Connect with us

ଭୁବନେଶ୍ୱର : ଓଡ଼ିଶାରେ ଏକ ଉନ୍ନତ ପ୍ୟାକେଜ଼ିିଂ ଗ୍ଲାସ୍ କାେର ସବଷ୍ଟ୍ରେଟ୍ ଉତ୍ପାଦନ ୟୁନିଟ୍ ପ୍ରତ଼ିଷ୍ଠା  ପାଇଁ  ଢାଞ୍ଚା ସ୍ଥାପନ କରିବା ଲାଗି ଓଡିଶା ସରକାର ଓ ଆମେରିକାର ଇଣ୍ଟେଲ କରପୋରେସନ ଏବିଂ ୩ଡ଼ିଜ଼ିଏସ୍ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛ଼ି। ଏହି ପ୍ରକଳ୍ପ ଦେଶର ସର୍ବବୃହତ ଉଚ୍ଚ – ପ୍ରଯୁକ୍ତି ଉତ୍ପାଦନ ନିବେଶ ମଧ୍ୟରୁ ଗୋଟିଏକୁ ପ୍ରତିନିଧିତ୍ୱ କରେ। ଏହି଼ି ୟୁନିଟ  ଭୁବନେଶ୍ୱର ଓ ଖୋର୍ଦ୍ଧା ମଧ୍ୟରେ ସ୍ଥାପିତ ହେବ।

କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଇଣ୍ଟେଲର ସିଇଓ ଲିପ୍ -ବୁ ଟାନଙ୍କ ଉପସ୍ଥିତ ରେ  ଏହି ବୁଝାମଣାପତ୍ର ସ୍ଵାକ୍ଷରିତ ହୋଇଥିଲା।

ଏହି଼ି ଐତିହାସିକା ବୁଝାମଣାପତ୍ର ସ୍ଵାକ୍ଷର ଭାରତରେ ସେମିକଣ୍ଡଟର ଉତ୍ପାଦନର  ସମ୍ପୂର୍ଣ୍ଣ  ଇକୋସିଷ୍ଟମର ବିକାଶ କରିବା ପାଇଁ  ସରକାରଙ୍କ ଦୃଷ୍ଟିକୋଣ  ସହିତ ସମ୍ୱନ୍ୱିତ ବୋଲି କେନ୍ଦ୍ର ମନ୍ତ୍ରୀ ବୈଷ୍ଣବ କହିଛନ୍ତି।

Continue Reading
Click to comment

Leave a Reply

Your email address will not be published. Required fields are marked *

Nation

ଓଡିଶା ମୁଖ୍ୟମନ୍ତ୍ରୀ : ବେଦାନ୍ତ ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା ହେବ ପ୍ରତି 15 ଦିନରେ

Published

on

ଭୁବନେଶ୍ୱର: ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓଡ଼ିଶାରେ ବେଦାନ୍ତର ୧ ଲକ୍ଷ କୋଟିରୁ ଅଧିକ ଟଙ୍କାର ନୂତନ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମ୍ପର୍କରେ ବେଦାନ୍ତ ଗ୍ରୁପ୍ ଅଧ୍ୟକ୍ଷ ଶ୍ରୀ ଅନିଲ ଅଗ୍ରୱାଲଙ୍କ ସହିତ ଆଲୋଚନା କରିଛନ୍ତି । ଏହି ପ୍ରକଳ୍ପଗୁଡ଼ିକ ଯେପରି ଠିକ୍ ସମୟରେ କାର୍ଯ୍ୟକାରି ହେବ ସେ ସମ୍ପର୍କରେ ଆଲୋଚନା ହୋଇଥିଲା।

ସୂଚନାଯୋଗ୍ୟ ଯେ, ଓଡ଼ିଶାରେ ୧ ଲକ୍ଷ କୋଟିରୁ ଅଧିକ ଟଙ୍କାର ପୁଞ୍ଜିନିବେଶ କରି ବେଦାନ୍ତ ରାଜ୍ୟରେ ଏକ ବୃହତ୍ ପୁଞ୍ଜିନିବେଶକାରୀ ଭାବେ ପରିଗଣିତ ହେଉଛି।

ରାୟଗଡ଼ା ଜିଲ୍ଲାରେ ୬୦ ଲକ୍ଷ ଟନ୍ ବିଶିଷ୍ଟ ଆଲୁମିନା ରିଫାଇନେରୀ, ଢେଙ୍କାନାଳ ଜିଲ୍ଲାରେ ୩୦ ଲକ୍ଷ ଟନ୍ ବିଶିଷ୍ଟ ଆଲୁମିନିୟମ୍ ସ୍ମେଲ୍ଟର ଏବଂ ୬୦୦୦ ମେଗାୱାଟ୍ ବିଶିଷ୍ଟ ବିଦ୍ୟୁତ୍ ପ୍ରକଳ୍ପ, ଡାଉନ୍‌ଷ୍ଟ୍ରିମ୍ ଆଲୁମିନିୟମ୍ ପାର୍କ, କୋଇଲା ଏବଂ ବକ୍ସାଇଟ୍ ସମନ୍ୱିତ ଶିଳ୍ପ ଇତ୍ୟାଦି ବେଦାନ୍ତ ପକ୍ଷରୁ ଓଡ଼ିଶାରେ ସ୍ଥାପନ କରାଯିବାର ପ୍ରସ୍ତାବ ରହିଛି ।

ଏହି ସମସ୍ତ ପ୍ରକଳ୍ପ ମିଳିତ ଭାବେ ରାଜ୍ୟର ଶିଳ୍ପାୟନ ପ୍ରକ୍ରିୟାକୁ ଆହୁରି ସୁଦୃଢ଼ କରିବ। ଏରୋସ୍ପେସ୍, ଇଲେକ୍ଟ୍ରିକ୍ ଭେହିକିଲ୍ ଏବଂ ପ୍ରତିରକ୍ଷା ଭଳି କ୍ଷେତ୍ର ପାଇଁ ଅତ୍ୟାଧୁନିକ ଆଲୁମିନିୟମ୍ ଉତ୍ପାଦ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ବେଦାନ୍ତ ଏହାର ସ୍ମେଲ୍ଟର ନିକଟରେ ଡାଉନ୍‌ଷ୍ଟ୍ରିମ୍ ଆଲୁମିନିୟମ୍ ପାର୍କ ସ୍ଥାପନ କରିବ। ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ଓଡ଼ିଶା ବିଶ୍ୱର ସବୁଠାରୁ ବଡ଼ ଆଲୁମିନିୟମ୍ ଉତ୍ପାଦନ ହବ୍‌ ଭାବରେ ପରିଚୟ ସୃଷ୍ଟି କରିପାରିବ । ଏହାଦ୍ୱାରା ଲକ୍ଷ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଏବଂ ହଜାର ହଜାର ନୂତନ ଏମ୍‌ଏସ୍‌ଏମ୍‌ଇ (MSME) ସୃଷ୍ଟି ହୋଇପାରିବ।

ଢେଙ୍କାନାଳରେ ବିଦ୍ୟୁତ୍ ପ୍ରକଳ୍ପ ଓ ସ୍ମେଲ୍ଟର ଏବଂ ରାୟଗଡ଼ାରେ ଆଲୁମିନା ରିଫାଇନେରୀ ପ୍ରକଳ୍ପ ପାଇଁ ଜମି ଆବଣ୍ଟନ କରାଯାଇଛି। ପ୍ରକଳ୍ପ ପାଇଁ ଆବଶ୍ୟକୀୟ ସୁବିଧା ସୁଯୋଗ ପ୍ରଦାନ ମଧ୍ୟ ଠିକ୍ ଭାବେ ଚାଲିଛି । କମ୍ପାନୀର ନୂତନ କୋଇଲା ବ୍ଲକ ଚଳିତ ବର୍ଷ କାର୍ଯ୍ୟକ୍ଷମ ହେବାକୁ ଲକ୍ଷ୍ୟ ରଖାଯାଇଛି। ଏହା ବ୍ୟତୀତ, ଏହାର ଆଗାମୀ ବକ୍ସାଇଟ୍ ଖଣି ନିକଟରେ ଏକ ପ୍ରସ୍ତାବିତ ରେଳ ସଂଯୋଗକୁ ମଧ୍ୟ ରେଳ ମନ୍ତ୍ରଣାଳୟ ଦ୍ୱାରା ମଞ୍ଜୁରୀ ପ୍ରଦାନ କରାଯାଇଛି।

