ଭୁବନେଶ୍ବର : ସିଆଇଆଇ ପୂର୍ବାଞ୍ଚଳ ପରିଷଦ ଏହାର ଆଗାମୀ ସମ୍ମିଳନୀ ଓଡିଶାରେ ଅନୁଷ୍ଠିତ କରିବାକୁ ନିଷ୍ପତି ନେଇଛି।
ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଆଜି ସିଆଇଆଇ, ଓଡ଼ିଶା ଚାପ୍ଟର ର ଅଧ୍ୟକ୍ଷ ଶ୍ରୀ ଅନୀଲ ସିଂ ଏବଂ ଉପାଧ୍ୟକ୍ଷ ଶ୍ରୀ ମଣିକାନ୍ତ ନାୟକ ସୌଜନ୍ୟମୂଳକ ସାକ୍ଷାତ କରି ଓଡ଼ିଶାରେ ଆଗାମୀ ସିଆଇଆଇ ପୂର୍ବାଞ୍ଚଳ ପରିଷଦର ସମ୍ମିଳନୀ ଆୟୋଜନ ସଂପର୍କରେ ଆଲୋଚନା କରିଛନ୍ତି ।
ସିଆଇଆଇ ପୂର୍ବାଞ୍ଚଳ ସମ୍ମିଳନୀରେ ଓଡିଶା ସହିତ ବିହାର, ପଶ୍ଚିମବଙ୍ଗ, ଛତିଶଗଡ ଓ ଝାଡଖଣ୍ଡର ପ୍ରତିନିଧିମାନେ ଯୋଗଦେବେ। ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ପରିକଳ୍ପନାରେ ଏହିସବୁ ରାଜ୍ୟଗୁଡିକର ସମନ୍ୱିତ ଭୂମିକା, ଓଡିଶାର ଅଭିବୃଦ୍ଧି ଓ ଭବିଷ୍ୟତର ଯୋଜନା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ତାଙ୍କର ଦୃଷ୍ଟିକୋଣ ଉପସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି।