Nation

ବିଦାୟୀ ରାଜ୍ୟସଭା ଏମପି ଗାଇଲେ ଚଲତେ ଚଲତେ ମେରେ ଏ ଗୀତ ୟାଦ ରଖନା….

Published

on

ନୂଆଦିଲ୍ଲୀ: ରାଜ୍ୟସଭାର ବିଦାୟୀ ଏମପିମନେ ସମବେତ ସ୍ୱରରେ ଗାଇ ଉଠିଲେ .. ଚଲତେ ଚଲତେ ମେରେ ଏ ଗୀତ ୟାଦ ରଖନା କଭୀ ଅଲବିଦା ନା କହନା….. । ଅବସର ଥିଲା ଉପ-ରାଷ୍ଟ୍ରପତି ତଥା ରାଜ୍ୟସଭା ଅଧକ୍ଷ ଏମ. ଭେଙ୍କୟା ନାଇଡୁଙ୍କ ବିଦାୟୀ ରାଜ୍ୟସଭା ଏମପିଙ୍କ ପାଇଁ ନୈଶ୍ୟ ଭୋଜି।

ଦଳମତ ନିର୍ବିଶେଷରେ ରାଜ୍ୟସଭାର ବିଦାୟୀ ଏମପି ମନେ ଏକାଠି ଗାଇଥିଲେ ଦିବଂଗତ ସଙ୍ଗୀତକାର ବାପି ଲହରୀ ଏବଂ ଗାୟକ କିଶୋର କୁମାରଙ୍କର ଏହି ଯୁଗଜୟୀ ସଙ୍ଗୀତ।

ଏହି ଅବସରରେ ନିଜ ନିଜର ପ୍ରତିଭା ଦେଖାଇ ଏମପି ମନେ ଏକକ ସଙ୍ଗୀତ ବି ପରିବେଷଣ କରିଥିଲେ। ଦ୍ରୌପଦୀ ଭୂମିକା ପାଇଁ ପ୍ରସିଦ୍ଧ ଅଭିନେତ୍ରୀ ତଥା ବିଜେପି ସଂସାଦ ରୁପା ଗାଙ୍ଗୁଲି ଗାଇଥିଲେ ରବୀନ୍ଦ୍ର ସଙ୍ଗୀତ, ସୋନାଲ ମାନସିଂହ ଗାଇଥିଲେ ମୀରା ଭଜନ, ତୃଣମୂଳ କଂଗ୍ରେସର ଡୋ ସେନ ବି ଗାଇଥିଲେ ରବୀନ୍ଦ୍ର ସଂଗୀତ, ଡିଏମକେର ତିରୁଚି ଶିଭା ଗାଇଥିଲେ ପି.ବି. ଶ୍ରୀନିବସଙ୍କ ୧୯୬୦ ଦଶକର ତାମିଲ ଗୀତ ମୌନମେ ପରଭାଇୟାଲ ଓରୁ ପାଟ୍ଟୁ ପଟ୍ଟା ଭେନ୍ଦମ…। ବିଜେପିର ରାମଚନ୍ଦ୍ର ଝଂଗରା ହିନ୍ଦୀ ସିନେମା ଗୀତ ସୁଣାଇଥିଲେ।  ତୃଣମୂଳ କଂଗ୍ରେସର ଶାନ୍ତନୁ ସେନ ଗୀଟାର ବଜାଇ ସାଥି ସଂସାଦ ମାନଙ୍କର ମାନେରଞ୍ଜନ  କରିଥିଲେ। ଏନସିପିର ବନ୍ଦନା ଚୌହାନ ଶେଷରେ ଗଇଥିଲେ ରୁକ ଜାନା ନାହିଁ ତୁ କାହିଁ ହାର କେ ….।

ଏହି ନୈଶ୍ୟ ଭୋଜିରେ ଓଡ଼ିଶାର ବିଦାୟୀ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ସସ୍ମିତ ପାତ୍ର, ସୁବାଷ ସିଂ ପ୍ରମୁଖ ଯୋଗ ଦେଇଥିଲେ।

ଉପ-ରାଷ୍ଟ୍ରପତି ନାଇଡୁଙ୍କ ଏହି ନୈଶ୍ୟ ଭୋଜିରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଦାୟୀ ସାଂସଦମନଙ୍କର ଏହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ।

 

Leave a Reply

Your email address will not be published. Required fields are marked *

Trending

Exit mobile version