Nation

ଆସୁଛି ପିଏମ ଆହାର ଯୋଜନା, ଓଡିଶା ଭଳି ଶ୍ରମିକଙ୍କୁ ମିଳିବ ରନ୍ଧା ଖାଦ୍ୟ

Published

on

ନୂଆଦିଲ୍ଲୀ: ଓଡ଼ିଶାର ଆହାର ଯୋଜନା ଭଳି ଜାତୀୟସ୍ତରରେ ପ୍ରବର୍ତ୍ତନ ହେବ ପିଏମ ଆହାର ଯୋଜନା। ଶ୍ରମିକ ଦିନ ମଜୁରୀଆଙ୍କୁ ମିଳିବ ୧୦ ଟଙ୍କାରେ ରନ୍ଧା ଖାଦ୍ୟ।

ସୁପ୍ରିମକୋର୍ଟର ତାଗିଦ ପରେ କେନ୍ଦ୍ର ସରକାର ବର୍ତମାନ ଏହି ଆହାର ଯୋଜନା ଦେଶରେ ଚାଲୁ କରିବାକୁ ଯାଉଛନ୍ତି। ଆସନ୍ତା ଛ’ ମାସ ଭିତରେ ରାଜ୍ୟ ସରକାର, ପୌର ସଂସ୍ଥା, କରପୋରେର୍ଟ ସଂସ୍ଥା ଓ ସ୍ବେଚ୍ଛାସେବୀ ଅନୁଷ୍ଠାନମାନଙ୍କ ସହ ବିଚାର ବିମର୍ଷ ପରେ ଏହି ଯୋଜନା ଲାଗୁ ହେବ।

ଓଡ଼ିଶାର ନବୀନ ସରକାର ୨୦୧୫ ମସିହାରୁ ଆହାର ଯୋଜନା ମାଧ୍ୟମରେ ସହରାଞ୍ଚଳରେ ମାତ୍ର ୫ ଟଙ୍କାରେ ଶ୍ରମିକ ଦିନ ମଜୁରୀଆଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେଉଛନ୍ତି।

ତାମିଲନାଡୁ ସରକାର ଆମ୍ମା କ୍ୟାଣ୍ଟିନ ଯୋଜନାରେ ଟଙ୍କାକରେ ଇଡିଲି ଏବଂ ୫ ଟଙ୍କାରେ ପୋଙ୍ଗଲ ଯୋଗାଇ ଦେଉଛନ୍ତି।

Leave a Reply

Your email address will not be published. Required fields are marked *

Trending

Exit mobile version