Nation

ଓଡ଼ିଶାର ପୁରୁଣା ବିଦ୍ୟୁତ ପ୍ରକଳ୍ପ ନୀତି ପୁଞ୍ଜି ନିବେଶକୁ ନିରୁତ୍ସlହିତ କରୁଛି

Published

on

ଭୁବନେଶ୍ୱର: ପ୍ରଚୁର କୋଇଲା ଖଣି ଥିବା ଓଡିଶାରେ ତାପଜ ବିଦ୍ୟୁତ କ୍ଷେତ୍ରରେ 30,000 କୋଟି ଟଙ୍କାର ପୁଞ୍ଜି ବିନିଯୋଗର ସମ୍ଭାବନା ରହିଛି। ତେବେ ରାଜ୍ୟ ସରକାରଙ୍କର ବିଦ୍ୟୁତ ପ୍ରକଳ୍ପ ନୀତି ଯୋଗୁଁ ପୁଞ୍ଜି ନିବେଶରେ ମାନ୍ଦାବସ୍ତା ଦେଖା ଦେଇଛି l ଏହି ପୁଞ୍ଜି ବର୍ତମାନ ପଡୋଶୀ ଛତିଶଗଡ ଓ ମଧ୍ୟ ପ୍ରଦେଶ ଆଡକୁ ମୁହାଁଉଛି।

ଓଡ଼ିଶା କୋଇଲା ବ୍ଲକ୍ ଲିଙ୍କେଜ୍ ଥିବା ପ୍ରକଳ୍ପ ପାଇଁ ୧୪%/୧୨% ଅଂଶଧନକୁ ବାଧ୍ୟତାମୂଳକ କରୁଥିବା ନିଜର ୨୦୦୮-୦୯ ନୀତିକୁ ଜାରି ରଖିଛି। ନିଜର ପ୍ରଚୁର କୋଇଲା ଗଚ୍ଛିତ ସତ୍ତ୍ୱେ ଏହି ଅପେକ୍ଷାକୃତ ଅଧିକ ହୋଷ୍ଟ ରାଜ୍ୟ ଅଂଶଧନକୁ ରାଜ୍ୟ ମଧ୍ୟକୁ ନୂତନ ପୁଞ୍ଜିନିବେଶ ପ୍ରବାହକୁ ସୀମିତ କରୁଥିବା ଏକ ପ୍ରମୁଖ କାରଣ ଭାବରେ ଦର୍ଶାଯାଇଛି।

ରାଜ୍ୟରେ ନୂତନ ପୁଞ୍ଜିନିବେଶକୁ ଆକର୍ଷିତ କରିବା ଏବଂ ବିଦ୍ୟୁତ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ରୀୟ ବିଦ୍ୟୁତ ପ୍ରାଧିକରଣ (ସିଇଏ) ଓ ବିଦ୍ୟୁତ ମନ୍ତ୍ରଣାଳୟ ମଧ୍ୟ ଓଡ଼ିଶାକୁ ପରିବର୍ତନଶୀଳ ମୂଲ୍ୟରେ ହୋଷ୍ଟ ରାଜ୍ୟର ଅଂଶଧନକୁ ହ୍ରାସ ବା ଉଚ୍ଛେଦ କରିବାକୁ ପରାମର୍ଶ ଦେଇଛନ୍ତି।

ନୂତନ ଭାବେ କାର୍ଯ୍ୟକ୍ଷମ ହୋଇଥିବା ତାପଜ ବିଦ୍ୟୁତ କେନ୍ଦ୍ରଗୁଡ଼ିକରୁ ପରିବର୍ତନଶୀଳ ଶୁଳ୍କରେ କ୍ଷମତାର ୫% ଯୋଗାଣକୁ ବାଧ୍ୟତାମୂଳକ କରିବା ଫଳରେ ହୋଷ୍ଟ (ଆୟୋଜକ) ରାଜ୍ୟ  ଛତିଶଗଡ଼ ଓ ମଧ୍ୟପ୍ରଦେଶ ଲାଭବାନ ହୋଇଛନ୍ତି।

ଆସୋସିଏସନ ଅଫ୍ ପାୱାର ପ୍ରୋଡ୍ୟୁସର୍ସର ମହାନିର୍ଦ୍ଦେଶକ  ଇନ୍ଦର କେଶରୀ କହିଛନ୍ତି ଯେ ଅନ୍ୟ ଏକ କୋଇଲା ସମୃଦ୍ଧ ରାଜ୍ୟ ଭାବେ ଛତିଶଗଡକୁ ପ୍ରାୟ ୮୦% ନୂଆ ତାପଜ ବିଦ୍ୟୁତ ପୁଞ୍ଜିନିବେଶ ପ୍ରବାହିତ ହୋଇଛି।

ଛତିଶଗଡ଼ର  ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ ହାସଲ କରି ୧୬ ଗିଗାୱାଟରୁ ଅଧିକ କ୍ଷମତା ବୃଦ୍ଧି କରିଥିବା ବେଳେ ଓଡ଼ିଶା ୪ ଗିଗାୱାଟ୍‌ରୁ କମ୍ କ୍ଷମତା ପ୍ରତିଷ୍ଠା ହେବାର ଦେଖିଛି ଯାହା ୨୫,୦୦୦ କୋଟି ଟଙ୍କାରୁ କମ୍ ପୁଞ୍ଜିନିବେଶରେ ରୂପାନ୍ତରିତ ହୋଇଛି ବୋଲି ସେ କହିଛନ୍ତି।

“ଓଡ଼ିଶା ପାଖରେ ବିଦ୍ୟୁତ କ୍ଷେତ୍ରର ଅଭିବୃଦ୍ଧି ପାଇଁ ସମସ୍ତ ସହାୟକ କାରକ ଅଛି ଯଥା ପ୍ରଚୁର କଞ୍ଚାମାଲ, ବନ୍ଦରଗୁଡ଼ିକର ଉପଲବ୍ଧତା, ଏକ ବର୍ଦ୍ଧିଷ୍ଣୁ ଅର୍ଥନୀତି ଓ ଦକ୍ଷ ମାନବସମ୍ବଳର ସୁଯୋଗ।ତଥାପି, ପରିବର୍ତନଶୀଳ ମୂଲ୍ୟରେ ବିଦ୍ୟୁତର ଅଧିକ ବାଧ୍ୟତାମୂଳକ ହୋଷ୍ଟ ରାଜ୍ୟ ଅଂଶଧନ ବିକାଶକାରୀମାନଙ୍କୁ ନିରୁତ୍ସାହିତ କରିଛି।

ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ, ଜିନ୍ଦଲ ପାୱାର, ବେଦାନ୍ତ ଏବଂ ଆଦାନୀ ଭଳି କମ୍ପାନୀଗୁଡ଼ିକ ରାଜ୍ୟରେ ନୂତନ ସୁଯୋଗଗୁଡ଼ିକର ମୂଲ୍ୟାଙ୍କନ କରୁଛନ୍ତି। ପୂର୍ବ ନୀତିର ଆର୍ଥିକ ପ୍ରଭାବକୁ ବୁଝାଇ  କେଶରୀ ଉଲ୍ଲେଖ କରିଛନ୍ତି ଯେ ତାପଜ ବିଦ୍ୟୁତ ପ୍ରକଳ୍ପ ଖର୍ଚ୍ଚ ତୀବ୍ର ଭାବେ ବୃଦ୍ଧି ପାଇଛି । ପୂର୍ବରୁ ମେଗାୱାଟ୍ ପ୍ରତି ପ୍ରାୟ ୫ କୋଟି ଟଙ୍କାରୁ ଆଜି ପ୍ରାୟ ୧୨-୧୪ କୋଟି ଟଙ୍କାକୁ ବଢିଛି। ଫଳସ୍ୱରୂପ ସ୍ଥିର ଖର୍ଚ୍ଚ ପ୍ରତି ୟୁନିଟ୍ ପ୍ରାୟ ୧ ଟଙ୍କାରୁ ବୃଦ୍ଧି ପାଇ ପ୍ରାୟ ୪ ଟଙ୍କା ହୋଇଛି।

