Connect with us

ଭୁବନେଶ୍ୱର:  ଭୁବନେଶ୍ୱର ଠାରେ ଆୟୋଜିତ ପୂର୍ବାଞ୍ଚଳ ବେସାମରିକ ବିମାନ ପରିବହନ ମନ୍ତ୍ରୀମଣ୍ଡଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଘୋଷଣା କରିଥିଲେଯେ ରାଜ୍ୟ ସରକାରଙ୍କ ପ୍ରମୁଖ ପ୍ରୟାସ B-MAAN (Building and Management of Aviation Assets and Network) ଅଧୀନରେ, କ୍ୟାଡେଟ୍ ପାଇଲଟ୍ ପ୍ରୋଗ୍ରାମ୍ ଆରମ୍ଭ ହେବାକୁ ଯାଉଛି, ଯେଉଁଥିରେ ଆଦିବାସୀ କନ୍ୟା ମାନଙ୍କୁ ପାଇଲଟ ହେବା ପାଇଁନ ଟ୍ରେନିଂ ଦିଆଯିବ।

ଏହି ଅବସରରେ ରାଜ୍ୟ ସରକାର ଆଜି ଦେଶର ପ୍ରମୁଖ ବିମାନ MRO (Maintenance, Repair and Overhaul) ସେବାଦାତା Air Works ସହିତ ଏକ ଚୁକ୍ତି ସ୍ୱାକ୍ଷର କରିଛନ୍ତି । ଏହା ଅନୁଯାୟୀ, ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ଏକ ଆଧୁନିକ MRO ସୁବିଧା ସ୍ଥାପିତ ହେବ । ଏଥିସହିତ, ରାଜ୍ୟର ଯୁବମାନଙ୍କ ପାଇଁ ଦକ୍ଷତା ବିକାଶ, ପ୍ରଶିକ୍ଷଣ ଓ ଚାକିରି ସୁଯୋଗ ସୃଷ୍ଟି କରିବା ନିମନ୍ତେ, ରାଜ୍ୟ ସରକାର Air Works ସହିତ ଏକ ଚୁକ୍ତି ସ୍ୱାକ୍ଷର କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ପୁରୀରେ ଏକ ବିଶ୍ୱସ୍ତରୀୟ ଆନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ ହେଉଛି ଏବଂ ଏହି ବିମାନବନ୍ଦର, ସାରା ବିଶ୍ୱର କୋଟି କୋଟି ଜଗନ୍ନାଥ ଭକ୍ତଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ସାଂସ୍କୃତିକ ଦ୍ୱାରପଥ ହେବ। ଏଥିସହିତ ଝାରସୁଗୁଡା ବିମାନବନ୍ଦରର ବିସ୍ତାର ପାଇଁ ଜମି ବ୍ୟବସ୍ଥା କରାଯାଇଛି। ନୂଆ ସରକାର ଗଠନର ବିଗତ 14 ମାସ ମଧ୍ୟରେ, ଓଡିଶାର ବିମାନବନ୍ଦର ଗୁଡ଼ିକ, 15ଟି ନୂଆ ଗନ୍ତବ୍ୟ ସହିତ ଯୋଡ଼ାଯାଇଛି। ଆମର ଏହି ନୀତି, ଓଡିଶାକୁ ଜାତୀୟ ଓ ଆନ୍ତର୍ଜାତୀୟ ବିମାନ ପରିବହନ ନେଟୱର୍କ ସହିତ ଯୋଡ଼ିବାରେ ସଫଳ ହୋଇଛି। ଆମେ ଏହି କ୍ଷେତ୍ରରେ, ଓଡିଶାକୁ ଆଗକୁ ନେବା ପାଇଁ ଭୂମିକା ସୃଷ୍ଟି ଓ କୌଶଳ ବିକାଶ ଉପରେ ମଧ୍ୟ ଜୋର ଦେଉଛୁ ଏବଂ ଢେଙ୍କାନାଳ ଜିଲ୍ଲାର ବିରାଶୋଳ ଠାରେ ଏକ ବିଶ୍ୱସ୍ତରୀୟ ବିମାନ ପ୍ରଶିକ୍ଷଣ କେନ୍ଦ୍ର ନିର୍ମାଣ ହେବାକୁ ଯାଉଛି।

