Nation

ଓଡ଼ିଶା ଉପ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଶିଳ୍ପାୟାନ ପାଇଁ କେନ୍ଦ୍ରକୁ ଦେଲେ ପ୍ରସ୍ତାବ

Published

on


ଭୁବନେଶ୍ୱର : ଓଡିଶାରେ ଆନ୍ତର୍ଜାତୀୟ ନିବେଶ, ସେମିକଣ୍ଡକ୍ଟର ଶିଳ୍ପକୁ ଆକର୍ଷିତ କରିବା ସହ ଓଡିଶାକୁ ଏକ ନିବେଶ କେନ୍ଦ୍ର ଭାବରେ ଉପଯୁକ୍ତ ପ୍ରୋତ୍ସାହନ ଏବଂ ପାରାଦୀପ ବନ୍ଦରର ସମ୍ପ୍ରସାରଣ ନିମନ୍ତେ କେନ୍ଦ୍ର ସରକାରଙ୍କ ବିଶେଷ ସହାୟତା ପାଇଁ ଦାବୀ କଲେ ରାଜ୍ୟ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ

କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ଅଧ୍ୟକ୍ଷତାରେ ଶନିବାର ଅନୁଷ୍ଠିତ ପ୍ରାକ-ବଜେଟ୍ ପରାମର୍ଶ ବୈଠକରେ ଓଡିଶାର ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ ଯୋଗଦାନ କରିଥିଲେ । ଆଗାମୀ କେନ୍ଦ୍ର ବଜେଟ୍, 2024-25 ପାଇଁ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ଅର୍ଥମନ୍ତ୍ରୀଙ୍କ ପରାମର୍ଶ ନେବାକୁ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଲ ଦେବ ଉପମୁଖ୍ୟମନ୍ତ୍ରୀଙ୍କ ସହ ଏହି ବୈଠକରେ ଯୋଗ ଦେଇଥିଲେ । ଓଡ଼ିଶା ପକ୍ଷରୁ ରାଜ୍ୟର ଅର୍ଥନୀତି, ବିକାଶ ପ୍ରସଙ୍ଗକୁ ନେଇ ଏକ ଲିଖିତ ସ୍ମାରକପତ୍ର କେନ୍ଦ୍ର ବଜେଟ୍, 2024-25 ରେ ଉପଯୁକ୍ତ ପଦକ୍ଷେପ ନିମନ୍ତେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ନିକଟରେ ଦାଖଲ କରାଯାଇଥିଲା । ତେବେ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଓଡିଶାର ଉପମୁଖ୍ୟମନ୍ତ୍ରୀ ତାଙ୍କ ସଂକ୍ଷିପ୍ତ ବକ୍ତବ୍ୟ ମାଧ୍ୟମରେ ଉପସ୍ଥାପନ କରିଥିଲେ ।

ସ୍ମାରକପତ୍ର ରେ ରାଜ୍ୟ ସରକାର ଦେଇଥିବା ପ୍ରସ୍ତାବ ଗୁଡିକ ହେଲା :

ଭିତ୍ତିଭୂମି ବିକାଶକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ପୁଞ୍ଜି ନିବେଶ ନିମନ୍ତେ ସ୍ୱତନ୍ତ୍ର ସହାୟତା ଯୋଜନା 2024-25 (SACI) ଅଧୀନରେ ରାଜ୍ୟକୁ ଅଧିକ ଆବଣ୍ଟନ;

କେନ୍ଦ୍ର ବଜେଟରେ CSS ଯୋଜନା ଅଧୀନରେ ରାଜ୍ୟ-ୱାରି ବାର୍ଷିକ ଆବଣ୍ଟନର ଅଗ୍ରୀମ ସୂଚନା, ଯାହା ରାଜ୍ୟମାନଙ୍କୁ ସେମାନଙ୍କର ବଜେଟକୁ ବାସ୍ତବ ଭିତ୍ତିରେ ପ୍ରସ୍ତୁତ ଏବଂ ପାଣ୍ଠିର ସମୟାନୁବର୍ତ୍ତୀ ଉପଯୋଗ କରିବାରେ ସହାୟକ ହେବ;

ଓଡ଼ିଶାର ସମ୍ବଲପୁର ଠାରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ କେନ୍ଦ୍ର ବଜେଟ, 2024-25 ରେ ଉପଯୁକ୍ତ ବ୍ୟବସ୍ଥା;

ଓଡିଶାରେ ଜାତୀୟ ରାଜପଥ, ବିଶେଷକରି କୋଷ୍ଟାଲ୍ ହାଇୱେ ଏବଂ କ୍ୟାପିଟାଲ୍ ରିଜିଅନ୍ ରିଙ୍ଗ୍ ରୋଡ୍ (CRRR) ପ୍ରକଳ୍ପର ଶୀଘ୍ର ସମାପ୍ତି ନିମନ୍ତେ ଉପଯୁକ୍ତ ପଦକ୍ଷେପ;
ସୁଭଦ୍ରା ଯୋଜନା ମାଧ୍ୟମରେ ମହିଳା ସଶକ୍ତିକରଣ ପାଇଁ କେନ୍ଦ୍ର ସରକାରଙ୍କ ଆଂଶିକ ସହାୟତା;

PMAY ଯୋଜନା ଅଧୀନରେ ଓଡିଶାର ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ପାଇଁ ଅତି କମରେ 5 ଲକ୍ଷ ଘର ନିର୍ମାଣ ପାଇଁ କେନ୍ଦ୍ର ବଜେଟରେ ଆବଶ୍ୟକୀୟ ଆବଣ୍ଟନ;
ଓଡିଶାରେ ନୂତନ ସହରର ବିକାଶ ଏବଂ ଦ୍ରୁତ ସହରୀକରଣ ପାଇଁ କେନ୍ଦ୍ର ସରକାରଙ୍କ ସହାୟତା; ଏବଂ
ଓଡ଼ିଶାରେ ବିଦ୍ୟୁତ୍ କ୍ଷେତ୍ର ସମସ୍ୟାର ସମାଧାନ ନିମନ୍ତେ, ସଂଶୋଧିତ ବିତରଣ ସେକ୍ଟର ସ୍କିମ୍ (RDSS) ଅଧୀନରେ ଓଡିଶା ବିଦ୍ୟୁତ ବିତରଣ ସଂସ୍ଥା (DISCOM) ଗୁଡ଼ିକୁ ଅନ୍ତର୍ଭୁକ୍ତ କରିବା, ସବୁଜ ହାଇଡ୍ରୋଜେନ ଭଳି ନୂତନ ପ୍ରଯୁକ୍ତିବିଦ୍ୟା ପାଇଁ ଆର୍ଥିକ ସହାୟତା ଏବଂ ଓଡିଶାରେ ଗ୍ରୀନ୍ ଏନର୍ଜି କରିଡର ପ୍ରକଳ୍ପ ପାଇଁ କେନ୍ଦ୍ରୀୟ ଅର୍ଥ ପ୍ରଦାନ ଆବଶ୍ୟକ ଅଟେ ।

ପରିଶେଷରେ, ମାନ୍ୟବର କେନ୍ଦ୍ର ଅର୍ଥ ମନ୍ତ୍ରୀ ଉପସ୍ଥାପିତ ସମସ୍ତ ଦାବି ଏବଂ ପରାମର୍ଶଗୁଡିକ ଅନୁଧ୍ୟାନ କରି ଉପଯୁକ୍ତ ପଦକ୍ଷେପ ନେବାକୁ ପ୍ରତିଶୃତି ଦେଲେ ।

Leave a Reply

Your email address will not be published. Required fields are marked *

Trending

Exit mobile version