ସ୍ପେଶାଲ ରିପୋର୍ଟ

ଶାୟା ପିନ୍ଧିଲେ ହେବକି କ୍ୟାନ୍ସର!

Published

on

ଭୁବନେଶ୍ୱର : ଦେଶରେ ଅନେକ ମହିଳା ଶାଢ଼ୀ ତଳେ ଶାୟା ପିନ୍ଧନ୍ତି l ତେବେ ଶାୟା ପିନ୍ଧିଲେ କଣ ମାରାତ୍ମକ ବ୍ୟାଧି କ୍ୟାନ୍ସର ହୋଇପାରେ?

ସାଧାରଣତଃ ମହିଳାମାନେ ଶାୟା ପିନ୍ଧିବା ବେଳେ ଶାୟାର ଫିତାକୁ ଅଂଟାରେ କଷିକରି ବାନ୍ଧନ୍ତି l ଏହା ଫଳରେ କ୍ୟାନ୍ସର ହେବାର ସମ୍ଭାବନା ରହିଛି l

ଜବାହାରଲାଲ ନେହରୁ ମେଡିକାଲ କଲେଜର ଡାକ୍ତରଙ୍କ ମତରେ ଶାୟା ପିନ୍ଧାରୁ ମାର୍ଯୋଲିନ ଅଲସର (Marjolin ulcer) ବା ସ୍କିନ କ୍ୟାନ୍ସର ହେବାର ସମ୍ଭାବନା ରହିଛି l ମଧ୍ୟ ପ୍ରଦେଶର ୱାରଧାସ୍ଥିତ ମେଡିକାଲ କଲେଜର ଡାକ୍ତରମାନଙ୍କ କହିବା କଥା ଯେ ଶାୟା ନାଡ଼ାର ଅଣ୍ଟାର ମାଂସପେଶୀ ଉପରେ ଚାପ ଏବଂ ଘର୍ଷଣ ଯୋଗୁଁ ଚର୍ମରେ ଜ୍ୱଳନ ସୃଷ୍ଟି ହୋଇଥାଏ ଏବଂ ଏହା ଫଳରେ କ୍ୟାନ୍ସର ହୋଇପାରେ l ଯାହାକୁ ସେମାନେ petticot cancer ବା ଶାୟା କ୍ୟାନ୍ସର l ଏହି ଦୁରାରୋଗର ଶିକାର ହୋଇଥିବା ଦୁଇଜଣ ମହିଳାଙ୍କୁ ଚି଼ହ୍ନଟ କରିଥିବା କଥା ସେମାନେ ବିଏମଜେ କେଶ ରିପୋର୍ଟ ନାମକ ଡାକ୍ତରୀ ପତ୍ରିକାରେ ଉଲ୍ଲେଖ କରିଛନ୍ତି l ବହୁଦିନ ଅଣ୍ଟାରେ ଦେଖା ଦେଇଥିବା ଘା’ ଭଲ ନହେବାରୁ ମହିଳାଙ୍କର  ଵୟୋପସି କରାଯାଇଥିଲା l ଷାଠିଏ ଏବଂ ସତୁରୀ ବର୍ଷର ମହିଳା ଦୁଇ ଜଣଙ୍କୁ ସେମାନଙ୍କ ଅଣ୍ଟାରେ ଦେଖା ଦେଇଥିବା ଘା’ ର ଅସ୍ତ୍ରୋପ୍ରଚାର ନିମନ୍ତେ ଅଙ୍କୋଲୋଜି ଅର୍ଥାତ କ୍ୟାନ୍ସର ବିଭାଗକୁ ପଠା ଯାଇଥିଲା

କେବଳ ୱାରଧା ନୁହଁ ଏହିଭଳି ଘଟଣା ଚେନେଇ, ବାଙ୍ଗାଲୁରୁ ଓ ମୁମ୍ବାଇ ଚି଼ହ୍ନଟ ହୋଇଛି l

ଆଗରୁ ଏହାକୁ ଶାଢ଼ୀ କ୍ୟାନ୍ସର ବୋଲି କୁହା ଯାଉଥିଲା l କିନ୍ତୁ ପ୍ରକୃତରେ ଏହା ଶାୟା ପିନ୍ଧାରୁ ହେଉଥିବା ଜଣା ପଡିଛି l

କେବଳ ଶାୟା ପିନ୍ଧିବାରୁ ନୁହେଁ ଧୋତି ପିନ୍ଧାରୁ ମଧ୍ୟ ସ୍କିନ କ୍ୟାନ୍ସର ହୋଇପାରେ l ପ୍ରାୟ ଅଶି ବର୍ଷ ତଳେ ଜଣେ ଭାରତୀୟ ପାଥୋଲୋଜିଷ୍ଟ ଏହିଭଳି ଆଠଜଣ କ୍ୟାନ୍ସର ରୋଗୀଙ୍କୁ ଚି଼ହ୍ନଟ କରିଥିଲେ l

ଶାୟା କ୍ୟାନ୍ସରରୁ ରକ୍ଷା ପାଇବାକୁ ହେଲେ ଶାୟାର ନାଡା ଢିଲା ବାନ୍ଧିବା ଆବଶ୍ୟକ l

 

Leave a Reply

Your email address will not be published. Required fields are marked *

Trending

Exit mobile version