ଭୁବନେଶ୍ୱରରେ, ଏକ State-of-the-Art Maintenance (ରକ୍ଷାଣବେକ୍ଷଣ), Repairing (ମରାମତି), Overhaul (ପୁନର୍ନିର୍ମାଣ) କେନ୍ଦ୍ର ସ୍ଥାପନ କରୁଛୁ। ଏହାସହିତ ରାଜ୍ୟର ବିମାନବନ୍ଦରଗୁଡ଼ିକ ପାଇଁ ସରକାର ଏକ Progressive Land Allotment Policy ଆଣିବାପାଇଁ ଯାଉଛନ୍ତି। ଏହାର ଅନୁସାରେ, ଆମ ବିମାନ ବନ୍ଦର ମାନଙ୍କ ଭିତରେ ଫ୍ଲାଇଂ ପ୍ରଶିକ୍ଷଣ, UAV ପ୍ରଶିକ୍ଷଣ, ଓ ବିମାନ କ୍ରୀଡ଼ା କାର୍ଯ୍ୟକଳାପ ସମ୍ଭବ ହେବ। ବହୁତ ସଂଖ୍ୟକ ଫ୍ଲାଇଂ ପ୍ରଶିକ୍ଷଣ ସଂସ୍ଥାଗୁଡ଼ିକ ଆମ ବିମାନବନ୍ଦରମାନଙ୍କରେ ଏହି କାର୍ଯ୍ୟ କରିବେ। ରାଜ୍ୟରେ ଯେତେ ସବୁ ବ୍ୟବହାର ହେଉନଥିବା ବିମାନ ପଥ (airstrips) ଅଛି, ସେଗୁଡ଼ିକୁ ସରକାର ବିମାନବନ୍ଦର ରୂପେ ବିକଶିତ କରୁଛନ୍ତି। ଏଭଳି 14ଟି ବିମାନବନ୍ଦର ହେବ ଏବଂ ଯେଉଁ ଜିଲ୍ଲାରେ ବିମାନବନ୍ଦର ନାହିଁ, ସେଠାରେ ସମୁଦାୟ 15ଟି ହେଲିପୋର୍ଟ ସ୍ଥାପନ ପାଇଁ ସରକାର କାର୍ଯ୍ୟ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସେ ପୁଣି କହିଥିଲେଯେ, UDAN scheme ପରି ଟ୍ରାନ୍ସଫର୍ମେଟିଭ୍ ପଦକ୍ଷେପକୁ ପ୍ରେରଣା ଦେଇଛି, ଯାହା ସତ୍ୟରେ ଏଭିଏସନ୍‌କୁ ଡେମୋକ୍ରେଟାଇଜ୍ କରିଛି ଓ ପୂର୍ବ ଭାରତ ପାଇଁ ନୂଆ ଦିଗନ୍ତ ଖୋଲିଛି। ଏଭିଏସନ୍ କେବଳ ବିମାନବନ୍ଦର ଓ ବିମାନସେବା ପର୍ଯ୍ୟନ୍ତ ସୀମିତ୍ ନୁହେଁ, ଏହା ଆମ ଲୋକଙ୍କର ସ୍ୱପ୍ନକୁ ସୁଯୋଗ ସହିତ ଯୋଡିବା, ଆମର ଅର୍ଥନୀତିକୁ ସଶକ୍ତ କରିବା ଓ ବିକଶିତ ଭାରତ – ୨୦୪୭ ର ସ୍ୱପ୍ନକୁ ସାକାର କରିବାର ଏକ ଅନନ୍ୟ ପ୍ରୟାସ। ଆମ ପ୍ରଧାନମନ୍ତ୍ରୀଙ୍କର ଅବିରତ ପ୍ରୟାସ, ୨୦୪୭ ମଧ୍ୟରେ ଏକ ବିକଶିତ ଭାରତ ଗଢ଼ିବା ପାଇଁ, ଆମକୁ ସଦା ଉତ୍ସାହିତ କରୁଛି। ଆମେ ସମସ୍ତେ ମିଶି, ଓଡିଶାର କନେକ୍ଟିଭିଟିକୁ ସୁଦୃଢ଼ କରିବାରେ, ଓ ଆମର ଲୋକମାନଙ୍କର ଆକାଂକ୍ଷାକୁ ସାକାର କରିବାରେ ନିରନ୍ତର କାମ କରୁଛୁ।

ଉକ୍ତ କାର୍ଯ୍ୟକ୍ରମରେ, ବେସାମରିକ ବିମାନ ପରିବହନ ମନ୍ତ୍ରୀ,  ରାମ ମୋହନ ନାଇଡୁ କିଞ୍ଜାରାପୁ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱପ୍ନ,” ହାୱାଇ ଚପଲ୍ ପିନ୍ଧିଥିବା ମାନଙ୍କୁ ମଧ୍ୟ, ଏବେ ଉଡ଼ାଜାହାଜରେ ଯିବା ସୁଯୋଗ ମିଳିବ” କୁ ସରକାର ସମ୍ପୂର୍ଣ୍ଣ ରୂପରେ କାର୍ଯ୍ୟକାରୀ କରିବାକୁ ସମସ୍ତ ପ୍ରୟାସ କାର୍ଯ୍ୟକାରୀ କରାଯିବ। ଓଡ଼ିଶାର ବିମାନ ଚଳାଚଳ ଭିତ୍ତିଭୂମି ପାଇଁ ସବୁ ପ୍ରକାର ସହଯୋଗ ଯାଇ ଦିଆଯିବ ବୋଲି ଶ୍ରୀ କିଞ୍ଜାରାପୁ ପ୍ରତିଶ୍ରୁତି ଦେଇଥିଲେ।

ଏହି ଅବସରରେ କେନ୍ଦ୍ର ରାଜ୍ୟମନ୍ତ୍ରୀ, ବେସାମରିକ ବିମାନ ପରିବହନ ମୁରଲୀଧର ମୋହଲ, ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ  ବିଭୁତି ଭୂଷଣ ଜେନା, ଅର୍ଥମନ୍ତ୍ରୀ, ଛତିଶଗଡ଼ ସରକାର, ଓମ ପ୍ରକାଶ ଚୌଧୁରୀ ପ୍ରମୁଖ ଅଭିଭାଷଣ ରଖି ଥିଲେ । କାର୍ଯ୍ୟକ୍ରମରେବେସାମରିକ ବିମାନ ପରିବହନ ମନ୍ତ୍ରାଳୟର ସଚିବ  ସମୀର ସିନ୍‌ହା ସ୍ୱାଗତ ଭାଷଣ ଦେଇଥିବା ବେଳେ, ପ୍ରମୁଖ ଶାସନ ସଚିବ ବାଣିଜ୍ୟ ଓ ପରିବହନ ବିଭାଗ, ଶ୍ରୀମତୀ ଉଷା ପାଢ଼ୀ ବିବରଣୀ ରଖିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

Continue Reading
Click to comment

Leave a Reply

Your email address will not be published. Required fields are marked *

ସ୍ପେଶାଲ ରିପୋର୍ଟ

ଓଡିଶାରେ ରହି ହିନ୍ଦୀ ଭୁଲିଗଲେଣି ମ୍ୟାଡ଼ାମ…!

Published

on

Odisha Chief Secretary Anu Garg has forgotten her mother tongue Hindi staying in Odisha and speaking Odia. While she fumbled in speaking in Hindi while briefing media persons about the State Cabinet decisions on Monday. She, however, spoke well in Odia and English.