ପୂର୍ବ ବ୍ୟବସ୍ଥା ଅଧୀନରେ ରିହାତି ଯୋଗାଣ ଦାୟିତ୍ୱ ଅନ୍ୟ ଗ୍ରାହକମାନଙ୍କ ପାଇଁ ପ୍ରତି ୟୁନିଟ୍‌ରେ ପ୍ରାୟ ୧୪ ପଇସାର ସାମାନ୍ୟ ଶୁଳ୍କ ପ୍ରଭାବ ପକାଉଥିଲା। ତଥାପି, ସାମ୍ପ୍ରତିକ ପୁଞ୍ଜି ଖର୍ଚ୍ଚରେ, ଏହି ପ୍ରଭାବ ଉଲ୍ଲେଖନୀୟ ଭାବେ ପ୍ରତି ୟୁନିଟ୍ ପ୍ରାୟ ୫୫ ପଇସାକୁ ବୃଦ୍ଧି ପାଉଛି ଯାହା ପ୍ରକଳ୍ପର କର୍ଯ୍ୟକାରିତାକୁ ପ୍ରଭାବିତ କରୁଛି। ୫% ହୋଷ୍ଟ ରାଜ୍ୟ ଅଂଶଧନକୁ ଯିବା କାରଣରୁ ରାଜ୍ୟକୁ ହେବାକୁ ଥିବା ସମ୍ଭାବ୍ୟ ରାଜସ୍ୱ କ୍ଷତିକୁ ନେଇ ସୃଷ୍ଟି ହୋଇଥିବା ଚିନ୍ତାକୁ ସମ୍ବୋଧନ କରି  କେଶରୀ ଏଭଳି ଆଶଙ୍କାଗୁଡ଼ିକୁ ଭିତିହୀନ ବୋଲି ବର୍ଣ୍ଣନା କରିଛନ୍ତି।

” ଏକ ସାଧାରଣ ୧,୬୦୦ ମେଗାୱାଟ୍ ପ୍ରକଳ୍ପ ନିର୍ମାଣ ସମୟରେ ଏସଜିଏସଟି ବାବଦରେ ପ୍ରାୟ ୨,୦୦୦ କୋଟି ଟଙ୍କା ଏବଂ କାର୍ଯ୍ୟକ୍ଷମ ସମୟରେ ବାର୍ଷିକ ପ୍ରାୟ ୧୦୦ କୋଟି ଟଙ୍କା ସୃଷ୍ଟି କରିପାରିବ। ଏହା ସହିତ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି ସୁଯୋଗ ମଧ୍ୟ ପ୍ରଦାନ କରିବ। ମୋଟ ଉପରେ ଅର୍ଥନୈତିକ ଓ ଆର୍ଥିକ ଲାଭଗୁଡ଼ିକ ୫% ଆବଣ୍ଟନ ବ୍ୟବସ୍ଥାକୁ ସ୍ଥାନାନ୍ତରକୁ ଦୃଢ଼ ଭାବରେ ସମର୍ଥନ କରୁଛି ବୋଲି ସେ କହିଛନ୍ତି।”

ବର୍ତ୍ତମାନ ଭାରତ ସରକାରଙ୍କ ଶକ୍ତି କୋଇଲା ଲିଙ୍କେଜ୍ ନୀତି ସହିତ ଲିଙ୍କେଜ୍ କିମ୍ବା ଆବଣ୍ଟନର ସୁପାରିଶ କରିବାରେ ରାଜ୍ୟ ସରକାରମାନଙ୍କର କୌଣସି ଭୂମିକା ନାହିଁ ଯାହା ପୂର୍ବ ନୀତିକୁ ଅଣ ଆକର୍ଷଣୀୟ କରିଦେଉଛି। ଓଡ଼ିଶା ସରକାର ବର୍ତମାନ ୫% ରାଜ୍ୟ ଅଂଶଧନ ବ୍ୟବସ୍ଥାକୁ ଯିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଯାହାକୁ ବିଶେଷଜ୍ଞମାନେ ଏକ ପ୍ରଗତିଶୀଳ ପଦକ୍ଷେପ ବୋଲି କହିଛନ୍ତି, ଯାହା ରାଜ୍ୟ ମଧ୍ୟକୁ ପୁଞ୍ଜିନିବେଶ ପ୍ରବାହକୁ ବୃଦ୍ଧି କରିବ। ଗତ ଦଶନ୍ଧି ମଧ୍ୟରେ ପୁଞ୍ଜିନିବେଶର ଧାରା ଏହି ପାର୍ଥକ୍ୟକୁ ପ୍ରତିଫଳିତ କରୁଛି।

 

Leave a Reply

Your email address will not be published. Required fields are marked *

Trending

Exit mobile version