Entertainment

ପ୍ରତିମା ପ୍ରଡ଼କସନ୍ସ ରେକଡ଼ିଂ ଷ୍ଟୁଡ଼ିଓର ନୂଆ ରୂପ

Published

on

ଭୁବନେଶ୍ୱର: ପ୍ରତିମା ପ୍ରଡ଼କସନ୍ସ ରେକର୍ଡ଼ିଂ ଷ୍ଟୁଡ଼ିଓ ନବୀକରଣର ଶୁଭ ଉଦଘାଟନ ହୋଇଯାଇଛି।

ଗତ ପାଞ୍ଚ ବର୍ଷ ତଳେ ଆରମ୍ଭ ଏହି ଷ୍ଟୁଡ଼ିଓକୁ ନୂଆରୂପରେ ବର୍ତମାନ ପ୍ରତିଷ୍ଠା କରାଯାଇଛି। କଳ୍ପନା ଛକ ନିକଟସ୍ଥ ପୁରାତନ ମୁନିସିପାଲିଟି କାର୍ଯ୍ୟାଳୟ ସମ୍ମୁଖରେ ଅବସ୍ଥାପିତ ପ୍ରତିମା ପ୍ରଡକ୍ସନ ଷ୍ଟୁଡ଼ିଓରେ ଅତ୍ୟାଧୁନିକ ମେସିନ ସହିତ ୭.୧ ମିକ୍ସସିଂ ଷ୍ଟେରିଓ ରେକର୍ଡ଼ିଂ ସୁବିଧା ରହିଛି। ଯାହା ଦ୍ୱାରା ସଙ୍ଗୀତ ଏବଂ ସିନେ ଜଗତର ସମସ୍ତେ ଉପକୃତ ହୋଇପାରିବେ। ଗୀତ ରେକର୍ଡ଼ିଂ ସହିତ ସମସ୍ତ ସିନେମା ର ଡ଼ବିଂ ମଧ୍ୟ ପ୍ରତିମା ଷ୍ଟୁଡ଼ିଓ ରେ ଅତି ଉଚ୍ଚ କୋଟିର ଟେକ୍ନୋଲୋଜି ରେ ହୋଇପାରିବ। ସଙ୍ଗୀତ ଜଗତ ରେ ଯେଉଁମାନେ ଅଛନ୍ତି ତାଙ୍କ ପାଇଁ ସମସ୍ତ ସୁବିଧା ଥିବା ବେଳେ ନବାଗତ ମାନଙ୍କ ପାଇଁ ସମସ୍ତ ସୁବିଧା ସହଯୋଗ ଯୋଗାଇଦେବା ଲକ୍ଷ୍ୟ ନେଇ ଶୁଭାରମ୍ଭ ହୋଇଛି ପ୍ରତିମା ଷ୍ଟୁଡ଼ିଓ ବୋଲି ଷ୍ଟୁଡିଓ ର ପରିଚାଳନା ନିର୍ଦ୍ଦେଶକ ସମ୍ପ୍ରିତ ଶତପଥି ଓ ନିର୍ଦ୍ଦେଶକ ସମ୍ବିତ ଶତପଥି ପ୍ରକାଶ କରିଛନ୍ତି।

ଶୁଭ ଉଦଘାଟନୀ ଉତ୍ସବ ରେ ଷ୍ଟୁଡିଓ ମୁଖ୍ଯ ସନ୍ତୋଷ କୁମାର ଶତପଥୀଙ୍କ ସହ ପ୍ରସନ୍ନ କୁମାର ମହାନ୍ତି ଓସିସି ର ପୂର୍ବତନ ମ୍ୟାନେଜିଙ୍ଗ ଡିରେକଟର, ଆଦିତ୍ୟ ବିର୍ଲା ଗ୍ରୁପ ର ସଭାପତି ଅର୍ଦ୍ଧେନ୍ଦୁ ମହାପାତ୍ର, ରତ୍ନାକର ବରାଳ – ପୂର୍ବତନ ଡିଜି ଅଫ ପୋଲିସ, ବିଶ୍ୱଜିତ ଦାଶ, ଇଂ ପ୍ରମୋଦ କୁମାର ପାଢ଼ୀ, ସରୋଜ କୁମାର ସାହୁ, ସିନେ ପ୍ରଯୋଜକ ସଚ୍ଚିକାନ୍ତ ଜେନା, ଶ୍ରୀଧର ମାର୍ଥା, ଅଭିନେତା ତଥା ଉପସ୍ଥାପକ ସୁଜିତ,ଗୀତିକାର ଦିଲ୍ଲୀପ ବଳବନ୍ତରାୟ, ଗୀତିକାର ପ୍ରତିମା ଶତପଥି, ସମ୍ପ୍ରିତ ଶତପଥି, ସମ୍ବିତ ଶତପଥି ଙ୍କ ସମେତ ମିଡ଼ିଆ ପ୍ଲାନର କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀ ପ୍ରମୁଖ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *

Trending

Exit mobile version