Connect with us

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୧୧୪ଟି ସହରାଞ୍ଚଳର ୧ ଲକ୍ଷ ୧ ହଜାର ପଥପାର୍ଶ୍ବ ବିକ୍ରେତାଙ୍କୁ ତୃତୀୟ ପର୍ଯ୍ୟାୟରେ ୩୦୦୦ ଟଙ୍କା ଲେଖାଏ ସ୍ବତନ୍ତ୍ର କୋଭିଡ ସହାୟତା ପ୍ରଦାନ କରିଛନ୍ତି । ପୂର୍ବରୁ ଦୁଇଟି ପର୍ଯ୍ୟାୟରେ ମାର୍ଚ୍ଚ ୨୦୨୦ ଓ ଜୁନ୍‌ ୨୦୨୧ରେ ୩୦୦୦ ଟଙ୍କା ଲେଖାଏ ସହାୟତି ଦିଆଯାଇଥିଲା । ଏହାସହିତ ସେମାନଙ୍କ ବଜାର ସୁବିଧା ପାଇଁ ୮୭ଟି ସହରାଞ୍ଚଳରେ ଭେଣ୍ଡିଂ ଜୋନ୍‌ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏଥିପାଇଁ ମୁକ୍ତା ଯୋଜନାରେ ୬୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ସେ କହିଛନ୍ତି ।

ଏହି ଅବସରରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଉପସ୍ଥିତ ଥିବା ପଥପାର୍ଶ୍ବ ବିକ୍ରେତା ମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କୋଭିଡ ସମସ୍ତଙ୍କ ଜୀବିକା ଉପରେ ପ୍ରଭାବ ପକାଇଛି । ‘ଆପଣମାନଙ୍କ କଷ୍ଟ ମୁଁ ଅନୁଭବ କରୁଛି। ମୁଁ କହିବାକୁ ଚାହେଁ ଯେ ସରକାର ସବୁବେଳେ ଆପଣମାନଙ୍କ ସାଥିରେ ଅଛନ୍ତି।’

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ସହାୟତା ଆପଣମାନଙ୍କ ଜୀବିକାକୁ ସୁରକ୍ଷା ଯୋଗାଇବ। ଗୋଟିଏ ସହରର ଅର୍ଥନୀତିରେ ପଥପାର୍ଶ୍ବ ବିକ୍ରେତା ହେଉଛନ୍ତି ଗୁରୁତ୍ବପୂର୍ଣ୍ଣ ଅଂଶ । ବଡ ବଡ ମଲ୍‌ ଓ ଦୋକାନ ଥିବା ସତ୍ତ୍ବେ, ପଥପାର୍ଶ୍ବ ବିକ୍ରେତା ମାନଙ୍କର ଗୁରୁତ୍ବ ରହିଛି ଓ ରହିବ ବୋଲି ସେ କହିଥିଲେ।

କୋଭିଡ ସଂପର୍କରେ ସେମାନଙ୍କୁ ସତର୍କ କରାଇ ମୁଖ୍ୟମନ୍ତ୍ରୀ କହିଲେ ଯେ କୋଭିଡ ଭୟ ଏବେ ବି ଯାଇନାହିଁ। ତେଣୁ ସେମାନେ ସତର୍କ ରହିବା ସହ କୋଭିଡର ନିୟମ ପାଳନ କରି ସୁରକ୍ଷିତ ରହିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ ।

କାର୍ଯ୍ୟକ୍ରମରେ ଯୋଗ ଦେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଲେ ଯେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ଗରିବଙ୍କ ମନର କଥା ବୁଝୁଥିବା ଜଣେ ଜନନେତା । ଅଭିନବ ଉପାୟରେ ସେ ସମସ୍ତଙ୍କୁ ସବୁ ସମୟରେ ସାହାଯ୍ୟ କରିଆସିଛନ୍ତି । ମନ୍ତ୍ରୀ ଜେନା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ଘର ମରାମତି ସହାୟତା ସହିତ ରାଜ୍ୟର ଅନେକ କଲ୍ୟାଣକାରୀ ଯୋଜନା ଉପରେ ଆଲୋକପାତ କରିଥିଲେ ।

