ଭୁବନେଶ୍ୱର: ଦେଶର ସବୁଠାରୁ ପ୍ରଭାବଶାଳୀ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ତାଙ୍କର ନିର୍ବାଚନ ଜିତିବାର ଫର୍ମୁଲା ପ୍ରକାଶ କରିଛନ୍ତି।
ପ୍ରଶାନ୍ତଙ୍କ ନିର୍ବାଚନ ଜିତିବାର ଫର୍ମୁଲା ହେଉଛି -୪ଏମ ବା 4Ms। ଅର୍ଥାତ ମେସେଜ, ମେସେଞ୍ଜର, ମେସିନ ଏବଂ ମେକାନିକ।
ପ୍ରଶାନ୍ତଙ୍କ ମତରେ ନିର୍ବାଚନ ଜିତିବାକୁ ହେଲେ ଗୋଟେ ଶକ୍ତିଶାଳୀ ବାର୍ତାର (message) ଆବଶ୍ୟକତା ରହିଛି। ଏହି ବାର୍ତ୍ତାକୁ ଲୋକଙ୍କୁ ଦେବାକୁ ହେଲେ ଜଣେ ପ୍ରଭାବଶାଳୀ ବର୍ତ୍ତାକାର ବା messenger ଅର୍ଥାତ ରାଜନୈତିକ ନେତା ଦରକାର। ଏହି ବାର୍ତ୍ତା ଲୋକଙ୍କୁ ବୁଝାଇବା ପାଇଁ ଏକ କଳର ବା ମେସିନ ଅର୍ଥାତ ରାଜନୈତିକ ଦଳର ଆବଶ୍ୟକତା ରହିଛି। ଏହିସବୁର ଲାଭ ଉଠାଇବା ପାଇଁ ମେକାନିଜମ ଜରୁରୀ।
ନିର୍ବାଚନ ପାଇଁ ଅର୍ଥ ବା ମନିର ଆବଶ୍ୟକତା ରହିଛି। ହେଲେ ତାହା ନିର୍ବାଚନ ଜିତାଇ ପାରିବନି। ତାହା ହୋଇଥିଲେ ୨୦୧୪ରେ କଂଗ୍ରେସର ଶୋଚନୀୟ ପରାଜୟ ହୋଇ।ନଥାନ୍ତା।
ଆଜି ସନ୍ଧ୍ୟାରେ ଏକ ଓବିନାରରେ ଭାଗ ନେବା ଅବସରରେ ପ୍ରଶାନ୍ତ କିଶୋର୍ କହିଛନ୍ତି ମହାତ୍ମା ଗାନ୍ଧୀ ଏବଂ ଲାଲ କୃଷ୍ଣ ଆଡ଼ଭାନୀ ତାଙ୍କର ଆଦର୍ଶ ରାଜନୈତିକ ନେତା। ଆଡ଼ଭାନୀ ଏଇଥି ପାଇଁ କାରଣ ସେ ବିଜେପିକୁ ଏକ ଜାତୀୟ ଦଳର ମାନ୍ୟତା ଦେବାରେ ସକ୍ଷମ ହୋଇଥିଲେ।
ପ୍ରଶାନ୍ତଙ୍କ ମତରେ ବିଜେପି ଆସନ୍ତା ୩୦-୪୦ ବର୍ଷ ପର୍ଯ୍ୟନ୍ତ ଏକ ଜାତୀୟ ଦଳ ହୋଇ ରହିବ। ସେ କହିଛନ୍ତି ଯେ କଂଗ୍ରେସ ଦଳ ୧୯୮୫ଠାରୁ ଆଉ ଜାତୀୟ ଦଳ ହୋଇ ରହିନାହିଁ।
ବର୍ତ୍ତମାନ ପରିପ୍ରେକ୍ଷୀରେ କଂଗ୍ରେସ ଦଳର ସବୁଠୁ ବଡ ଶକ୍ତି ତାର ବୁନିୟଦ। ଆଉ ସବୁଠୁ ବଡ ଦୁର୍ବଳତା ହେଉଛି ତାର ଅଳସ୍ୟତା।