Nation

ଓଡ଼ିଶାରେ ନିଯୁକ୍ତି ପାଇବେ ୨୮ ସବ୍‌ଇନ୍ସପେକ୍ଟର ଓ ୧୬୮ କନେଷ୍ଟବଳ

Published

on

ଭୁବନେଶ୍ୱର: ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ପୋଲିସରେ ୨୮ଟି ସ୍ଥାୟୀ ପୋଲିସ ଆଉଟପୋଷ୍ଟ ପାଇଁ ୨୮ଟି ସବ୍‌ଇନ୍‌ସପେକ୍ଟର ଓ ୧୬୮ଟି କନେଷ୍ଟବଳ ପଦବୀ ମଞ୍ଜୁର କରିଛନ୍ତି। ପୋଲିସ ବିଭାଗର ଅନ୍ୟାନ୍ୟ ପଦବୀ ଗୁଡିକର ପୁନଃ-ବଣ୍ଟନ (By way of Redistribution) ଦ୍ବାରା ଏହି ପଦବୀ ଗୁଡିକ ସୃଷ୍ଟି କରାଯାଇଛି। ଏହାଦ୍ବାରା ସମୁଦାୟ ୧୯୬ଟି ନୂତନ ପଦବୀ ସୃଷ୍ଟି ହୋଇଛି।

ଏହି ନୂତନ ଅଧିକାରୀ ଓ କର୍ମଚାରୀମାନେ ରାଜ୍ୟରେ ୨୮ଟି ସ୍ଥାୟୀ ପୋଲିସ ଆଉଟପୋଷ୍ଟରେ ନିଯୁକ୍ତ ହେବେ। ପ୍ରତ୍ୟେକ ଆଉଟପୋଷ୍ଟରେ ଜଣେ ଲେଖାଏ ସବ୍‌ଇନିସ୍‌ପେକ୍ଟର ଓ ୬ ଜଣ ଲେଖାଏ କନେଷ୍ଟବଳ ନିୟୋଜିତ ହେବେ। ଆଇନ ଶୃଙ୍ଖଳା ଠାରୁ ଆରମ୍ଭ କରି ବିଭିନ୍ନ ଅପରାଧୀକ ଅନୁସଂଧାନ କ୍ଷେତ୍ରରେ ସେମାନେ ଦାୟିତ୍ବ ନିର୍ବାହ କରିବେ। ଏହାଦ୍ବାରା ରାଜ୍ୟର ଆଇନ ଶୃଙ୍ଖଳା ବ୍ୟବାସ୍ଥା ଅଧିକ ଦୃଢ ହୋଇପାରିବ।

ଏହି ନୂତନ ପଦବୀ ଗୁଡିକ ରାଜ୍ୟ ସରକାରଙ୍କ ORV Act ସମେତ ନିଯୁକ୍ତି ନିୟମାବଳୀର ସମସ୍ତ ବ୍ୟବସ୍ଥା ଅନୁଯାୟୀ ପୂରଣ କରାଯିବ।

Leave a Reply

Your email address will not be published. Required fields are marked *

Trending

Exit mobile version