Continue Reading

ସ୍ପେଶାଲ ରିପୋର୍ଟ

ବିଦା ହେବେ ଓଡିଶା କଂଗ୍ରେସ ସଭାପତି ଭକ୍ତ ଦାସ

Published

on

ଭୁବନେଶ୍ୱର : ଆଗାମୀ 2029 ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ଏବଂ ଚାରଟି ରାଜ୍ୟର ନିର୍ବାଚନ ଫଳାଫଳ ତଥା କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନକୁ ଦୃଷ୍ଟିରେ ରଖି କଂଗ୍ରେସ ହାଇ-କମାଣ୍ଡ ଅନେକ ଗୁଡିଏ ରାଜ୍ୟରେ ଦଳର ସଭାପତି ପଦରେ ପରିବର୍ତ୍ତନ କରିବା ସଙ୍ଗେ ସଙ୍ଗେ ଏଆଇସିସିରେ ବ୍ୟାପକ ଅଦଳବଦଳ କରିବାକୁ ଚିନ୍ତା କରୁଛନ୍ତି l ଏ ସଂକ୍ରାନ୍ତରେ ସଭାପତି ମଲିକାର୍ଜୁନ ଖଡ଼ଗେ ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ମଧ୍ୟରେ ଆଲୋଚନା ହୋଇ ଯାଇଛି l

ତାମିଲନାଡୁ, କର୍ଣ୍ଣାଟକ, କେରଳରେ ନୂଆ ସଭାପତି ମନୋନୟନ ହେବା ସୁନିଶ୍ଚିତ l ନିର୍ବାଚନ ହେବାକୁ ଥିବା ପଞ୍ଜାବ ଓ ଉତ୍ତର ପ୍ରଦେଶରେ ବି ନେତୃତ୍ୱ ପରିବର୍ତ୍ତନ ହେବ l ଓଡିଶା, ରାଜସ୍ଥାନ ଓ ଗୋଆରେ ବି ସଭାପତି ବଦଳିବେ l

କେରଳରେ ରାଜ୍ୟ ସଭାପତି ସନ୍ନି ଜୋସେଫ ନବ ଗଠିତ ଭିଡ଼ି ସତୀଶନଙ୍କ ମନ୍ତ୍ରୀମଣ୍ଡଳ ଯୋଗ ଦେବାପରେ ନୂଆ ସଭାପତି ପଦ ପାଇଁ ତିନି ଲୋକସଭା ସଂସଦ କେ. ସୁରେଶ, ଆଂଟୋ ଆଣ୍ଟନି ଓ ବେନ୍ନି ବେହ୍ନାନଙ୍କ ବ୍ୟତୀତ ୟୁଡ଼ିଏଫ ସଂଯୋଜକ ଅଦୂର ପ୍ରକାଶ ଓ ବରଷ୍ଠ ଜୋସେଫ ବାଚକାନ ଲବି ଆରମ୍ଭ କରି ଦେଲେଣି l

କର୍ଣ୍ଣାଟକରେ ହରିୟାଣା ପ୍ରଭାରୀ ବି କେ ହରିପ୍ରସାଦ ଓ ପୂର୍ବତନ ମନ୍ତ୍ରୀ ସତୀଶ ଝାରକିହୋଲି ଦୌଡରେ ଅଛନ୍ତି l

ତାମିଲନାଡୁ ସଭାପତି କେ ସେଲଭାପେରୁନଥଗାଙ୍କ କାର୍ଯ୍ୟକଳାପ ଉପରେ ହାଇ-କମାଣ୍ଡ ସନ୍ତୁଷ୍ଟ ନାହାନ୍ତି l

ପଞ୍ଜାବରେ 2027 ଫେବୃଆରୀରେ ବିଧାନସଭା ନିର୍ବାଚନ ହେବ l ନିକଟରେ ଅନୁଷ୍ଠିତ ମୁନିସିପାଲ ନିର୍ବାଚନରେ ଦଳର ପ୍ରଦର୍ଶନ ବିଶେଷ ଭଲ ହୋଇନଥିବା ଦୃଷ୍ଟିରୁ ସଭାପତି ଅମରେନ୍ଦ୍ର ସିଂହ ରାଜା ୱାରିଙ୍ଗଙ୍କୁ ପରିବର୍ତ୍ତନ ପାଇଁ ଯୋଜନା ଚାଲିଛି l ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜଳନ୍ଧର ସଂସଦ ଚରଂଜିତ ସିଂହ ଚନ୍ନି ଦୌଡରେ ଆଗରେ ଅଛନ୍ତି l

ଉତ୍ତର ପ୍ରଦେଶରେ ଅଜୟ ରାଏ 2023ରୁ ସଭାପତି ଅଛନ୍ତି l ସେହିଭଳି ରାଜସ୍ଥାନରେ ଗୋବିନ୍ଦ ସିଂହ ଦୋତାଶ୍ରା 2020ରୁ ପ୍ରଦେଶ କଂଗ୍ରେସ ସଭାପତି ଅଛନ୍ତି l ସେମାନଙ୍କୁ ପରିବର୍ତ୍ତନ କରିବାକୁ ଆଲୋଚନା ହୋଇଛି l

ଗୋଆରେ ବିଧାନସଭା ନିର୍ବାଚନ ଫେବୃଆରୀ 2027ରେ ହେବ l ବର୍ତମାନର ସଭାପତି ଗିରୀଶ ଚାନ୍ଦୋଙ୍କରଙ୍କୁ ନେଇ ଦଳରେ ଅସନ୍ତୋଷ ରହି ଥିବାରୁ ତାଙ୍କୁ ପରିବର୍ତ୍ତନ କରିବାକୁ ହାଇ -କମାଣ୍ଡ ଚିନ୍ତା କରୁଛନ୍ତି l

ସେହିଭଳି ଓଡିଶା କଂଗ୍ରେସରେ ଭକ୍ତ ଦାସଙ୍କୁ ନେଇ ତୀବ୍ର ଅସନ୍ତୋଷର ଖବର ପାଇବା ପରେ ନୂଆ ସଭାପତି ନିଯୁକ୍ତି ପାଇଁ ହାଇ -କମାଣ୍ଡ ନିଷ୍ପତି ନେଇଛନ୍ତି l ରାହୁଲ ଗାନ୍ଧୀ ଯୁବକମାନଙ୍କୁ ନେଇ 2029ର ରଣନୀତି କଲାବେଳକୁ ଓଡିଶାରେ ଯୁବ ନେତା ମାନେ ଦଳ ଛାଡୁଥିବା ଖବର ତାଙ୍କୁ ବ୍ୟଥିତ କରିଛି l ଅଗ୍ନିବର୍ଷୀ ଯୁବ ନେତା ଅମୀୟ ପାଣ୍ଡବଙ୍କ ପରେ ଚଟାର୍ଡ଼ ଏକାଉଣ୍ଟାଣ୍ଟ ତଥା ଦଳର ପ୍ରମୁଖ ଯୁବ ମୁଖପାତ୍ର ଚେହେରା ପ୍ରଶାନ୍ତ ଶତପଥି ଦଳ ଛାଡିବା ଭକ୍ତ ଦାସଙ୍କ ନେତୃତ୍ୱକୁ ବଡ ଝଟକା ଥିଲା l

ଦଳର ବରିଷ୍ଠ ନେତାମାନେ ଭକ୍ତଙ୍କ କାର୍ଯ୍ୟକଳାପରେ ସନ୍ତୁଷ୍ଟ ନାହାନ୍ତି l ଅନ୍ୟ ପକ୍ଷରେ ଭକ୍ତଙ୍କ ନେତୃତ୍ୱ ଦଳିତମାନଙ୍କୁ ଉତ୍ସାହିତ କରି ପାରୁନି l ପଶ୍ଚିମ ପୂର୍ବତନ ସଭାପତି ଶରତ ପଟ୍ଟନାୟକଙ୍କ ସମୟରେ ଆଦିବାସୀମାନେ ଦଳ ସହିତ ରହି ଥିବାରୁ ଗତ ନିର୍ବାଚନରେ ଦଳ 14ଟି ବିଧାୟକ ପଦ ଓ ଗୋଟିଏ ଏମପି ପଦ ପାଇବାରେ ସଫଳ ହୋଇଥିଲା l ବର୍ତମାନ ଆଦିବାସୀମାନେ ଦଳରୁ ଦୂରେଇ ଗଲେଣି l ସିଜିମାଳୀ ଘଟଣାରେ ତାହା ସ୍ପଷ୍ଟ ଭାବେ ଦେଖିବାକୁ ମିଳିଲା l

ରାହୁଲ ଗାନ୍ଧୀ ଓଡିଶାରେ ଜଣେ ଅଗ୍ନିବର୍ଷୀ ଯୁବ ନେତାଙ୍କୁ ଦଳର ଭାର ଦେବାକୁ ଚାହୁଁଛନ୍ତି l ଓଡିଶାର 21 ଲୋକସଭା ଆସନକୁ ରାହୁଲ ଗାନ୍ଧୀ ଆଉ ହେୟ ଜ୍ଞାନ କରୁ ନାହାନ୍ତି l ଓଡିଶାରୁ 20 ସଂସଦ କେନ୍ଦ୍ରରେ ମୋଦୀ ସରକାରକୁ 2024ରେ ପତନ ମୁଖରୁ ବଞ୍ଚାଇ ଦେଇଥିବା କଥା ରାହୁଲ ହୃଦୟଙ୍ଗମ କରିଛନ୍ତି l

ଏହି କାରଣରୁ ସେ ଓଡିଶାରେ ସଂଗଠନକୁ ମଜବୁତ କରିବାକୁ ଚାହୁଁଛନ୍ତି l ଏବଂ ସେହି ଦୃଷ୍ଟିରୁ ଓଡିଶାରେ ଉଭୟ ଶାସକ ବିଜେପି ଓ ମୁଖ୍ୟ ବିରୋଧୀ ଦଳ ବିଜେଡିକୁ କଡା ଟକ୍କର ଦେବାକୁ ଜଣେ ଦମଦାର ଯୁବକଙ୍କୁ ନେତୃତ୍ୱ ଦେବାକୁ ଚିନ୍ତା କରୁଛନ୍ତି l

 

 

Continue Reading

ସ୍ପେଶାଲ ରିପୋର୍ଟ

ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ମୁନ୍ଦ୍ରା ବନ୍ଦର ପରିଦର୍ଶନ, ପୂର୍ଵ -ପଶ୍ଚିମ ଦୁଇ-ଉପକୂଳ ରଣନୀତି ପାଇଁ ଆହ୍ୱାନ

Published

on

ମୁନ୍ଦ୍ରା (ଗୁଜରାଟ): ‘‘ଭାରତର ବିକାଶ ଏକପାଖିଆ ହୋଇ ରହିପାରିବ ନାହିଁ।’’ ଶିଳ୍ପ ସମ୍ପ୍ରସାରଣର ଆଗାମୀ ପର୍ଯ୍ୟାୟ ପୂର୍ବ ଉପକୂଳ ଦ୍ୱାରା ପରିଚାଳିତ ହେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ମୁନ୍ଦ୍ରା ବନ୍ଦର ପରିଦର୍ଶନ ଅବସରରେ ଶିଳ୍ପ ନେତୃବୃନ୍ଦଙ୍କୁ ସମ୍ବୋଧିତ କରି କହିଛନ୍ତି।

ଦେଶର ଅଭିବୃଦ୍ଧି ରଣନୀତିରେ ଏହି ଢାଞ୍ଚାଗତ ପରିବର୍ତ୍ତନ ପାଇଁ ଆହ୍ୱାନ ଦେଇ ମୁଖ୍ୟମନ୍ତ୍ରୀ ‘ଟୁ-କୋଷ୍ଟ ଷ୍ଟ୍ରାଟେଜି’ ବା ଦ୍ୱି-ଉପକୂଳ ରଣନୀତିର ପ୍ରସ୍ତାବ ଦେଇଛନ୍ତି। ପଶ୍ଚିମ ଉପକୂଳର ଦକ୍ଷତା ଏବଂ ପୂର୍ବ ଉପକୂଳର ସୁଯୋଗକୁ ସମନ୍ୱିତ କରି ଶିଳ୍ପ ସମ୍ପ୍ରସାରଣ କରିବାକୁ ସେ ଶିଳ୍ପପତିମାନଙ୍କୁ ଅନୁରୋଧ କରିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଶ୍ୱର ଶିଳ୍ପ ଇକୋସିଷ୍ଟମର ପ୍ରତିଯୋଗିତାମୂଳକ ପରିବେଶରେ ଭାରତ ଯେପରି ଦୀର୍ଘକାଳୀନ ଭାବେ ଦକ୍ଷତାର ସହ ଅଭିବୃଦ୍ଧି ହାସଲ କରିପାରିବ, ସେଥିପାଇଁ ସନ୍ତୁଳିତ ଉପକୂଳ ବିକାଶ ଅପରିହାର୍ଯ୍ୟ । ଆସନ୍ତା ଦଶକର ଅଭିବୃଦ୍ଧିରେ ପୂର୍ବ ଉପକୂଳ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି ସେ ମତ ଦେଇଛନ୍ତି ।

ଭାରତର ପଶ୍ଚିମ ଉପକୂଳର ବ୍ୟାପକତା ଏବଂ ଦକ୍ଷତାର ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀ ପୂର୍ବ ଉପକୂଳର ବିକାଶକୁ ତ୍ୱରାନ୍ୱିତ କରିବା ଆବଶ୍ୟକ ବୋଲି କହିଥିଲେ । ସେ ଓଡ଼ିଶାକୁ ଦେଶର ପରବର୍ତ୍ତୀ ଶିଳ୍ପ ଅଭିବୃଦ୍ଧିର ଏକ ଗେଟ୍‌-ୱେ (Gateway) ଭାବେ ଦର୍ଶାଇଥିଲେ। ସେ କହିଥିଲେ ଯେ ପଶ୍ଚିମ ଉପକୂଳ ସାମୁଦ୍ରିକ ବାଣିଜ୍ୟ ଏବଂ ଶିଳ୍ପ କାର୍ଯ୍ୟକଳାପର ଏକ ପ୍ରମୁଖ କେନ୍ଦ୍ର ଭାବେ ଉଭା ହୋଇଥିବାବେଳେ, ପୂର୍ବ ଉପକୂଳ ଏବେ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ରେ ପହଞ୍ଚିଛି ଏବଂ ଓଡ଼ିଶା ସେହି ସଫଳତାର ପୁନରାବୃତ୍ତି କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ।

ଦକ୍ଷିଣ-ପୂର୍ବ ଏସିଆ, ପୂର୍ବ ଏସିଆ ଏବଂ ଇଣ୍ଡୋ-ପାସିଫିକ ଅଞ୍ଚଳ ସହିତ ଓଡ଼ିଶାର ସାମୁଦ୍ରିକ ବାଣିଜ୍ୟର ବିକାଶ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପ ମନ୍ତ୍ରୀ  ସମ୍ପଦ ସ୍ୱାଇଁ, ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଏହି ଗସ୍ତରେ ସାମିଲ ଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସହ ଓଡ଼ିଶାର ପ୍ରତିନିଧି ଦଳ ମୁନ୍ଦ୍ରା ଶିଳ୍ପାଞ୍ଚଳ ଏବଂ SEZ ପରିଦର୍ଶନ କରିଥିଲେ। ସେମାନେ କଣ୍ଟେନର ଜେଟି, ଭେରି ଲାର୍ଜ କ୍ରୁଡ୍ କ୍ୟାରିଅର୍ (VLCC) ଜେଟି, ତମ୍ବା ଉତ୍ପାଦନ ୟୁନିଟ୍, ସୌର ସେଲ୍ ଏବଂ ପବନ ଚଳିତ ଟର୍ବାଇନ୍ ଉପକରଣ ନିର୍ମାଣ କେନ୍ଦ୍ର ଗୁଡିକ ବୁଲି ଦେଖିଥିଲେ।

ଶିଳ୍ପପତିମାନଙ୍କୁ ଓଡ଼ିଶାର ନିବେଶ ସ୍ଥିତି ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ବର୍ତ୍ତମାନ ସୁଦ୍ଧା-

୮.୩୭ ଲକ୍ଷ କୋଟି ଟଙ୍କାର ୪୩୩ଟି ନିବେଶ ପ୍ରସ୍ତାବ ଅନୁମୋଦିତ

୨.୮୬ ଲକ୍ଷ କୋଟି ଟଙ୍କାର ୧୪୮ଟି ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହୋଇସାରିଛି

 

ଏହି ଅବସରରେ ଶିଳ୍ପ ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି, “ମୁଁ ପାରାଦୀପ ମାଟିର ସନ୍ତାନ ଏବଂ ପାରାଦୀପ କିଭଳି ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧିରେ ପରିବର୍ତ୍ତନ ଆଣିଛି ତାହା ମୁଁ ନିଜେ ଦେଖିଛି। ଆଜି ଆମେ ସେହି ମୂଳଦୁଆ ଉପରେ ବନ୍ଦର-ଭିତ୍ତିକ ଶିଳ୍ପାୟନର ଏକ ନୂତନ ପର୍ଯ୍ୟାୟ ଆରମ୍ଭ କରୁଛୁ।”

ସୂଚନାଯୋଗ୍ୟ ଯେ, ଧାମରା, ପାରାଦୀପ ଏବଂ ଗୋପାଳପୁର ଭଳି ପ୍ରମୁଖ ବନ୍ଦରଗୁଡ଼ିକ ସହିତ ଓଡ଼ିଶା ଭାରତର ପୂର୍ବ ଉପକୂଳରେ ବିକାଶର ଏକ ପ୍ରଭାବଶାଳୀ ଇଞ୍ଜିନ ଭାବେ ଉଭା ହେଉଛି।

 

ଏହି ଗସ୍ତ ଦ୍ୱାରା ବନ୍ଦର-ଭିତ୍ତିକ ଶିଳ୍ପାୟନ ଉପରେ ଓଡ଼ିଶାର ରଣନୈତିକ ଗୁରୁତ୍ୱ ବୃଦ୍ଧି ପାଇଛି । ଉପକୂଳ ଭିତ୍ତିଭୂମି ରାଜ୍ୟର ଅର୍ଥନୈତିକ ସମ୍ପ୍ରସାରଣର ମେରୁଦଣ୍ଡ ଭାବେ ଉଭା ହେଉଛି। ଶିଳ୍ପ କରିଡର, ଲଜିଷ୍ଟିକ୍ସ ହବ୍ ଏବଂ ସ୍ୱତନ୍ତ୍ର ଅର୍ଥନୈତିକ ଅଞ୍ଚଳ (SEZ) ମାଧ୍ୟମରେ ଓଡ଼ିଶା ଏଭଳି ଏକ ସମନ୍ୱିତ ବ୍ୟବସ୍ଥା ଗଠନ କରୁଛି, ଯାହା ଓଡ଼ିଶାର ମାନୁଫାକ୍ଚରିଙ୍ଗ୍ କ୍ଷେତ୍ରକୁ ବିଶ୍ୱ ବଜାର ସହିତ ସହଜରେ ଯୋଡ଼ିପାରିବ।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions