Nation

ଓକିଲଙ୍କ ଚିତ୍କାର ଶୁଣି ନାରାଜ ହେଲେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି

Published

on

ନୂଆଦିଲ୍ଲୀ: ଅଦାଲତରେ ପକ୍ଷ ରଖିବା ବେଳେ ଓକିଲଙ୍କ ସ୍ୱର ଉଚ୍ଚ ହେବା ସ୍ୱାଭାବିକ କଥା। ତା ନହେଲେ ଯୁକ୍ତିର ପ୍ରଭାବ ହାକିମ ଓ ପ୍ରତିପକ୍ଷ ଓକିଲଙ୍କ ଉପରେ ପଡିବ ନାହିଁ।

ହେଲେ ଗତ ବୁଧବାର ଦିନ ଦେଶର ଉଚ୍ଚ ନ୍ୟାୟାଳୟରେ ଓକିଲଙ୍କ ସ୍ୱର ଏଭଳି ଉଚ୍ଚକୁ ଉଠିଗଲାଯେ, ମୁଖ୍ୟ ବିଚାରପତି ଏନ ଭି ରାମଣାଙ୍କୁ ବିରକ୍ତି ପ୍ରକାଶ କରିବାକୁ ହେଲା।

ଏକ ମାମଲାର ଶୁଣାଣି ବେଳେ କୋର୍ଟର ବରିଷ୍ଠ ଓକିଲ ଶ୍ୟାମ ଦିୱାନ ଏବଂ ରଞ୍ଜିତ କୁମାରଙ୍କୁ “ଦୟାକରି ଚିତ୍କାର କରନ୍ତୁ ନାହିଁ,” ବୋଲି ମୁଖ୍ୟ ବିଚାରପତି ରାମଣାଙ୍କୁ କହିବାକୁ ପଡିଲା।

“ଆମେ ଚିତ୍କାର କରୁ ନାହୁଁ, ଆମର ଯୁକ୍ତି ଉପରେ ଜୋର ଦେଇ କହୁଛୁ,” କହିଲେ ବରିଷ୍ଠ ଓକିଲ ଦିୱାନ।

ପରବର୍ତ୍ତୀ ମାମଲାର ଶୁଣାଣି ବେଳେ, ଜଣେ ଓକିଲ  ଅଧିକ ରିଲିଫ ପାଇବା ପାଇଁ ଅଡ଼ି ବସିଲେ।

ମୂଖ୍ୟ ବିଚାରପତି କହିଲେ, “କଥା ଅରାଜକତା ଆଡକୁ ଗଲାଣି। ଓକିଲମନକୁ ଏ କଣ ହୋଇଛି ?”

ଅନ୍ୟ ଏକ ମାମଲାର ଶୁଣାଣି ବେଳେ ଜଣେ ଯୁବ ଓକିଲ କହିଲେ ସେ ପ୍ରଥମ ଥର ପାଇଁ କୋର୍ଟରେ ପକ୍ଷ ରଖୁଛନ୍ତି ସେଥିପାଇଁ ସେ ଜାଣିପାରିଲେଣି କେତେବେଳେ ତାଙ୍କର ସ୍ୱର ଉଚ୍ଚ ହୋଇଯାଇଛି।

ମୁଖ୍ୟ ବିଚାରପତି କହିଲେ, ” କୋର୍ଟରେ ଯୁକ୍ତି ରଖିବା ସ୍ୱାଗତ। ହେଲେ ଦୟାକରି ଚିତ୍କାର କରିବା ଶିଖ ନାହିଁ।”

ହେଲେ ସେଦିନ କଥା ସେତିକିରେ ସରି ନଥିଲା। ଭିନ୍ନ ଏକ ମାମଲାର ଶୁଣାଣି ବେଳେ, ଯେଉଁଥିରେ ବରିଷ୍ଠ ଓକିଲ ଏ ଏମ ସଙ୍ଗଭୀ, ସି ଏସ ବୈଦ୍ୟନାଥନ ଏବଂ ଦୁଷ୍ୟନ୍ତ ଦାଭେ ପକ୍ଷ ରଖିବାକୁ ଉପସ୍ଥିତ ଥିଲେ,  ମୁଖ୍ୟ ନ୍ୟାୟାଧୀଶ କହିଥିଲେ, “ବରିଷ୍ଠ ଓକିଲମାନଙ୍କୁ ମୁଁ ଅନୁରୋଧ କରୁଛି ପକ୍ଷ ରଖିବା ବେଳେ ଦୟାକରି ଚିତ୍କାର କରନ୍ତୁ ନାହିଁ। ଯୁବ ଓକିଲଙ୍କ କଥା ମୁଁ ବୁଝି ପାରୁଛି। ହେଲେ ମୋତେ ଦୁଃଖର ସହ କହିବାକୁ ପଡୁଛି ଯେ କିଛି ବରିଷ୍ଠ ଓକିଲ ଆଜିକାଲି ପକ୍ଷ ରଖିବା ବେଳେ ଚିତ୍କାର କରୁଛନ୍ତି।”

Leave a Reply

Your email address will not be published. Required fields are marked *

Trending

Exit mobile version