Nation

ଓଡିଶା ପୋଲିସ ରେ ଭର୍ତ୍ତି ହେବେ ୪୭୯୦ କନେଷ୍ଟବଳ

Published

on

ଭୁବନେଶ୍ୱର: ଓଡିଶା ପୋଲିସରେ ୪୭୯୦ଟି କନେଷ୍ଟବଳ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ କରିବାପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଚଳିତ ବର୍ଷ ୪ଟି ପର୍ଯ୍ୟାୟରେ ଏହି ପଦବୀଗୁଡିକୁ ମୁଖ୍ୟମନ୍ତ୍ରୀ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଖାଲିଥିବା ଥିବା ଏ ସମସ୍ତ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଖୁବ ଶୀଘ୍ର ଆରମ୍ଭ କରାଯିବ।

ରାଜ୍ୟର ୩୪ଟି ପୋଲିସ ଜିଲ୍ଲା ତଥା କମିଶନରେଟ୍‌ ପୋଲିସରେ ସେମାନଙ୍କୁ ନିଯୁକ୍ତି ଦିଆଯିବ। ଏହାଦ୍ବାରା ବିଭିନ୍ନ ଜିଲ୍ଲା ତଥା ଥାନା ମାନଙ୍କରେ ଖାଲି ଥିବା କନେଷ୍ଟବଳ ପଦବୀ ପୂରଣ ହୋଇପାରିବ ଏବଂ ଆଇନ ଶୃଙ୍ଖଳା ରକ୍ଷା ଦିଗରେ ପୋଲିସର ସାମର୍ଥ୍ୟ ମଧ୍ୟ ବୃଦ୍ଧି ପାଇବ ।

ସରକାରୀ ସ୍ତରରେ ଏତେସଂଖ୍ୟକ ନିଯୁକ୍ତି ପିଲା ମାନଙ୍କ ପାଇଁ ସୁଯୋଗ ସ୍ରୁଷ୍ଟି କରିବ ବୋଲି ଆଶା କରାଯାଏ.

Leave a Reply

Your email address will not be published. Required fields are marked *

Trending

Exit mobile version