ଏହି ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବେଦାନ୍ତର ପ୍ରକଳ୍ପ ଗୁଡ଼ିକ ସମ୍ପର୍କରେ ପ୍ରତି ୧୫ ଦିନରେ ଥରେ ସମୀକ୍ଷା କରାଯାଇ ଠିକ୍ ସମୟରେ କାର୍ଯ୍ୟ ଆରମ୍ଭ କରିବା ପାଇଁ ପଦକ୍ଷେପ ନିଆଯିବ । ୨୦୩୬ ସୁଦ୍ଧା ଓଡ଼ିଶାକୁ ୫୦୦ ବିଲିୟନ ଡଲାରର ଅର୍ଥନୀତିରେ ପରିଣତ କରିବା ପାଇଁ ଆମର ଯାତ୍ରାକୁ ଏହି ସବୁ ପ୍ରକଳ୍ପ ଗୁଡ଼ିକ ଆହୁରି ତ୍ୱରାନ୍ୱିତ କରିବ। ଏହା ବିଶେଷ କରି କେନ୍ଦ୍ରୀୟ ଏବଂ ଦକ୍ଷିଣ ଓଡ଼ିଶାରେ ଆର୍ଥିକ କାର୍ଯ୍ୟକଳାପ ଏବଂ ଭିତ୍ତିଭୂମିର ବିକାଶକୁ ଅଧିକ ପ୍ରୋତ୍ସାହିତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି ବୈଠକରେ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର, ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀଙ୍କ ସହିତ ବେଦାନ୍ତ ଗ୍ରୁପ୍‌ର ଅଧିକାରୀମାନେ ଉପସ୍ଥିତ ଥିଲେ ।

Continue Reading

Business

ଓଡିଶା ମୁଖ୍ୟମନ୍ତ୍ରୀ ଦେଲେ ଶୁଭ, ପାରାଦୀପରେ JSWର ୧.୨୫ ଲକ୍ଷ କୋଟିର ମେଗା ଷ୍ଟିଲ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ,

Published

on

ଭୁବନେଶ୍ୱର :  ପାରାଦୀପର ଏରସମା ଅଞ୍ଚଳରେ JSW Steel ର ମେଗା ଇଣ୍ଟିଗ୍ରେଟେଡ୍ ଷ୍ଟିଲ୍ ପ୍ଲାଣ୍ଟର ବ୍ଲାଷ୍ଟଫର୍‌ନେସ୍ ନିର୍ମାଣ କାର୍ଯ୍ୟ ଆଜି ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଯାଇଛି।ଏହି ଅବସରରେ ପାରାଦୀପର ଢ଼ିଙ୍କିଆ ଅଂଚଳରେ ଆୟୋଜିତ ସମାରୋହରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିର୍ମାଣ କାର୍ଯ୍ୟର ଶିଳାନ୍ୟାସ କରିବା ସହିତ ଓଡ଼ିଶାକୁ ଦେଶର ‘ଷ୍ଟିଲ୍ ରାଜଧାନୀ’ ଭାବେ ଗଢ଼ିତୋଳିବାକୁ ରାଜ୍ୟ ସରକାରଙ୍କ ଦୃଢ଼ ସଂକଳ୍ପ ପ୍ରକାଶ କରିଛନ୍ତି।

ସୂଚନା ଯୋଗ୍ୟଯେ, ଏହି ପ୍ରକଳ୍ପରେ JSW Steel ପକ୍ଷରୁ ସମୁଦାୟ ୧ ଲକ୍ଷ ୨୫ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରାଯିବ, ଯାହା ଓଡ଼ିଶା ଇତିହାସରେ ସର୍ବବୃହତ୍। ଦୁଇଟି ପର୍ଯ୍ୟାୟରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ଅତ୍ୟାଧୁନିକ ପ୍ଲାଣ୍ଟରୁ ବାର୍ଷିକ ପ୍ରାୟ ୨୪ ମିଲିଅନ୍ ଟନ୍ ଷ୍ଟିଲ୍ ଉତ୍ପାଦନ ହେବା ସହ ଏଠାରେ ୧୨ ମିଲିଅନ୍ ଟନର ଏକ ସିମେଣ୍ଟ ପ୍ଲାଣ୍ଟ, ୯୦୦ ମେଗାୱାଟର କାପ୍‌ଟିଭ୍ ପାୱାର ସିଷ୍ଟମ୍ ଏବଂ ଏକ ସ୍ୱତନ୍ତ୍ର ଜେଟି ମଧ୍ୟ ନିର୍ମାଣ କରାଯିବ।

JSW ଗ୍ରୁପ୍‌ର ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ ଏବଂ ଜାପାନର ସହଯୋଗୀ କମ୍ପାନୀ JFE Steel ର ବରିଷ୍ଠ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ କମ୍ପାନୀକୁ ସମସ୍ତ ପ୍ରକାର ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାକୁ ମଧ୍ଯ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହି ମଞ୍ଚରୁ ଆଶ୍ୱାସନା ଦେଇଛନ୍ତି।

ଅଭିଭାଷଣରେ ପୂର୍ବ ସରକାରଙ୍କୁ ସମାଲୋଚନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଯେଉଁ ପ୍ରକଳ୍ପ ପାଇଁ ଜନସାଧାରଣ ଦୁଇ ଦଶନ୍ଧି ଧରି ଅପେକ୍ଷା କରିଥିଲେ ଏବଂ ଦୁଇ ବର୍ଷ ତଳେ ଯାହାର କେବଳ ତରତରିଆ ଶିଳାନ୍ୟାସ କରାଯାଇଥିଲା, ତାହାକୁ ନୂତନ ‘ଡବଲ ଇଞ୍ଜିନ’ ସରକାର ଆସିବା ପରେ ଫାଷ୍ଟ-ଟ୍ରାକ୍ ମୋଡ୍‌ରେ କାର୍ଯ୍ୟକାରୀ କରାଯାଇଛି।

ଓଡ଼ିଶାର ବୈଦେଶିକ ଶିଳ୍ପ ଭାଗିଦାରୀକୁ ନେଇ ମୁଖ୍ୟମନ୍ତ୍ରୀ ଜାପାନr JFE ଷ୍ଟିଲ୍ ସହଯୋଗରେ ଝାରସୁଗୁଡ଼ାରେ ଚାଲିଥିବା ୩୦ ହଜାର କୋଟି ଟଙ୍କାର ପ୍ରକଳ୍ପ ସମ୍ପର୍କରେ ସୂଚନା ଦେବା ସହ ସେ କହିଛନ୍ତି ଯେ, ଜାପାନ ସହ ଆଲୋଚନା ଅନୁଯାୟୀ ଖୁବ୍ ଶୀଘ୍ର ଓଡ଼ିଶା ଏବଂ ଜାପାନର ‘ତୋତ୍ତୋରି’ (Tottori) ରାଜ୍ୟ ମଧ୍ୟରେ ‘Sister States’ ବା ଭଗିନୀ ରାଜ୍ୟ ଚୁକ୍ତି ସ୍ୱାକ୍ଷରିତ ହେବ। ଏହାଦ୍ୱାରା ଓଡ଼ିଶାର ଶିଳ୍ପ, ପର୍ଯ୍ୟଟନ ଏବଂ ଶିକ୍ଷା କ୍ଷେତ୍ରରେ ଜାପାନ ବ୍ୟାପକ ପୁଞ୍ଜି ନିବେଶ କରିବ। କେବଳ ପାରାଦୀପ କିମ୍ବା ଝାରସୁଗୁଡ଼ା ନୁହେଁ, ବରଂ ଢେଙ୍କାନାଳ ଓ କେନ୍ଦୁଝରରେ ମଧ୍ୟ ଖୁବ୍ ଶୀଘ୍ର ନୂତନ ଷ୍ଟିଲ୍ ପ୍ଲାଣ୍ଟମାନ ଗଢ଼ିଉଠିବ ବୋଲି ଶ୍ରୀ ମାଝୀ ସୂଚନା ଦେଇଛନ୍ତି।

ରାଜ୍ୟରେ ଶିଳ୍ପାୟନ ଓ ନିଯୁକ୍ତିକୁ ନିଜ ସରକାରଙ୍କ ସବୁଠୁ ବଡ଼ ଫୋକସ୍ ବୋଲି ଦର୍ଶାଇ ମୁଖ୍ୟମନ୍ତ୍ରୀ ଦୁଇ ବର୍ଷର ସଫଳତା ରିପୋର୍ଟ ଉପସ୍ଥାପନ କରିଛନ୍ତି। ଏହି ସମୟ ମଧ୍ୟରେ ସରକାର ୪୩୩ଟି ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି, ଯାହା ଦ୍ୱାରା ୮ ଲକ୍ଷ ୫୦ ହଜାର କୋଟି ଟଙ୍କାର ନିବେଶ ସହ ୫ ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ବର୍ତ୍ତମାନ ସୁଦ୍ଧା ୧୪୮ଟି ପ୍ରକଳ୍ପର ଭୂମିପୂଜା ସରିଛି, ଯାହା ମାଧ୍ୟମରେ ପ୍ରାୟ ୨ ଲକ୍ଷ ୩୭ ହଜାର ଯୁବକଯୁବତୀ ନିଯୁକ୍ତି ପାଇଛନ୍ତି।

ପାରାଦୀପର ରୂପାନ୍ତରଣ ପାଇଁ ମୁଖ୍ୟମନ୍ତ୍ରୀ ଗୁଜରାଟର ମୁନ୍ଦ୍ରା ବନ୍ଦର ଶୈଳୀରେ ‘Two-Coast Strategy’ ବା ଦୁଇ ଉପକୂଳ ବିକାଶ ରଣନୀତି ଉପରେ ଗୁରୁତ୍ୱାରୋପ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ‘ପୂର୍ବୋଦୟ’ କଳ୍ପନାରେ ପାରାଦୀପ, ଧାମରା ଓ ଗୋପାଳପୁର ବନ୍ଦର ପ୍ରମୁଖ ଭୂମିକା ଗ୍ରହଣ କରିବେ, ଯେଉଁଥିରେ ପାରାଦୀପ ସବୁଠାରୁ ଶୀର୍ଷରେ ରହିବ।

ପାରାଦୀପରେ ଇଣ୍ଡିଆନ୍ ଅଏଲ୍ ରିଫାଇନାରୀ ଏବଂ ପେଟ୍ରୋ କେମିକାଲ୍ସ କମ୍ପ୍ଲେକ୍ସ ପରେ ଏବେ ଏକ କ୍ରୁଜ୍ ଟର୍ମିନାଲ୍ ଏବଂ ମେଗା ଜାହାଜ ନିର୍ମାଣ କମ୍ପ୍ଲେକ୍ସ ପ୍ରତିଷ୍ଠା ପାଇଁ ଯୋଜନା ରହିଛି। ଏହା ସହିତ କେନ୍ଦ୍ର ସରକାରଙ୍କ ପକ୍ଷରୁ ମିଳିଥିବା ୫ ହଜାର କୋଟି ଟଙ୍କା ଅନୁଦାନରେ ପାରାଦୀପ-କଟକ-ଭୁବନେଶ୍ୱର-ପୁରୀ ଅର୍ଥନୈତିକ କରିଡର (BCPPER) ନିର୍ମାଣ ହେବ, ଯେଉଁଥିରେ ପାରାଦୀପ ‘ମୁଖଶାଳା’ ସାଜିବ। ଆଗାମୀ କିଛି ବର୍ଷ ମଧ୍ୟରେ କେବଳ ପାରାଦୀପ ଅଞ୍ଚଳରେ ୧ ଲକ୍ଷରୁ ଅଧିକ ନୂତନ ନିଯୁକ୍ତି ସୃଷ୍ଟି ହେବ।

ଉକ୍ତ କାର୍ଯ୍ୟାରମ୍ଭ ଉତ୍ସବରେ ଯୋଗଦେଇ ଶିଳ୍ପ ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି ଯେ, ରାଜ୍ୟରେ ଶିଳ୍ପାୟନର ବାତାବରଣକୁ ଅଧିକ ସୁଦୃଢ଼ କରିବା ସହ ନିବେଶକମାନଙ୍କୁ ସମସ୍ତ ପ୍ରକାର ଆନୁଷଙ୍ଗିକ ସହାୟତା ଏବଂ ସୁରକ୍ଷା ଯୋଗାଇ ଦେବା ପାଇଁ ଶିଳ୍ପ ବିଭାଗ ଦିନରାତି କାର୍ଯ୍ୟ କରୁଛି । JSW Steel ପକ୍ଷରୁ କରାଯାଉଥିବା ୧ ଲକ୍ଷ ୨୫ ହଜାର କୋଟି ଟଙ୍କାର ଏହି ବିଶାଳ ପୁଞ୍ଜି ନିବେଶ ଓଡ଼ିଶାର ଅର୍ଥନୀତିକୁ ଏକ ନୂତନ ଗତି ପ୍ରଦାନ କରିବ ବୋଲି ମନ୍ତ୍ରୀ ଦୃଢ଼ ଆଶା ବ୍ୟକ୍ତ କରିଛନ୍ତି।

