ରାଜ୍ୟ

ପ୍ରତିଭା ରାୟଙ୍କୁ ଅଟଳ ଶ୍ରେଷ୍ଠ ଓଡ଼ିଆ ରତ୍ନ ସମ୍ମାନ

Published

on

ଭୁବନେଶ୍ୱର: ଅଟଳ ଯୁବଶକ୍ତି ଅନୁଷ୍ଠାନ ପକ୍ଷରୁ ଯୁଗ ପୁରୁଷ ପୂଜ୍ୟ ବାଜପେୟୀଜୀଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଏକ ସ୍ଵତନ୍ତ୍ର ସମାରୋହ ତଥା ଓଡିଶାର ପ୍ରତ୍ୟେକ କ୍ଷେତ୍ରରେ ପ୍ରତିଭା ମାନଙ୍କୁ ସମ୍ମାନିତ କରିବା ଏକ ଅନନ୍ୟ ବିଷୟ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ସ୍ଥାନୀୟ ଜୟଦେବ ଭବନ ଠାରେ ଅଟଳ ଯୁବଶକ୍ତି, ଓଡ଼ିଶା ପକ୍ଷରୁ ଆୟୋଜିତ ଅଟଳ ପ୍ରତିଭା ସମ୍ମାନ-୨୦୨୫ ଉତ୍ସବ ଅବସରରେ କହିଥିଲେ ।

 

ଏହି ଅବସରରେ ଓଡ଼ିଶାର ଅନେକ କ୍ଷେତ୍ରରେ ନିଜ ପ୍ରତିଭା ଦ୍ୱାରା ଦେଶ ଓ ରାଜ୍ୟକୁ ଗର୍ବିତ କରୁଥିବା ବ୍ୟକ୍ତିମାନଙ୍କୁ ‘ଅଟଳ ସମ୍ମାନ ୨୦୨୫’ ମୁଖ୍ୟମନ୍ତ୍ରୀ ପ୍ରଦାନ କରିଥିଲେ। ବିଶିଷ୍ଟ ସାରସ୍ୱତ ସାଧିକା ଡକ୍ଟର ପ୍ରତିଭା ରାୟଙ୍କୁ ଅଟଳ ଶ୍ରେଷ୍ଠ ଓଡ଼ିଆ ରତ୍ନ ସମ୍ମାନ, ସମାଜସେବୀ ତଥା ରାଜନେତା ସମୀର ମହାନ୍ତିଙ୍କୁ ଅଟଳ ମିତ୍ର ରତ୍ନ, ବରିଷ୍ଠ ପ୍ରଶାସକ ତଥା ସାହିତ୍ୟିକ ଦେବପ୍ରସାଦ ଦାଶଙ୍କୁ ଅଟଳ ସାହିତ୍ୟ ରତ୍ନ, ଆନ୍ତର୍ଜାତିକ କ୍ରିକେଟର ଦେବାଶିଷ ମହାନ୍ତିଙ୍କୁ ଅଟଳ ଖେଳ ରତ୍ନ ସମ୍ମାନ ସମେତ ଅନ୍ୟାନ୍ୟ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଭା ମାନଙ୍କୁ ଅଟଳ ସମ୍ମାନରେ ସମ୍ମାନିତ କରାଯାଇଥିଲା

ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଥିଲେଯେ, ଅଟଳଜୀଙ୍କ ଓଡ଼ିଶାପ୍ରତି ପ୍ରଗାଢ ଭଲପାଇବା ଥିଲା। ସେ ଅନେକ ସମୟରେ ଓଡ଼ିଶା ପାଇଁ ରାସ୍ତା, ରେଳପଥ, ଶିକ୍ଷା, ଔଦ୍ୟୋଗିକ ରୂପାନ୍ତରଣ ଆଦି ରେ ଏକ ନୂଆ ଯୁଗର ଆରମ୍ଭ କରିଥିଲେ। ତାଙ୍କ ଯୁଗ ହେଉଛି ସୁଜଳାମ୍ ସୁଫଳାମ୍ ଭାରତର ପ୍ରତୀକ। ସେହି ଯୁଗପୁରୁଷଙ୍କ ସ୍ମରଣରେ ଏହି ସ୍ମରଣିକା ‘ଯୁଗଜନ୍ମା ଅଟଳ’ ଦ୍ୱାରା ଅଟଳଜୀଙ୍କ ଜୀବନ, ଚିନ୍ତାଧାରା, ସଂସ୍କୃତି, ଦୃଷ୍ଟିକୋଣ, ତାଙ୍କ ଦୃଢ଼ ପଦକ୍ଷେପ ଓ ଦେଶପ୍ରେମ ଉପରେ ଆଧାରିତ ଗୁରୁତ୍ୱପୂର୍ଣ୍ଣ ଲେଖାମାନେ ସଂପ୍ରେକ୍ଷଣ କରିବାକୁ ଚେଷ୍ଟା କରାଯାଇଛି। ଏହା କେବଳ ସ୍ମୃତି ନୁହଁ, ଏହା ଏକ ଦିଗଦର୍ଶନ – ଏକ ଅଟଳ ମାର୍ଗ ଯାହା ଆସନ୍ତା ପିଢିଙ୍କୁ ଅନୁପ୍ରେରଣା ଦେବ।

 

ସ୍ୱାସ୍ଥ୍ୟ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ, ଅଟଳ ବିହାରୀ ବାଜପାୟୀଙ୍କ ଚିନ୍ତାଧାରାକୁ ଏକ ସମ୍ପୂର୍ଣ୍ଣ ଅନୁଷ୍ଠାନ ବୋଲି କହିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଶିଳ୍ପ, ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଥିଲେ ଯେ, ଅଟଳ ବିହାରୀ ବାଜପାୟୀ ଜୀ କେବଳ ଏକ ନାମ ନୁହେଁ ସେ ହେଉଛନ୍ତି ଏକ ବିଚାରଧାରା।

 

କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି  ବିକାଶ କୁମାର ପାଢ଼ୀ ସ୍ୱାଗତ ଭାଷଣ ଦେଇଥିବା ବେଳେ, ବାଲେଶ୍ୱର ବିଧାୟକ ମାନସ କୁମାର ଦତ୍ତ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *

Trending

Exit mobile version