ଏହି ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ଉପସ୍ଥିତ ପଥପାର୍ଶ୍ବ ବିକ୍ରେତାମାନେ ସେମାନଙ୍କ ମନ କଥା ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ। ଭୁବନେଶ୍ବରରୁ ଅକ୍ଷୟ ମହାନ୍ତି, ରାଉରକେଲାରୁ କୃଷ୍ଣଚନ୍ଦ୍ର ମୁଖାର୍ଜୀ, ସମ୍ବଲପୁରରୁ ରବିନାରାୟଣ ପ୍ରଧାନ, କଟକର ଶ୍ରୀଧର ରାୟ ଓ ବ୍ରହ୍ମପୁରରୁ ଟୁନି ବେହେରା ସେମାନଙ୍କର ମତବ୍ୟକ୍ତ କରି କହିଲେ ଯେ ଲକ୍‌ଡାଉନ ହେବା ପରେ ସେମାନଙ୍କର ଆର୍ଥିକ ଅବସ୍ଥା ଶୋଚନୀୟ ହୋଇଯାଇଥିଲା । ମୁଖ୍ୟମନ୍ତ୍ରୀ ସେମାନଙ୍କ ଦୁଃଖ ବୁଝି ଠିକ୍‌ ସମୟରେ ସେମାନଙ୍କୁ ସାହାଯ୍ୟ କରିଛନ୍ତି । ଦୁଇ ଥର ସାହାଯ୍ୟ ପାଇବା ପରେ ଆଜି ତୃତୀୟ ଥର ସହଯୋଗର ହାତ ବଢାଇଛନ୍ତି। ସେଥିପାଇଁ ସେମାନେ ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘ ଜୀବନ କାମନା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ସେମାନେ ହଜାର ହଜାର ଧନ୍ୟବାଦ ଦେଇଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି. ମାଥିଭାତନନ ସ୍ବାଗତ ଭାଷଣ ଦେଇଥିଲେ ଏବଂ ନିର୍ଦ୍ଦେଶକ, ମ୍ୟୁନିସ୍‌ପାଲ ଆଡମିନିଷ୍ଟ୍ରେସନ ଧନ୍ୟବାଦ ଅର୍ପଣ କରିଥିଲେ ।

କାର୍ଯ୍ୟକ୍ରମରେ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ  ଅନନ୍ତ ନାରାୟଣ ଜେନା, ବିଧାୟକ ସୁଶାନ୍ତ ରାଉତ, ବିଭିନ୍ନ ଜିଲ୍ଲାର ଆୟୋଜିତ କାର୍ଯ୍ୟକ୍ରମରେ ମହାନଗର ନିଗମ କମିଶନରମାନେ ଏବଂ ବିଭିନ୍ନ ଜିଲ୍ଲାରେ ଜିଲ୍ଲାପାଳ ଓ ପୌରାଞ୍ଚଳ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Continue Reading
Click to comment

Leave a Reply

Your email address will not be published. Required fields are marked *

ସ୍ପେଶାଲ ରିପୋର୍ଟ

ଓଡିଶାରେ ରହି ହିନ୍ଦୀ ଭୁଲିଗଲେଣି ମ୍ୟାଡ଼ାମ…!

Published

on

Odisha Chief Secretary Anu Garg has forgotten her mother tongue Hindi staying in Odisha and speaking Odia. While she fumbled in speaking in Hindi while briefing media persons about the State Cabinet decisions on Monday. She, however, spoke well in Odia and English.