ଏହି ସମାରୋହରେ ଜଗତସିଂହପୁର ସାଂସଦ ଡକ୍ଟର ବିଭୁପ୍ରସାଦ ତରାଇ, ବାଲିକୁଦା-ଏରସମା ବିଧାୟକ ଶ୍ରୀ ସାରଦା ପ୍ରସନ୍ନ ଜେନା ଏବଂ ଜଗତସିଂହପୁର ବିଧାୟକ ଶ୍ରୀ ଅମରେନ୍ଦ୍ର ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହା ସହିତ ରାଜ୍ୟ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ଜଗତସିଂହପୁର ଜିଲ୍ଲାପାଳ ଶ୍ରୀ ଜେ. ସୋନାଲ, JSW ର ଅଧ୍ୟକ୍ଷ ଶ୍ରୀ ସଜ୍ଜନ ଜିନ୍ଦଲ, JSW ର ସିଇଓ (CEO) ଜୟନ୍ତ ଆଚାର୍ଯ୍ୟ ଏବଂ JSW ର ସଭାପତି (President) ଅନିଲ କୁମାର ସିଂହ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ।

Continue Reading

Nation

ସହରାଞ୍ଚଳ ପ୍ରଶାସନରେ ବଡ଼ ଧରଣର ଅଦଳ ବଦଳ

Published

on

ଭୁବନେଶ୍ୱର : ସହରାଞ୍ଚଳ ଶାସନରେ ଦକ୍ଷତା, ସ୍ୱଚ୍ଛତା ଏବଂ ଉତ୍ତର ଦାୟିତ୍ଵ ବୃଦ୍ଧି କରିବା ଲକ୍ଷ୍ୟରେ ଏକ ବଡ଼ ଧରଣର ପ୍ରଶାସନିକ ଅଦଳବଦଳ କରାଯାଇଛି। ରାଜ୍ୟର ବିଭିନ୍ନ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ULB)ରେ କାର୍ଯ୍ୟରତ ବିଭିନ୍ନ କ୍ୟାଡରର ୩୬୦ ଜଣ ଅଧିକାରୀଙ୍କୁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବଦଳି ନିର୍ଦ୍ଦେଶ ଜାରି କରାଯାଇଛି। ନାଗରିକ-କେନ୍ଦ୍ରିକ ସହରାଞ୍ଚଳ ପ୍ରଶାସନକୁ ସୁଦୃଢ଼ କରିବା ପାଇଁ ସରକାରଙ୍କ ଚାଲିଥିବା ପ୍ରୟାସର ଏକ ଅଂଶସ୍ୱରୂପ, ମାନ୍ୟବର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ମାର୍ଗଦର୍ଶନରେ ଏହି ବୃହତ ବଦଳି ପ୍ରକ୍ରିୟା କାର୍ଯ୍ୟକାରୀ ହୋଇଛି।

ଉତ୍ତମ ପ୍ରଶାସନିକ ସମନ୍ୱୟ, ଦ୍ରୁତ ସେବା ପ୍ରଦାନ ଏବଂ ସହରୀ ପରିଚାଳନାରେ ସୁଧାର ଆଣିବା ଉଦ୍ଦେଶ୍ୟରେ ମ୍ୟୁନିସିପାଲିଟି କର୍ପୋରେସନ୍ (ମହାନଗର ନିଗମ), ମ୍ୟୁନିସିପାଲିଟି (ପୌରପାଳିକା) ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ (NAC) ଗୁଡ଼ିକରେ ନିୟୋଜିତ ଅଧିକାରୀମାନଙ୍କୁ ବଦଳି କରାଯାଇଛି। ଏହି ପଦକ୍ଷେପ ପ୍ରଶାସନିକ ନିଷ୍କ୍ରିୟତାକୁ ଦୂର କରିବା, ଉତ୍ତରଦାୟିତ୍ଵ ବୃଦ୍ଧି କରିବା ଏବଂ ଓଡ଼ିଶାର ପୌର ଶାସନ ବ୍ୟବସ୍ଥାରେ ଏକ ନୂତନ ଗତିଶୀଳତା ଆଣିବା ପାଇଁ ଉଦ୍ଦିଷ୍ଟ।

ଏହି ଅଦଳବଦଳ ପ୍ରକ୍ରିୟାରେ ନାଗରିକ ପ୍ରଶାସନ ଓ ସହରାଞ୍ଚଳ ସେବା ପ୍ରଦାନକୁ ଅଧିକ ମଜବୁତ କରିବା ପାଇଁ କାର୍ଯ୍ୟନିର୍ବାହୀ ଅଧିକାରୀ , ଡେପୁଟି କମିଶନର ଏବଂ ଆସିଷ୍ଟାଣ୍ଟ କମିଶନରଙ୍କ ସମେତ ୨୦ ଜଣ କ୍ଷେତ୍ରସ୍ତରୀୟ (field-level) ଅଧିକାରୀଙ୍କୁ ବଦଳି କରାଯାଇ ନୂତନ ନିଯୁକ୍ତି ଦିଆଯାଇଛି। କାର୍ଯ୍ୟାଳୟର କାର୍ଯ୍ୟଦକ୍ଷତା ଏବଂ ପରିଚାଳନାଗତ ଦକ୍ଷତାରେ ସୁଧାର ଆଣିବା ପାଇଁ ମନ୍ତ୍ରାଳୟ ଏବଂ ପ୍ରତିଷ୍ଠାନ ଶାଖାର (ministerial and establishment wings) ୨୬ ଜଣ ହେଡ୍ ଆସିଷ୍ଟାଣ୍ଟ, ୧୦୧ ଜଣ ସିନିୟର ଆସିଷ୍ଟାଣ୍ଟ ଏବଂ ୧୧୯ ଜଣ ଜୁନିୟର ଆସିଷ୍ଟାଣ୍ଟଙ୍କୁ ମଧ୍ୟ ବିଭିନ୍ନ ସହରାଞ୍ଚଳ ସ୍ଥାନୀୟ ନିକାୟକୁ ବଦଳି କରାଯାଇଛି।

ଏହା ବ୍ୟତୀତ ବିଭାଗ ପକ୍ଷରୁ ରାଜସ୍ୱ ପ୍ରଶାସନ ଶାଖାରେ ମଧ୍ୟ ଏକ ବଡ଼ ଧରଣର ପୁନର୍ଗଠନ କରାଯାଇ ବିଭିନ୍ନ ୟୁଏଲବିର ୯୪ ଜଣ ଟ୍ୟାକ୍ସ କଲେକ୍ଟର (କର ଆଦାୟକାରୀ)ଙ୍କୁ ବଦଳି କରାଯାଇଛି। ଏହି ପଦକ୍ଷେପ ଦ୍ୱାରା ରାଜସ୍ୱ ଆଦାୟ ପ୍ରକ୍ରିୟାରେ ଉନ୍ନତି ଆସିବ, ଆର୍ଥିକ ଶୃଙ୍ଖଳା ରହିବ ଏବଂ ସହରାଞ୍ଚଳ ସ୍ଥାନୀୟ ନିକାୟଗୁଡ଼ିକର ଆର୍ଥିକ ପରିଚାଳନା କ୍ଷମତା ସୁଦୃଢ଼ ହେବ ବୋଲି ଆଶା କରାଯାଉଛି।

ଏକ ସମାନ୍ତରାଳ ବିକାଶକ୍ରମେ, ବିଭାଗ ପକ୍ଷରୁ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରତ ୬ ଜଣ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯାଇଛି। ସେମାନଙ୍କ ମଧ୍ୟରେ ଓଡ଼ିଶା ପ୍ରଶାସନିକ ସେବାର ୨ ଜଣ ଏବଂ ଓଡ଼ିଶା ରାଜସ୍ୱ ସେବାର ୪ ଜଣ ଅଧିକାରୀ ସାମିଲ ଅଛନ୍ତି। ପ୍ରଚଳିତ ସରକାରୀ ନିୟମ ଏବଂ ପ୍ରଶାସନିକ ଆବଶ୍ୟକତା ଅନୁଯାୟୀ ଏହି ବଦଳି ଓ ପ୍ରତ୍ୟାବର୍ତ୍ତନ କରାଯାଇଛି ବୋଲି ସରକାରୀ ସୂତ୍ରରୁ ପ୍ରକାଶ।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions