Nation

ପ୍ରଧାନମନ୍ତ୍ରୀ ମୋଦି ଉଚ୍ଚସ୍ତରୀୟ ବୈଠକରେ କଲେ ‘ଜୱାଦ’ ବାତ୍ୟା ମୁକାବଲିା ପ୍ରସ୍ତୁତିର ସମୀକ୍ଷା

Published

on

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ଜୱାଦ ବାତ୍ୟା ମକାବିଲା ପାଇଁ ପ୍ରସ୍ତୁତି ର ସମୀକ୍ଷା କରିଛନ୍ତି। ଏହି ସମୀକ୍ଷା ବୈଠକରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗ ଓ ମନ୍ତ୍ରଣାଳୟ  ସମ୍ପୃକ୍ତ ବରିଷ୍ଠ  ଅଧିକାରୀ ମନେ ଯୋଗ ଦେଇ ବାତ୍ୟାଜନିତ ପରିତ୍ସ୍ଥିତିର ମକାବିଲା ପାଇଁ ପ୍ରାକ୍ ପ୍ରସ୍ତୁତି ସମ୍ପର୍କରେ ସୁଚନା ଦେଇଥିଲେ।

ପ୍ରଭାବିତ ଅଞ୍ଚଳରେ ଲୋକମାନଙ୍କୁ ନିରାପଦ ଭାବେ ଉଦ୍ଧାର କରିବା ଲାଗି ସମସ୍ତ ଆବଶ୍ୟକ ପଦରକ୍ଷପ ଗ୍ରହଣ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବାତ୍ୟା ସମୟରେ ବିଦ୍ୟୁତ, ଟେଲି ଯୋଗାଯୋଗ, ସ୍ୱାସ୍ଥ୍ୟ, ପନୀୟ ଜଳ ଆଦି ଜରୁରୀ ସେବାର ଯୋଗଣ।କରିବା ସହିତ  ଏଥିରେ ବାଧା ଉତ୍ପନ୍ନ ହେବା କ୍ଷଣି ତାର ତୁରନ୍ତ ପୁନରୁଦ୍ଧାର କରିବାଲାଗି ନିର୍ଦେଶ ଦେଇଥିଲେ। ଅତ୍ୟାବଶକୀୟ ଜରୁରୀ ଔଷଧ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଯଥେଷ୍ଟ ପରିମାଣରେ ମହଜୁଦ ରଖିବା ସହ ଏଗଡିକର ବଧାମୁକ୍ତ ପରିବହନ ସୁନିଶ୍ଚିୁତ କରିବା ଲାଗି ପ୍ରଧାନମନ୍ତ୍ରୀ ନିର୍ଦେଶ ଦେଇଥିଲେ। ଏକ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲିବା ପାଇଁ ନିର୍ଦେଶ ଦେଇଥିଲେ।

ଭାରତୀୟ ପାଣିପାଗ ବଭିାଗ (ଆଇଏମଡି) ପକ୍ଷରୁ ସୂଚନା ଦିଆଯାଇଲା ଯେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏକ ଲଘୁଚାପ ଅଧିକରୁ ଅଧିକ ଘନୀଭୁତ ହୋଇ ଜୱାଦ ବାତ୍ୟାରେ ପରିଣତ ହେବ। ଏହା ଡିସେମ୍ବର ୪ ତାରିଖରେ ଶନିବାର ସକାଳେ ଉତ୍ତର ଆନ୍ଧ୍ର ପ୍ରଦେଶ – ଓଡିଶା ଉପକୂଳରେ ସ୍ଥଳଭାଗ ଅତିକ୍ରମ କରିବା। ଏହ ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୦୦ କଲୋମିଟର ରହିବ। ବାତ୍ୟା ପ୍ରଭାବରେ ଆନ୍ଧ୍ର ପ୍ରଦେଶ, ଓଡିଶା ଏବଂ ପଶ୍ଚିମବଂଗ ଉପକୂଳବର୍ତୀ ଜଲ୍ଲିାରେ ପ୍ରବଳ ବର୍ଷା ଲାଗି ରହିବ ବୋଲି ପୂର୍ବାନୁମାନ କରାଯାଉଛି।

Leave a Reply

Your email address will not be published. Required fields are marked *

Trending

Exit mobile version