବ୍ୟୟ ଓ କାର୍ଯ୍ୟକ୍ରମ ବ୍ୟୟରେ ଉନ୍ନତି ଘଟିଥିବା ବେଳେ ପୁଞ୍ଜି ବ୍ୟୟରେ ମଧ୍ୟ ଉଲ୍ଲେଖନୀୟ ଅଭିବୃଦ୍ଧି ହୋଇଥିବା  ଜଣାଯାଇଛି । ସେହିପରି ରାଜ୍ୟର ମୋଟ ରାଜସ୍ୱ ଆଦାୟରେ ମଧ୍ୟ ଗତବର୍ଷ ତୁଳନାରେ ଅଧିକ ଅଭିବୃଦ୍ଧି ରେକର୍ଡ ହୋଇଛି

 ବୈଠକରେ ଉନ୍ନୟନ କମିଶନର-ତଥା-ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଂଜନ କୁମାର ସିଂହଙ୍କ   ସମେତ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ  ଏବଂ ଅନ୍ୟ ବିଭିନ୍ନ ବିଭାଗର  ସଚିବମାନେ ଯୋଗଦେଇ ବିଭାଗୀୟ କାର୍ଯ୍ୟକ୍ରମ, ଆର୍ଥିକ ପ୍ରଦର୍ଶନ, ଜନକଲ୍ୟାଣମୂଳକ ପଦକ୍ଷେପ ଏବଂ କାର୍ଯ୍ୟକାରୀ ହେଉଥିବା ବିକାଶମୂଳକ ପ୍ରକଳ୍ପ ସମ୍ପର୍କରେ ଆଲୋଚନା କରିଥିଲେ ।

        

     ବୈଠକରେ ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ଅମ୍ରିତ୍ ଋତୁରାଜ ଜିଲ୍ଲାର ୨୫ଟି ରଣନୀତିକ ପ୍ରକଳ୍ପ ସମ୍ପର୍କରେ ବିସ୍ତୃତ ରୋଡମ୍ୟାପ୍ ଉପସ୍ଥାପନ କରିଥିଲେ । ଖୋର୍ଦ୍ଧା ଜିଲ୍ଲାର ସମନ୍ୱିତ ଓ ଦ୍ରୁତ ବିକାଶ ପାଇଁ ଶିଳ୍ପ, ଭିତ୍ତିଭୂମି, କୃଷି, କ୍ରୀଡ଼ା, ପର୍ଯ୍ୟଟନ, ଐତିହ୍ୟ ଓ ଜ୍ଞାନଭିତ୍ତିକ ବିକାଶକୁ ସମାନ ଗୁରୁତ୍ୱ ଦେଇ ପ୍ରସ୍ତୁତ  ରୋଡମ୍ୟାପ୍‌ ସଂପର୍କରେ ଜିଲ୍ଲାପାଳ  ଆଲୋକପାତ କରିଥିଲେ ଜିଲ୍ଲାର  ଗ୍ରାମ ପଞ୍ଚାୟତସ୍ତରରେ କଲ୍ୟାଣ ମଣ୍ଡପ, ଗ୍ରାମୀଣ ହାଟ, ମଡେଲ୍‌ ପାର୍କ, ପୋଖରୀ ଭଳି ବହୁମୁଖୀ ସୁବିଧା ସହ ପ୍ରମୁଖ ଉପଯୋଗୀ ମଡେଲ୍ ପ୍ରକଳ୍ପ ବିକଶିତ କରିବା ପାଇଁ ପ୍ରସ୍ତାବ ରଖାଯାଇଛି ।   

    ବେଗୁନିଆ-ବୋଲଗଡ଼ ଓ ଟାଙ୍ଗୀ ଅଞ୍ଚଳକୁ ଶିଳ୍ପ କ୍ଷେତ୍ର ଭାବେ ବିକଶିତ କରି ନୂଆ ପୁଞ୍ଜିନିବେଶ ଆକର୍ଷଣ, ନିଯୁକ୍ତି ସୁଯୋଗ ସୃଷ୍ଟି ଓ ଏମ୍‌ଏସ୍‌ଏମ୍‌ଇ ଭିତ୍ତିକ ସହାୟକ ଶିଳ୍ପର ବିକାଶ ପାଇଁ ପ୍ରସ୍ତାବ ରଖାଯାଇଛି  । ତୃଣମୂଳସ୍ତରରେ ସିଭିକ୍‌ ଓ ଜ୍ଞାନଭିତ୍ତିକ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଆଧୁନିକ ବ୍ଲକ୍‌ସ୍ତରୀୟ କନଭେନ୍ସନ୍‌ ସେଣ୍ଟରକୁ ଜନସମାଗମ, ଜ୍ଞାନ ବିନିମୟ, ସାଂସ୍କୃତିକ ପ୍ରଦର୍ଶନୀ ଓ ସରକାରୀ କାର୍ଯ୍ୟକ୍ରମର କେନ୍ଦ୍ର ଭାବେ ବିକଶିତ କରିବା ନେଇ ଆଲୋଚନା ହୋଇଥିଲା ।

Continue Reading

Nation

ଜାତୀୟ ଶକ୍ତି ସମ୍ମିଳନୀ ୨୦୨୬ରେ ଲିଙ୍ଗ-ସମ୍ବେଦନଶୀଳ ସହରୀ ଯାତାୟାତକୁ ଗୁରୁତ୍ୱ

Published

on

ଭୁବନେଶ୍ୱର: “ଯେତେବେଳେ ମହିଳାମାନେ ଆଗକୁ ବଢ଼ନ୍ତି, ସହର ବି ଆଗକୁ ବଢ଼େ।” ଏହି ଦୃଢ଼ ବାର୍ତ୍ତା ସହିତ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ଓଡ଼ିଶାର ସହରୀ ପରିବହନ ବ୍ୟବସ୍ଥାରେ ମହିଳାଙ୍କ ସୁରକ୍ଷା, ସୁଗମତା ଓ ସକ୍ରିୟ ଅଂଶଗ୍ରହଣକୁ ପ୍ରାଥମିକତା ଦେବା ଉପରେ ଗୁରୁତ୍ୱ ଦେଇଛନ୍ତି ।

ଭୁବନେଶ୍ୱରର ମେଫେୟାରରେ ଆୟୋଜିତ ‘ଶକ୍ତି ସମ୍ମିଳନୀ ୨୦୨୬ : ରାଜ୍ୟ ମହିଳା ଓ ଶିଶୁ ବିକାଶ ନେତୃତ୍ୱ କନକ୍ଲେଭ’ ରେ “ସହରୀ ଗମନାଗମନରେ ଲିଙ୍ଗଗତ ମୁଖ୍ୟଧାରା ପାଇଁ ଓଡ଼ିଶାର ପଦକ୍ଷେପ” ବିଷୟରେ ବକ୍ତବ୍ୟ ରଖି ଶ୍ରୀମତୀ ପାଢ଼ୀ କହିଛନ୍ତି ଯେ, ସହରୀ ପରିବହନର ଯୋଜନା, ଡିଜାଇନ୍ ଓ ସେବା ପ୍ରଦାନର ପ୍ରତ୍ୟେକ ସ୍ତରରେ ମହିଳାଙ୍କ ଆବଶ୍ୟକତା ଓ ଅଭିଜ୍ଞତାକୁ କେନ୍ଦ୍ରରେ ରଖିବା ଆବଶ୍ୟକ ।

ସେ କହିଛନ୍ତି ଯେ, ମହିଳାମାନଙ୍କ ପାଇଁ ସୁରକ୍ଷିତ, ନିର୍ଭରଯୋଗ୍ୟ ଓ ସୁଗମ ପରିବହନ ସେମାନଙ୍କ ଶିକ୍ଷା, ନିଯୁକ୍ତି, ଉଦ୍ୟୋଗ, ସ୍ୱାସ୍ଥ୍ୟସେବା ଓ ସାମାଜିକ ସୁଯୋଗ ପାଇବାର କ୍ଷମତାକୁ ସିଧାସଳଖ ପ୍ରଭାବିତ କରେ । “ଯେଉଁ ସହରରେ ଅଧା ଜନସଂଖ୍ୟା ଚଳପ୍ରଚଳ କରିବା ସମୟରେ ନିଜକୁ ସୁରକ୍ଷିତ ଓ ଆତ୍ମବିଶ୍ୱାସୀ ମନେ କରନ୍ତି ନାହିଁ, ସେହି ସହର ପ୍ରକୃତରେ ସମାବେଶୀ ହୋଇପାରିବ ନାହିଁ,” ବୋଲି ସେ କହିଛନ୍ତି ।

ଶ୍ରୀମତୀ ପାଢ଼ୀ କହିଛନ୍ତି ଯେ, ସହରୀ ଗମନାଗମନରେ ଲିଙ୍ଗଗତ ମୁଖ୍ୟଧାରା କେବଳ ନୀତି ଓ ଦସ୍ତାବିଜରେ ସୀମିତ ନ ରହି ଯୋଜନା ପ୍ରସ୍ତୁତିଠାରୁ ଆରମ୍ଭ କରି ଭିତ୍ତିଭୂମି ନିର୍ମାଣ, କାର୍ଯ୍ୟକାରିତା ଓ ସେବା ପ୍ରଦାନ ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ତରରେ ପ୍ରତିଫଳିତ ହେବା ଦରକାର । ସୁରକ୍ଷିତ ଓ ସୁଗମ ଜନପରିବହନ, ପଥଚାରୀ-ଅନୁକୂଳ ଭିତ୍ତିଭୂମି, ପର୍ଯ୍ୟାପ୍ତ ଆଲୋକୀକରଣ, ସୁରକ୍ଷିତ ସର୍ବସାଧାରଣ ସ୍ଥାନ, ସହଜ ଶେଷ-ମାଇଲ୍ ସଂଯୋଗ ଏବଂ ଉତ୍ତରଦାୟୀ ପରିବହନ ସେବା ଏକ ମହିଳା-ଅନୁକୂଳ ସହରର ଅତ୍ୟାବଶ୍ୟକ ଅଙ୍ଗ ବୋଲି ସେ ଉଲ୍ଲେଖ କରିଛନ୍ତି ।

ଅଧିବେଶନରେ ଏକ ପ୍ରେରଣାଦାୟୀ ଉଦାହରଣ ଦେଇ ଶ୍ରୀମତୀ ପାଢ଼ୀ ତାଙ୍କ ମହିଳା ଡ୍ରାଇଭରଙ୍କୁ ଉପସ୍ଥିତ ଦର୍ଶକଙ୍କ ସହ ପରିଚିତ କରାଇଥିଲେ । ପାରମ୍ପରିକ ଭାବେ ପୁରୁଷ-ପ୍ରଧାନ ବୋଲି ବିବେଚିତ ହେଉଥିବା ଏକ କ୍ଷେତ୍ରରେ ଜଣେ ମହିଳାଙ୍କ ସଫଳ ଅଂଶଗ୍ରହଣ ରୂଢ଼ିବାଦୀ ଧାରଣାକୁ ଭାଙ୍ଗିବା ସହିତ ଅନ୍ୟ ମହିଳାମାନଙ୍କ ପାଇଁ ମଧ୍ୟ ନୂଆ ସୁଯୋଗର ଦ୍ୱାର ଖୋଲିଥାଏ ବୋଲି ସେ ଦର୍ଶାଇଥିଲେ ।

“ଲିଙ୍ଗଗତ ମୁଖ୍ୟଧାରା କେବଳ ନୀତି ଏବଂ ଦସ୍ତାବିଜ ମଧ୍ୟରେ ସୀମିତ ରହିପାରିବ ନାହିଁ । ଏହା ଆମ ଦୈନନ୍ଦିନ ଜୀବନରେ ଏବଂ ସାର୍ବଜନୀନ ସେବା ଯୋଗାଉଥିବା ଲୋକଙ୍କ କାର୍ଯ୍ୟରେ ଦୃଶ୍ୟମାନ ହେବା ଉଚିତ,” ବୋଲି ଶ୍ରୀମତୀ ପାଢ଼ୀ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ଡ୍ରାଇଭର, ପରିବହନ କର୍ମଚାରୀ, ଯୋଜନାକାରୀ, ପ୍ରଯୁକ୍ତିବିଦ୍ୟା ବିଶେଷଜ୍ଞ ଓ ସେବା ପ୍ରଦାନକାରୀ ଭାବେ ମହିଳାଙ୍କ ଅଧିକ ପ୍ରତିନିଧିତ୍ୱ ସମଗ୍ର ପରିବହନ ବ୍ୟବସ୍ଥାକୁ ଅଧିକ ସମାବେଶୀ, ଉତ୍ତରଦାୟୀ ଓ ଜନକେନ୍ଦ୍ରିକ କରିପାରିବ ।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions