ନୂଆଦିଲ୍ଲୀ: ବିଶିଷ୍ଟ ନିର୍ବାଚନ ରଣାନୀତିନଜ୍ଞ ପ୍ରଶାନ୍ତ କିଶୋର କରିବେ ଓଡିଶା କଂଗ୍ରେସ ପାଇଁ ନିର୍ବାଚନ ରଣନୀତି।
କଂଗ୍ରେସର ହାଇକମାଣ୍ଡ ପାଖରେ ଆସନ୍ତା ୨୦୨୪ରେ ଦେଶରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ଦଳର ରଣନୀତିର ଉପସ୍ଥାପନ କରିବାବେଳେ ପ୍ରଶାନ୍ତ କିଶୋର ଓଡିଶା ପାଇଁ ତାଙ୍କର ରଣାନୀତର ପ୍ରାଥମିକ ରୂପରେଖର ରଖିଛନ୍ତି।
ଦେଶରେ ୩୫୦ ରୁ ୩୭୦ ଲୋକସଭା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଦଳକୁ ଜୋର ଦେବାକୁ ହେବବୋଲି କହିଛନ୍ତି। ଏହି ପରିପ୍ରେକ୍ଷୀରେ ସେ ଓଡ଼ିଶାର ଲୋକସଭା ଆସନ ଉପରେ ଗୁରୁତ୍ୱ ଦେବାକୁ କହିଛନ୍ତି।
ଓଡିଶା କଂଗ୍ରେସକୁ ପୁଣିଥରେ ସଂଗଠିତ କରିବାକୁ ସେ ପରାମର୍ଶ ଦେଇଛନ୍ତି।
ପ୍ରଶାନ୍ତ କିଶୋରଙ୍କ ଏହି ପରାମର୍ଶ ପରେ କଂଗ୍ରେସ ହାଇକମାଣ୍ଡ ଓଡିଶା ସଂଗଠନରେ ବ୍ୟାପକ ପରିବର୍ତ୍ତନ କରିବାକୁ ଯାଉଛନ୍ତି।