ନୂଆଦିଲ୍ଲୀ: ପାର୍ଲାମେଣ୍ଟର ଚଳିତ ବର୍ଷର ଶୀତ ଅଧିବେଶ ଏଥର ବିଳମ୍ବରେ ବସିବ। ଅଧିବେଶନ ସଂକ୍ଷିପ୍ତ ବି ହେବ।
ସାଧାରଣତଃ ଶୀତ ଅଧିବେଶନ ନଭେମ୍ବର ତୃତୀୟ କିମ୍ବା ଚତୁର୍ଥ ସପ୍ତାହରୁ ଆରମ୍ଭ ହୋଇଥାଏ। ହେଲେ ଏ ବର୍ଷ ଅଧିବେଶନ ଅରମ୍ଭ ହେଲାବେଳକୁ ଡିସେମ୍ବର ପ୍ରଥମ ସପ୍ତାହ ହୋଇଯିବ। ଯେହେତୁ ଅଧିବେଶନ କ୍ରୀସମାସ ପୂର୍ବରୁ ମୁଲତବୀ ହେବ ତେଣୁ ଅଧିବେଶନ ସ୍ୱାଭାବିକ ଭାବେ ସଂକ୍ଷିପ୍ତ ହେବ।
ଏଥରର ଶୀତ ଅଧିବେଶନ ଆରମ୍ଭ ବିଳମ୍ବ ହେବାର କାରଣ ହେଲା ଗୁଜରାଟ ନିର୍ବାଚନ। ଉଭୟ ଶାସକ ଓ ବିରୋଧୀ ଦଳର ନେତାମାନେ ନିର୍ବାଚନ ପ୍ରଚରରେ ମାତିଛନ୍ତି ତେଣୁ ଅଧିବେଶନ ଆରମ୍ଭ ବିଳମ୍ବରେ ହେବ ବୋଲି ଆଶା କରାଯାଉଛି।