Continue Reading

ସ୍ପେଶାଲ ରିପୋର୍ଟ

ବିଦା ହେବେ ଓଡିଶା କଂଗ୍ରେସ ସଭାପତି ଭକ୍ତ ଦାସ

Published

on

ଭୁବନେଶ୍ୱର : ଆଗାମୀ 2029 ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ଏବଂ ଚାରଟି ରାଜ୍ୟର ନିର୍ବାଚନ ଫଳାଫଳ ତଥା କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନକୁ ଦୃଷ୍ଟିରେ ରଖି କଂଗ୍ରେସ ହାଇ-କମାଣ୍ଡ ଅନେକ ଗୁଡିଏ ରାଜ୍ୟରେ ଦଳର ସଭାପତି ପଦରେ ପରିବର୍ତ୍ତନ କରିବା ସଙ୍ଗେ ସଙ୍ଗେ ଏଆଇସିସିରେ ବ୍ୟାପକ ଅଦଳବଦଳ କରିବାକୁ ଚିନ୍ତା କରୁଛନ୍ତି l ଏ ସଂକ୍ରାନ୍ତରେ ସଭାପତି ମଲିକାର୍ଜୁନ ଖଡ଼ଗେ ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ମଧ୍ୟରେ ଆଲୋଚନା ହୋଇ ଯାଇଛି l

ତାମିଲନାଡୁ, କର୍ଣ୍ଣାଟକ, କେରଳରେ ନୂଆ ସଭାପତି ମନୋନୟନ ହେବା ସୁନିଶ୍ଚିତ l ନିର୍ବାଚନ ହେବାକୁ ଥିବା ପଞ୍ଜାବ ଓ ଉତ୍ତର ପ୍ରଦେଶରେ ବି ନେତୃତ୍ୱ ପରିବର୍ତ୍ତନ ହେବ l ଓଡିଶା, ରାଜସ୍ଥାନ ଓ ଗୋଆରେ ବି ସଭାପତି ବଦଳିବେ l

କେରଳରେ ରାଜ୍ୟ ସଭାପତି ସନ୍ନି ଜୋସେଫ ନବ ଗଠିତ ଭିଡ଼ି ସତୀଶନଙ୍କ ମନ୍ତ୍ରୀମଣ୍ଡଳ ଯୋଗ ଦେବାପରେ ନୂଆ ସଭାପତି ପଦ ପାଇଁ ତିନି ଲୋକସଭା ସଂସଦ କେ. ସୁରେଶ, ଆଂଟୋ ଆଣ୍ଟନି ଓ ବେନ୍ନି ବେହ୍ନାନଙ୍କ ବ୍ୟତୀତ ୟୁଡ଼ିଏଫ ସଂଯୋଜକ ଅଦୂର ପ୍ରକାଶ ଓ ବରଷ୍ଠ ଜୋସେଫ ବାଚକାନ ଲବି ଆରମ୍ଭ କରି ଦେଲେଣି l

କର୍ଣ୍ଣାଟକରେ ହରିୟାଣା ପ୍ରଭାରୀ ବି କେ ହରିପ୍ରସାଦ ଓ ପୂର୍ବତନ ମନ୍ତ୍ରୀ ସତୀଶ ଝାରକିହୋଲି ଦୌଡରେ ଅଛନ୍ତି l

ତାମିଲନାଡୁ ସଭାପତି କେ ସେଲଭାପେରୁନଥଗାଙ୍କ କାର୍ଯ୍ୟକଳାପ ଉପରେ ହାଇ-କମାଣ୍ଡ ସନ୍ତୁଷ୍ଟ ନାହାନ୍ତି l

ପଞ୍ଜାବରେ 2027 ଫେବୃଆରୀରେ ବିଧାନସଭା ନିର୍ବାଚନ ହେବ l ନିକଟରେ ଅନୁଷ୍ଠିତ ମୁନିସିପାଲ ନିର୍ବାଚନରେ ଦଳର ପ୍ରଦର୍ଶନ ବିଶେଷ ଭଲ ହୋଇନଥିବା ଦୃଷ୍ଟିରୁ ସଭାପତି ଅମରେନ୍ଦ୍ର ସିଂହ ରାଜା ୱାରିଙ୍ଗଙ୍କୁ ପରିବର୍ତ୍ତନ ପାଇଁ ଯୋଜନା ଚାଲିଛି l ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜଳନ୍ଧର ସଂସଦ ଚରଂଜିତ ସିଂହ ଚନ୍ନି ଦୌଡରେ ଆଗରେ ଅଛନ୍ତି l

ଉତ୍ତର ପ୍ରଦେଶରେ ଅଜୟ ରାଏ 2023ରୁ ସଭାପତି ଅଛନ୍ତି l ସେହିଭଳି ରାଜସ୍ଥାନରେ ଗୋବିନ୍ଦ ସିଂହ ଦୋତାଶ୍ରା 2020ରୁ ପ୍ରଦେଶ କଂଗ୍ରେସ ସଭାପତି ଅଛନ୍ତି l ସେମାନଙ୍କୁ ପରିବର୍ତ୍ତନ କରିବାକୁ ଆଲୋଚନା ହୋଇଛି l

ଗୋଆରେ ବିଧାନସଭା ନିର୍ବାଚନ ଫେବୃଆରୀ 2027ରେ ହେବ l ବର୍ତମାନର ସଭାପତି ଗିରୀଶ ଚାନ୍ଦୋଙ୍କରଙ୍କୁ ନେଇ ଦଳରେ ଅସନ୍ତୋଷ ରହି ଥିବାରୁ ତାଙ୍କୁ ପରିବର୍ତ୍ତନ କରିବାକୁ ହାଇ -କମାଣ୍ଡ ଚିନ୍ତା କରୁଛନ୍ତି l

ସେହିଭଳି ଓଡିଶା କଂଗ୍ରେସରେ ଭକ୍ତ ଦାସଙ୍କୁ ନେଇ ତୀବ୍ର ଅସନ୍ତୋଷର ଖବର ପାଇବା ପରେ ନୂଆ ସଭାପତି ନିଯୁକ୍ତି ପାଇଁ ହାଇ -କମାଣ୍ଡ ନିଷ୍ପତି ନେଇଛନ୍ତି l ରାହୁଲ ଗାନ୍ଧୀ ଯୁବକମାନଙ୍କୁ ନେଇ 2029ର ରଣନୀତି କଲାବେଳକୁ ଓଡିଶାରେ ଯୁବ ନେତା ମାନେ ଦଳ ଛାଡୁଥିବା ଖବର ତାଙ୍କୁ ବ୍ୟଥିତ କରିଛି l ଅଗ୍ନିବର୍ଷୀ ଯୁବ ନେତା ଅମୀୟ ପାଣ୍ଡବଙ୍କ ପରେ ଚଟାର୍ଡ଼ ଏକାଉଣ୍ଟାଣ୍ଟ ତଥା ଦଳର ପ୍ରମୁଖ ଯୁବ ମୁଖପାତ୍ର ଚେହେରା ପ୍ରଶାନ୍ତ ଶତପଥି ଦଳ ଛାଡିବା ଭକ୍ତ ଦାସଙ୍କ ନେତୃତ୍ୱକୁ ବଡ ଝଟକା ଥିଲା l

ଦଳର ବରିଷ୍ଠ ନେତାମାନେ ଭକ୍ତଙ୍କ କାର୍ଯ୍ୟକଳାପରେ ସନ୍ତୁଷ୍ଟ ନାହାନ୍ତି l ଅନ୍ୟ ପକ୍ଷରେ ଭକ୍ତଙ୍କ ନେତୃତ୍ୱ ଦଳିତମାନଙ୍କୁ ଉତ୍ସାହିତ କରି ପାରୁନି l ପଶ୍ଚିମ ପୂର୍ବତନ ସଭାପତି ଶରତ ପଟ୍ଟନାୟକଙ୍କ ସମୟରେ ଆଦିବାସୀମାନେ ଦଳ ସହିତ ରହି ଥିବାରୁ ଗତ ନିର୍ବାଚନରେ ଦଳ 14ଟି ବିଧାୟକ ପଦ ଓ ଗୋଟିଏ ଏମପି ପଦ ପାଇବାରେ ସଫଳ ହୋଇଥିଲା l ବର୍ତମାନ ଆଦିବାସୀମାନେ ଦଳରୁ ଦୂରେଇ ଗଲେଣି l ସିଜିମାଳୀ ଘଟଣାରେ ତାହା ସ୍ପଷ୍ଟ ଭାବେ ଦେଖିବାକୁ ମିଳିଲା l

ରାହୁଲ ଗାନ୍ଧୀ ଓଡିଶାରେ ଜଣେ ଅଗ୍ନିବର୍ଷୀ ଯୁବ ନେତାଙ୍କୁ ଦଳର ଭାର ଦେବାକୁ ଚାହୁଁଛନ୍ତି l ଓଡିଶାର 21 ଲୋକସଭା ଆସନକୁ ରାହୁଲ ଗାନ୍ଧୀ ଆଉ ହେୟ ଜ୍ଞାନ କରୁ ନାହାନ୍ତି l ଓଡିଶାରୁ 20 ସଂସଦ କେନ୍ଦ୍ରରେ ମୋଦୀ ସରକାରକୁ 2024ରେ ପତନ ମୁଖରୁ ବଞ୍ଚାଇ ଦେଇଥିବା କଥା ରାହୁଲ ହୃଦୟଙ୍ଗମ କରିଛନ୍ତି l

ଏହି କାରଣରୁ ସେ ଓଡିଶାରେ ସଂଗଠନକୁ ମଜବୁତ କରିବାକୁ ଚାହୁଁଛନ୍ତି l ଏବଂ ସେହି ଦୃଷ୍ଟିରୁ ଓଡିଶାରେ ଉଭୟ ଶାସକ ବିଜେପି ଓ ମୁଖ୍ୟ ବିରୋଧୀ ଦଳ ବିଜେଡିକୁ କଡା ଟକ୍କର ଦେବାକୁ ଜଣେ ଦମଦାର ଯୁବକଙ୍କୁ ନେତୃତ୍ୱ ଦେବାକୁ ଚିନ୍ତା କରୁଛନ୍ତି l

 

 

Continue Reading

ସ୍ପେଶାଲ ରିପୋର୍ଟ

ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ମୁନ୍ଦ୍ରା ବନ୍ଦର ପରିଦର୍ଶନ, ପୂର୍ଵ -ପଶ୍ଚିମ ଦୁଇ-ଉପକୂଳ ରଣନୀତି ପାଇଁ ଆହ୍ୱାନ

Published

on

ମୁନ୍ଦ୍ରା (ଗୁଜରାଟ): ‘‘ଭାରତର ବିକାଶ ଏକପାଖିଆ ହୋଇ ରହିପାରିବ ନାହିଁ।’’ ଶିଳ୍ପ ସମ୍ପ୍ରସାରଣର ଆଗାମୀ ପର୍ଯ୍ୟାୟ ପୂର୍ବ ଉପକୂଳ ଦ୍ୱାରା ପରିଚାଳିତ ହେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ମୁନ୍ଦ୍ରା ବନ୍ଦର ପରିଦର୍ଶନ ଅବସରରେ ଶିଳ୍ପ ନେତୃବୃନ୍ଦଙ୍କୁ ସମ୍ବୋଧିତ କରି କହିଛନ୍ତି।

ଦେଶର ଅଭିବୃଦ୍ଧି ରଣନୀତିରେ ଏହି ଢାଞ୍ଚାଗତ ପରିବର୍ତ୍ତନ ପାଇଁ ଆହ୍ୱାନ ଦେଇ ମୁଖ୍ୟମନ୍ତ୍ରୀ ‘ଟୁ-କୋଷ୍ଟ ଷ୍ଟ୍ରାଟେଜି’ ବା ଦ୍ୱି-ଉପକୂଳ ରଣନୀତିର ପ୍ରସ୍ତାବ ଦେଇଛନ୍ତି। ପଶ୍ଚିମ ଉପକୂଳର ଦକ୍ଷତା ଏବଂ ପୂର୍ବ ଉପକୂଳର ସୁଯୋଗକୁ ସମନ୍ୱିତ କରି ଶିଳ୍ପ ସମ୍ପ୍ରସାରଣ କରିବାକୁ ସେ ଶିଳ୍ପପତିମାନଙ୍କୁ ଅନୁରୋଧ କରିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଶ୍ୱର ଶିଳ୍ପ ଇକୋସିଷ୍ଟମର ପ୍ରତିଯୋଗିତାମୂଳକ ପରିବେଶରେ ଭାରତ ଯେପରି ଦୀର୍ଘକାଳୀନ ଭାବେ ଦକ୍ଷତାର ସହ ଅଭିବୃଦ୍ଧି ହାସଲ କରିପାରିବ, ସେଥିପାଇଁ ସନ୍ତୁଳିତ ଉପକୂଳ ବିକାଶ ଅପରିହାର୍ଯ୍ୟ । ଆସନ୍ତା ଦଶକର ଅଭିବୃଦ୍ଧିରେ ପୂର୍ବ ଉପକୂଳ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି ସେ ମତ ଦେଇଛନ୍ତି ।

ଭାରତର ପଶ୍ଚିମ ଉପକୂଳର ବ୍ୟାପକତା ଏବଂ ଦକ୍ଷତାର ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀ ପୂର୍ବ ଉପକୂଳର ବିକାଶକୁ ତ୍ୱରାନ୍ୱିତ କରିବା ଆବଶ୍ୟକ ବୋଲି କହିଥିଲେ । ସେ ଓଡ଼ିଶାକୁ ଦେଶର ପରବର୍ତ୍ତୀ ଶିଳ୍ପ ଅଭିବୃଦ୍ଧିର ଏକ ଗେଟ୍‌-ୱେ (Gateway) ଭାବେ ଦର୍ଶାଇଥିଲେ। ସେ କହିଥିଲେ ଯେ ପଶ୍ଚିମ ଉପକୂଳ ସାମୁଦ୍ରିକ ବାଣିଜ୍ୟ ଏବଂ ଶିଳ୍ପ କାର୍ଯ୍ୟକଳାପର ଏକ ପ୍ରମୁଖ କେନ୍ଦ୍ର ଭାବେ ଉଭା ହୋଇଥିବାବେଳେ, ପୂର୍ବ ଉପକୂଳ ଏବେ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ରେ ପହଞ୍ଚିଛି ଏବଂ ଓଡ଼ିଶା ସେହି ସଫଳତାର ପୁନରାବୃତ୍ତି କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ।

ଦକ୍ଷିଣ-ପୂର୍ବ ଏସିଆ, ପୂର୍ବ ଏସିଆ ଏବଂ ଇଣ୍ଡୋ-ପାସିଫିକ ଅଞ୍ଚଳ ସହିତ ଓଡ଼ିଶାର ସାମୁଦ୍ରିକ ବାଣିଜ୍ୟର ବିକାଶ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପ ମନ୍ତ୍ରୀ  ସମ୍ପଦ ସ୍ୱାଇଁ, ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଏହି ଗସ୍ତରେ ସାମିଲ ଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସହ ଓଡ଼ିଶାର ପ୍ରତିନିଧି ଦଳ ମୁନ୍ଦ୍ରା ଶିଳ୍ପାଞ୍ଚଳ ଏବଂ SEZ ପରିଦର୍ଶନ କରିଥିଲେ। ସେମାନେ କଣ୍ଟେନର ଜେଟି, ଭେରି ଲାର୍ଜ କ୍ରୁଡ୍ କ୍ୟାରିଅର୍ (VLCC) ଜେଟି, ତମ୍ବା ଉତ୍ପାଦନ ୟୁନିଟ୍, ସୌର ସେଲ୍ ଏବଂ ପବନ ଚଳିତ ଟର୍ବାଇନ୍ ଉପକରଣ ନିର୍ମାଣ କେନ୍ଦ୍ର ଗୁଡିକ ବୁଲି ଦେଖିଥିଲେ।

ଶିଳ୍ପପତିମାନଙ୍କୁ ଓଡ଼ିଶାର ନିବେଶ ସ୍ଥିତି ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ବର୍ତ୍ତମାନ ସୁଦ୍ଧା-

୮.୩୭ ଲକ୍ଷ କୋଟି ଟଙ୍କାର ୪୩୩ଟି ନିବେଶ ପ୍ରସ୍ତାବ ଅନୁମୋଦିତ

୨.୮୬ ଲକ୍ଷ କୋଟି ଟଙ୍କାର ୧୪୮ଟି ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହୋଇସାରିଛି

 

ଏହି ଅବସରରେ ଶିଳ୍ପ ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି, “ମୁଁ ପାରାଦୀପ ମାଟିର ସନ୍ତାନ ଏବଂ ପାରାଦୀପ କିଭଳି ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧିରେ ପରିବର୍ତ୍ତନ ଆଣିଛି ତାହା ମୁଁ ନିଜେ ଦେଖିଛି। ଆଜି ଆମେ ସେହି ମୂଳଦୁଆ ଉପରେ ବନ୍ଦର-ଭିତ୍ତିକ ଶିଳ୍ପାୟନର ଏକ ନୂତନ ପର୍ଯ୍ୟାୟ ଆରମ୍ଭ କରୁଛୁ।”

ସୂଚନାଯୋଗ୍ୟ ଯେ, ଧାମରା, ପାରାଦୀପ ଏବଂ ଗୋପାଳପୁର ଭଳି ପ୍ରମୁଖ ବନ୍ଦରଗୁଡ଼ିକ ସହିତ ଓଡ଼ିଶା ଭାରତର ପୂର୍ବ ଉପକୂଳରେ ବିକାଶର ଏକ ପ୍ରଭାବଶାଳୀ ଇଞ୍ଜିନ ଭାବେ ଉଭା ହେଉଛି।

 

ଏହି ଗସ୍ତ ଦ୍ୱାରା ବନ୍ଦର-ଭିତ୍ତିକ ଶିଳ୍ପାୟନ ଉପରେ ଓଡ଼ିଶାର ରଣନୈତିକ ଗୁରୁତ୍ୱ ବୃଦ୍ଧି ପାଇଛି । ଉପକୂଳ ଭିତ୍ତିଭୂମି ରାଜ୍ୟର ଅର୍ଥନୈତିକ ସମ୍ପ୍ରସାରଣର ମେରୁଦଣ୍ଡ ଭାବେ ଉଭା ହେଉଛି। ଶିଳ୍ପ କରିଡର, ଲଜିଷ୍ଟିକ୍ସ ହବ୍ ଏବଂ ସ୍ୱତନ୍ତ୍ର ଅର୍ଥନୈତିକ ଅଞ୍ଚଳ (SEZ) ମାଧ୍ୟମରେ ଓଡ଼ିଶା ଏଭଳି ଏକ ସମନ୍ୱିତ ବ୍ୟବସ୍ଥା ଗଠନ କରୁଛି, ଯାହା ଓଡ଼ିଶାର ମାନୁଫାକ୍ଚରିଙ୍ଗ୍ କ୍ଷେତ୍ରକୁ ବିଶ୍ୱ ବଜାର ସହିତ ସହଜରେ ଯୋଡ଼ିପାରିବ।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions