Connect with us

ଭୁବନେଶ୍ୱର: ବହୁ ବିଳମ୍ବରେ ହେଲେବି ଓଡିଶା ରାଜ୍ୟପାଳ 14ଟି ବିଶ୍ୱ ବିଦ୍ୟାଳୟର ସ୍ଥାୟୀ କୁଳପତିଙ୍କ ନାମ ଘୋଷଣା କରିଛନ୍ତି l

ନୂତନ କୁଳପତି ତାଲିକାରେ ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ ତ୍ରିପାଠୀଙ୍କ ନାମ ସ୍ଥାନ ପାଇବା ଏକ ଉଲ୍ଲେଖନୀୟ ଘଟଣା l ଜଣେ କୁଳପତିଙ୍କୁ ସେହି ବିଶ୍ଵବିଦ୍ୟାଳୟରେ ଦ୍ଵିତୀୟ ଥର କୁଳପତି ନିଯୁକ୍ତି ଦେବା ଓଡିଶା ଇତିହାସରେ ଏକ  ନୂଆ ଘଟଣା l

ବିଶେଷ ସୂତ୍ରରୁ ପ୍ରକାଶଯେ ଦେଶର ରାଷ୍ଟ୍ରପତିଙ୍କ ସୁପାରିଶରେ ପ୍ରଫେସର ତ୍ରିପାଠୀଙ୍କୁ ଦ୍ଵିତୀୟଥର ପାଇଁ ଏଫ ଏମ ୟୁନିଭରସିଟିର କୁଳପତି ପଦବୀ ଦିଆ ଯାଇଛି l ରାଷ୍ଟ୍ରପତିଙ୍କ ଏହି ସୁପାରିଶକୁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏପରିକି ବିଜେପି ରାଜ୍ୟ ସଭାପତି ସମର୍ଥନ କରିଥିଲେ l

ଏଫ ଏମ ୟୁନିଭେର୍ସିଟିର ସମାବର୍ତନ ଉତ୍ସବ ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୀକ୍ଷାନ୍ତ ଭାଷଣ ଦେବାର ଥାଏ l ଏହି ସମୟରେ କୁଳପତି ପ୍ରଫେସର ତ୍ରିପାଠୀଙ୍କ ମା ଙ୍କର ସ୍ବର୍ଗବାସ ହୋଇଗଲା l ଏଭଳି ଏକ ଶୋକ ସମୟରେ ବି ପ୍ରଫେସର ତ୍ରିପାଠୀ ସମୟ ଦେଇ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମକୁ ଅତି ସଫଳତାର ସହ କାର୍ଯ୍ୟକାରୀ କରି ଥିଲେ l ଏହି କଥା ରାଷ୍ଟ୍ରପତି ମୁର୍ମୁଙ୍କୁ ଅଭିଭୂତ କରିଥିଲା l

ଶୁଣାଯାଏ ରାଷ୍ଟ୍ରପତିଙ୍କ ଅଫିସରୁ ତ୍ରିପାଠୀଙ୍କ ପୁର୍ନନିଯୁକ୍ତି ପାଇଁ ରାଜ୍ୟପାଳଙ୍କୁ କୁହା ଯାଇଥିଲା l

ଏହି ନୂତନ କାର୍ଯ୍ୟକାଳ ପୂରଣ କଲେ ପ୍ରଫେସର ତ୍ରିପାଠୀ ରାଜ୍ୟର ସର୍ବାଧିକ ସମୟ କୁଳପତି ପଦବୀରେ ରହିବାର ନୂଆ କୀର୍ତ୍ତିମାନ ସୃଷ୍ଟି କରିବେ l ସେ 2021 ଜୁଲାଇ ମାସରେ ରେ ଚାରି ବର୍ଷ ପାଇଁ ନିଯୁକ୍ତି ପାଇଥିଲେ l ତାଙ୍କର କାର୍ଯ୍ୟକାଳ ଦୁଇଥର ବୃଦ୍ଧିପାଇ ଏହି ପଦବୀରେ ପାଞ୍ଚ ବର୍ଷ ପୂର୍ତି ହେବାକୁ ଯାଉଛି l ଏହି ଚାରି ବର୍ଷର କାର୍ଯ୍ୟକାଳ ପରେ ସେ କୁଳପତି ପଦବୀରେ ନଅ ବର୍ଷର ରେକର୍ଡ କରିବେ l

ପ୍ରଫେସର ତ୍ରିପାଠୀଙ୍କର ପାଞ୍ଚ ବର୍ଷର କାର୍ଯ୍ୟକାଳ ବେଶ ଉଲ୍ଲେଖନୀୟ l ଏଫ ଏମ ଭଳି ଏକ ନୂତନ ବିଶ୍ଵବିଦ୍ୟାଳୟକୁ ସେ ନିଜର କର୍ତ୍ତବ୍ୟନିଷ୍ଠା ଓ ସାଧୁତା ବଳରେ ଶିକ୍ଷା, ଭିତ୍ତିଭୂମି ଓ ପ୍ରଶାସନ ଦୃଷ୍ଟିରୁ ଦେଶର ଏକ ଅଗ୍ରଣୀ ଅନୁଷ୍ଠାନ ଭାବେ ଠିଆ କରାଇ ପାରିଛନ୍ତି l ଅଧ୍ୟାପନା, ଗବେଷଣା, ଭିତିଭୂମି ଓ ପ୍ରଶାସନ କ୍ଷେତ୍ରରେ ବେଶ ସୁନାମ ଅର୍ଜନ କରିଛି l

ଏଫ ଏମ ବିଶ୍ୱବିଦ୍ୟାଳୟ ଭଳି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ମଧ୍ୟ ଦେଶରେ ବେଶ ନାମ କରିଛି l ଏହାର କୁଳପତି ଗୀତାଞ୍ଜଳୀ ଦାଶ ଅକ୍ଲାନ୍ତ ପରିଶ୍ରମ କରି ବିଶ୍ୱବିଦ୍ୟାଳୟର ତଳକୁ ଖସି ଯାଇଥିବା ନାକ ଗ୍ରେଡ଼ କୁ ଉଦ୍ଧାରକାରି ବାରେ ସକ୍ଷମ ହୋଇଛନ୍ତି l ସେ ଦାୟିତ୍ୱ ନେଲା ବେଳକୁ ନାକ ଗ୍ରେଡ଼ ‘ବି’ ଥିଲା l ବର୍ତମାନ ତାହା ‘ଏ’ ଗ୍ରେଡ଼କୁ ଉନ୍ନତି କରିଛି l ଅଧ୍ୟାପନା, ଗବେଷଣା, ଭିତିଭୂମି ଓ ପ୍ରଶାସନ କ୍ଷେତ୍ରରେ  ବିଶ୍ୱବିଦ୍ୟାଳୟ ଦେଶରେ ନାଁ କରିବାରେ ଲାଗିଛି l

ଓଡିଶାରେ କୁଳପତି ମନୋନୟନରେ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କର ହାତ ଥିବା କୁହା ଯାଉଛି l  ହିମନ୍ତ ଆସାମ ରେ ଡିଜି ପୁଲିସଙ୍କ ପତ୍ନୀ ପ୍ରଫେସର ଜ୍ୟୋସ୍ନା କେ ବି ରାଉତଙ୍କ ନାମ ସୁପାରିଶ କରିଥିଲେ l ପ୍ରଫେସର ରାଉତଙ୍କୁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁଳପତି ପାଦପାଇଁ ମନୋନୀତ କରା ଯାଇଛି l

ଆସାମ ମୁଖ୍ୟମନ୍ତ୍ରୀଙ୍କ ଭଳି ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କ ପ୍ରଦେଶର ଜଣେ ପ୍ରଫେସରଙ୍କ ନାମ ସୁପାରିଶ କରିଥିଲେ l କିନ୍ତୁ ସେ ପ୍ରଫେସରଙ୍କ ଗୁଇନ୍ଦା ରିପୋର୍ଟ ଆସିବା ପରେ ତାଙ୍କୁ ତାଲିକାରୁ ବାଦ ଦିଆ ଯାଇଥିଲା l

ନୂତନ କୁଳପତି ତାଲିକାରେ ମୁଖ୍ୟମନ୍ତ୍ରୀ ମୋହନ ମଝିଙ୍କର ଚାରିଜଣ ସ୍ଥାନ ପାଇଥିବା ବେଳେ  ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଞ୍ଚଜଣ ଲେଖାଏଁ ସ୍ଥାନ ପାଇଛନ୍ତି ବୋଲି ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ l

ସଂକ୍ଷିପ୍ତ ତାଲିକାରେ ଥିବା ପ୍ରାର୍ଥୀମାନଙ୍କ ଗୁଇନ୍ଦା ରିପୋର୍ଟ ଆସିବାରେ ବିଳମ୍ବ ଯୋଗୁଁ ଏଥର କୁଳପତି ଚୟନ ରେ ଅତ୍ୟଧିକ ବିଳମ୍ବ ଘଟିଥିଲା l ଅନେକ ପ୍ରାର୍ଥୀ ବାହାର ରାଜ୍ୟରୁ ହୋଇଥିବାରୁ ସେମାନଙ୍କ  ଗୁଇନ୍ଦା ରିପୋର୍ଟ ଆସିବାରେ ବିଳମ୍ବ ଘଟିଥିବା ଜଣା ଯାଇଛି l

 

Continue Reading
Click to comment

Leave a Reply

Your email address will not be published. Required fields are marked *

Nation

ଓଡିଶା ସଚିବସ୍ତରୀୟ ବୈଠକରେ ନିଜ ପିଠି ନିଜେ ଥାପୁଡ଼େଇଲେ ସରକାର

Published

on

ଭୁବନେଶ୍ୱର :   ଓଡିଶା ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ସଚିବସ୍ତରୀୟ ବୈଠକରେ ସରକାରଙ୍କ ପ୍ରଶଂସା ହିଁ ପ୍ରଶଂସା କରା ଯାଇଥିଲା।

ବୈଠକରେ ନୂଆଦିଲ୍ଲୀରେ ସଦ୍ୟ ଆୟୋଜିତ ଜାତୀୟ ପଞ୍ଚାୟତ ପୁରସ୍କାର-୨୦୨୫ରେ ଓଡ଼ିଶା ୫ଟି ଜାତୀୟ ପୁରସ୍କାର ହାସଲ କରିବା, ୨୦୨୫ ମସିହାରେ ଓଡ଼ିଶାକୁ ଅଧିକ ବିଦେଶୀ ପର୍ଯ୍ୟଟକଙ୍କ ପରିଦର୍ଶନ, ଶକ୍ତି ସଂରକ୍ଷଣ କ୍ଷେତ୍ରରେ ‘ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନା’ ଅଧୀନରେ ଓଡ଼ିଶା ସରକାରଙ୍କ ଉଲ୍ଲେଖନୀୟ ଅଗ୍ରଗତିକୁ ମୁଖ୍ୟ ଶାସନ ସଚିବ ପ୍ରଶଂସା କରିଥିଲେ । ସେହିପରି ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ପଦକ୍ଷେପରେ ଓଡ଼ିଶା ସରକାର ଏବଂ ଇଣ୍ଟେଲ୍, ଥ୍ରୀଡିଜିଏସ୍ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହେବା ଫଳରେ ରାଜ୍ୟର ଶିଳ୍ପ ଓ ପ୍ରଯୁକ୍ତିଗତ ବିକାଶ ସହ ବୃହତ୍ ନିବେଶ ଓ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ଓଡ଼ିଶାର ବିଦ୍ୟୁତ୍ ଶକ୍ତି ସୁରକ୍ଷାରେ ଓପିଜିସିର ଉଲ୍ଲେଖନୀୟ ସଫଳତା କୁ ମଧ୍ୟ ମୁଖ୍ୟ ସଚିବ ପ୍ରଶଂସା କରିଥିଲେ ।

ବୈଠକରେ ମଇ ୨୦୨୬ ସୁଦ୍ଧା ବଜେଟ୍ ପ୍ରାବଧାନ ଅନୁସାରେ ରାଜ୍ୟର ବିଭିନ୍ନ ବିଭାଗର ଆର୍ଥିକ ପ୍ରଦର୍ଶନ ସଂପର୍କରେ ସମୀକ୍ଷା କରାଯାଇଥିଲା । ଜଳସଂପଦ ବିଭାଗ, ଗ୍ରାମ୍ୟ ଉନ୍ନୟନ, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗ , ହସ୍ତତନ୍ତ ବିକାଶ କ୍ଷେତ୍ର, ବାଣିଜ୍ୟ ଓ ପରିବହନ ବିଭାଗର ଖର୍ଚ୍ଚ ହାର ଗତ ବର୍ଷ ଏହି ସମୟ ତୁଳନାରେ ବୃଦ୍ଧି ଘଟିଛି ।

ବୈଠକରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଦେଇଥିବା ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଓ ପର୍ଯ୍ୟବେକ୍ଷଣ ପତ୍ର(ୟୁଓଆଇ ନୋଟ)ର କାର୍ଯ୍ୟାନୁଷ୍ଠାନ ବିବରଣୀକୁ ଅଗ୍ରାଧିକାର ଦେବାକୁ ଗୁରୁତ୍ୱ ଦିଆଯାଇଥିଲା । ତତ୍ ସହିତ ଆଗାମୀ ଜୁନ୍ ୧୧ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୂଆ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ନୀତି ଆୟୋଗର ୧୧ ତମ ପରିଚାଳନା ପରିଷଦ ବୈଠକରେ ଆଲୋଚନା ହେବାକୁ ଥିବା ପ୍ରସଙ୍ଗରେ ରାଜ୍ୟ ସଂପର୍କିତ ବିଭିନ୍ନ ବିଭାଗର ତଥ୍ୟ ପ୍ରଦାନ କରିବାକୁ କୁହାଯାଇଛି । ଏହି ବୈଠକରେ “ବିକଶିତ ଭାରତ ପାଇଁ ମାନବ ପୁଞ୍ଜି” ଥିମ୍ ସହିତ ପୂର୍ବରୁ ଅନୁଷ୍ଠିତ ୫ମ ମୁଖ୍ୟ ଶାସନ ସଚିବମାନଙ୍କ ବୈଠକର ପ୍ରସ୍ତାବ କାର୍ଯ୍ୟକାରିତା ସଂପର୍କିତ ଆଲୋଚନା ହେବ ।

ବୈଠକରେ ଓଡ଼ିଶା ରାଜ୍ୟ ସରକାରଙ୍କ ଦୁଇ ବର୍ଷର ସଫଳ ଶାସନ ଓ ବିକାଶମୂଳକ ଉପଲବ୍ଧିକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ସହିତ ସରକାର ଓ ନାଗରିକଙ୍କ ମଧ୍ୟରେ ସଂଯୋଗକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ରାଜ୍ୟବ୍ୟାପୀ ବିଭିନ୍ନ ଜନସମ୍ପର୍କ ଓ ଜନସଂପୃକ୍ତି କାର୍ଯ୍ୟକ୍ରମ ଆୟୋଜନ କରାଯିବା ସଂକ୍ରାନ୍ତରେ ଆଲୋଚନା ହୋଇଥିଲା । ଏ ସଂପର୍କରେ ସୂଚନା ଓ ଲୋକ ସଂପର୍କ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ବିସ୍ତୃତ ପ୍ରସ୍ତାବମାନ ଉପସ୍ଥାପନ କରିଥିଲେ । ଆଲୋଚନା ଅନୁସାରେ ରାଜ୍ୟ, ଜିଲ୍ଲା, ବ୍ଲକ୍ ଏବଂ ଗ୍ରାମପଞ୍ଚାୟତ ସ୍ତରରେ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ସରକାରଙ୍କ ଦୁଇ ବର୍ଷର ସଫଳତା, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଏବଂ ଆଗାମୀ ତିନି ବର୍ଷିଆ ବିକାଶ ରୋଡମ୍ୟାପ୍ ସଂପର୍କରେ ଜନସାଧାରଣଙ୍କ ସମ୍ମୁଖରେ ଉପସ୍ଥାପନ କରାଯିବ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାରଙ୍କ ୧୨ ବର୍ଷର ଉଲ୍ଲେଖନୀୟ ଯାତ୍ରାରେ ବିଭିନ୍ନ କେନ୍ଦ୍ରୀୟ ଯୋଜନା ଓ କାର୍ଯ୍ୟକ୍ରମର ସଫଳ କାର୍ଯ୍ୟକାରିତା ନେଇ ଓଡ଼ିଶାର  ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଜୁନ୍ ୯ ତାରିଖରେ ଏକ ସାମ୍ବାଦିକ ସମ୍ମିଳନୀରେ ଜନସାଧାରଣଙ୍କୁ ସମ୍ବୋଧିତ କରିବେ । ସେହିପରି ଓଡ଼ିଶା ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ଜୁନ୍ ୨୦ ତାରିଖରେ ରାଇରଙ୍ଗପୁର ଠାରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବାରୁ ଏ ସଂପର୍କରେ ବୃହତ୍ ଜନସଂପୃକ୍ତି କାର୍ଯ୍ୟକ୍ରମ ଓ ପ୍ରସ୍ତୁତି ନେଇ ଆଲୋଚନା କରାଯାଇଛି ।

ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମକୁ ନେଇ ଭୁବନେଶ୍ୱରରେ ଜୁନ୍ ୧୨ରୁ ୧୬ ପର୍ଯ୍ୟନ୍ତ ପାଞ୍ଚଦିନିଆ ପ୍ରଦର୍ଶନୀ ଆୟୋଜନ ସହ ଜୁନ୍ ୨୧ରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ହେବା ସଂପର୍କରେ ଆଲୋଚନା କରାଯାଇଛି।

 

ବୈଠକର ପ୍ରାରମ୍ଭରେ କଟକ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ “ବିକଶିତ ଓଡ଼ିଶା, କ୍ରିୟାଶୀଳ କଟକ” ଉପରେ ଏକ ବିସ୍ତୃତ ଉପସ୍ଥାପନ କରିଥିଲେ ।

ବୈଠକରେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ( ଓଏସ୍ଆରଟିସି) ର ଉଲ୍କେଖନୀୟ ପ୍ରଦର୍ଶନ ଓ ସଫଳତା ସମ୍ପର୍କରେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ତଥା ଓଏସ୍‌ଆର୍‌ଟିସିର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଏନ୍ .ବି.ଏସ୍ ରାଜପୁତ ତଥ୍ୟ ଉପସ୍ଥାପନ କରିଥିଲେ । ( ଓଏସ୍ଆରଟିସି) ଇତି ମଧ୍ୟରେ ବ୍ୟାପକ ସଂସ୍କାର ଓ ଆଧୁନିକୀକରଣ ମାଧ୍ୟମରେ ଜନପରିବହନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ୧୦୦ ପ୍ରତିଶତ କ୍ୟାଶଲେସ୍ ଟିକେଟିଂ ବ୍ୟବସ୍ଥା, ଆଇଟି-ଆଧାରିତ ପରିଚାଳନା, ଅନ୍ତଃ ରାଜ୍ୟ ସଂଯୋଗର ସମ୍ପ୍ରସାରଣ, ଯାତ୍ରୀ ସେବାର ଗୁଣାତ୍ମକ ଉନ୍ନତି, ଇନ୍ଧନ ସଞ୍ଚୟ ପଦକ୍ଷେପ ଫଳରେ ନିଗମ ପୂର୍ବରୁ ସହୁଥିବା କ୍ଷତିରୁ ମୁକ୍ତ ହୋଇ ୨୦୨୫-୨୬ ଆର୍ଥିକ ବର୍ଷରେ ଲାଭ କରିଥିବା ଜଣାଯାଇଛି । ଏହା ଜନ ପରିବହନ କ୍ଷେତ୍ରରେ ଆର୍ଥିକ ସୁଦୃଢ଼ତା ଓ ସୁଶାସନର ଏକ ନୂତନ ଦୃଷ୍ଟାନ୍ତ ସୃଷ୍ଟି କରିଛି । ସେହିପରି, ଅଟଳ ବସ୍ ଷ୍ଟାଣ୍ଡର ବିକାଶ, ଇଲେକ୍ଟ୍ରିକ୍ ଯାନ ଚାର୍ଜିଂ ଭିତ୍ତିଭୂମି ସୃଷ୍ଟି, ସୌର ଶକ୍ତିର ବ୍ୟବହାର ଏବଂ ଇ-ବସ୍ ସେବାର ସମ୍ପ୍ରସାରଣ ମାଧ୍ୟମରେ ଓଏସ୍‌ଆର୍‌ଟିସି ଏକ ସ୍ମାର୍ଟ, ସବୁଜ ଓ ସ୍ଥାୟୀ ଜନପରିବହନ ବ୍ୟବସ୍ଥା ଗଠନ ଦିଗରେ ଦୃଢ଼ ପଦକ୍ଷେପ ନେଇଛି । ପରିଚାଳନାଗତ ଦକ୍ଷତା ବୃଦ୍ଧି, ଡିଜିଟାଲ ରୂପାନ୍ତରଣ, ଖର୍ଚ୍ଚ ହ୍ରାସ ଏବଂ ଯାତ୍ରୀ-କୈନ୍ଦ୍ରିକ ସେବା ପ୍ରଦାନ ମାଧ୍ୟମରେ ଓଏସ୍‌ଆର୍‌ଟିସି ଆଜି ରାଜ୍ୟର ଜନପରିବହନ ବ୍ୟବସ୍ଥାକୁ ଅଧିକ ଦକ୍ଷ, ଆଧୁନିକ ଓ ଲୋକାଭିମୁଖୀ କରିବାରେ ସଫଳ ହୋଇଛି । ବୈଠକରେ ଓଏସ୍‌ଆର୍‌ଟିସିର ପଦକ୍ଷେପକୁ ପ୍ରଶଂସା କରାଯାଇଥିଲା ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଚିତ୍ରା ଆରୁମୁଗମ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଊଷା ପାଢୀଙ୍କ ସମେତ ଅନ୍ୟ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, କମିଶନର ତଥା ଶାସନ ସଚିବ ତଥା ସଂପୃକ୍ତ ବିଭିନ୍ନ ବିଭାଗର ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

 

 

 

 

Continue Reading

Nation

ଓଡିଶା ହାଉସିଂ ବୋର୍ଡ ପକ୍ଷରୁ ରାଜ୍ୟରେ ସୁଲଭ ଗୃହ ପ୍ରକଳ୍ପର ବ୍ୟାପକ ସମ୍ପ୍ରସାରଣ  

Published

on

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ବୋର୍ଡ ପକ୍ଷରୁ ସାରା ରାଜ୍ୟରେ ଶସ୍ତା, ସୁଲଭ ଓ ସମାବେଶୀ ଗୃହ ପ୍ରକଳ୍ପର ବ୍ୟାପକ ସମ୍ପ୍ରସାରଣ କରାଯିବ। ଏଥିପାଇଁ ବିଭିନ୍ନ ବୃହତ ଆବାସିକ ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବା ବେଳେ ରାଜ୍ୟର ସମସ୍ତ ଜିଲ୍ଲା ସଦର ମହକୁମାକୁ ଏହି କାର୍ଯ୍ୟକ୍ରମ ସମ୍ପ୍ରସାରିତ କରିବାକୁ ଏକ ରଣନୀତି ପ୍ରସ୍ତୁତ କରାଯାଇଛି।

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଓଏସଏଚବିର ଚାଲୁ ରହିଥିବା ଏବଂ ଆଗାମୀ ପ୍ରକଳ୍ପଗୁଡ଼ିକର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ ତଥା ଓଏସଏଚବିର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଗଙ୍ଗାଧର ନାୟକ ସୂଚନା ଦେଇଛନ୍ତି ଯେ, ବୋର୍ଡ ପକ୍ଷରୁ ଏପର୍ଯ୍ୟନ୍ତ ୨୧ଟି ଜିଲ୍ଲାରେ ୩୨,୩୪୩ଟି ଗୃହ, ଦୋକାନ ଗୃହ ଏବଂ ପ୍ଲଟ୍‌ ବିକଶିତ କରାଯାଇଛି। ଏହା ଆର୍ଥିକ ଅନଗ୍ରସର , ନିମ୍ନ ଆୟ , ମଧ୍ୟମ ଆୟ ଏବଂ ଉଚ୍ଚ ଆୟ ଶ୍ରେଣୀର ଲୋକଙ୍କ ଆବଶ୍ୟକତା ପୂରଣ କରୁଛି। କେବଳ ଖୋର୍ଦ୍ଧା ଜିଲ୍ଲାରେ ୨୦,୦୦୦ରୁ ଅଧିକ ୟୁନିଟ୍‌ ବିକଶିତ କରାଯାଇଛି।

ସମୀକ୍ଷା ଅନୁସାରେ, ବର୍ତ୍ତମାନ ୫୧୭ କୋଟିରୁ ଅଧିକ ଟଙ୍କା ବିନିଯୋଗରେ ୧୪୮୪ଟି ଆବାସିକ ୟୁନିଟ୍‌ ସମ୍ବଳିତ ୫ଟି ପ୍ରମୁଖ ପ୍ରକଳ୍ପର କାର୍ଯ୍ୟ ଜାରି ରହିଛି:

ଖାରବେଳ ଏନକ୍ଲେଭ , ଜାଗମରା, ଭୁବନେଶ୍ୱରରେ ୬୨.୫୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ୧୦୪ଟି ଉଚ୍ଚ ଆୟକାରୀ ( ଏଚ୍ ଆଇ ଜି) ଆପାର୍ଟମେଣ୍ଟ ବିଶିଷ୍ଟ ଏହି ପ୍ରକଳ୍ପ ହସ୍ତାନ୍ତର ପର୍ଯ୍ୟାୟରେ ପହଞ୍ଚିଛି ଏବଂ ୩୦ ଜଣ ବ୍ୟକ୍ତିଙ୍କୁ ଆପାର୍ଟମେଣ୍ଟ ହସ୍ତାନ୍ତର କରାଯାଇଛି।

ଅନୁଗୁଳ ଏନକ୍ଲେଭ: ୧୪.୫୫ କୋଟି ଟଙ୍କା ବିନିଯୋଗରେ ୬୧୩ଟି ଆବାସିକ ଗୃହ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ଏଥିମଧ୍ୟରୁ ୨୨୮ଟି ୟୁନିଟ୍‌ର ନିର୍ମାଣ ଶେଷ ହୋଇଥିବା ବେଳେ ଡିସେମ୍ବର ୨୦୨୬ ସୁଦ୍ଧା ଏହାର ପୋଜେସନ (ଦଖଲ) ମିଳିବ ବୋଲି ଆଶା କରାଯାଉଛି। ବାକି ୟୁନିଟ୍‌ଗୁଡ଼ିକ ଡିସେମ୍ବର ୨୦୨୭ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।

ସୁଭଦ୍ରା ଏନକ୍ଲେଭ ଡୁମୁଡୁମାରେ ୭୩.୪୦ କୋଟି ଟଙ୍କା ବ୍ୟୟରେ EWS, LIG ଏବଂ MIG ହିତାଧିକାରୀଙ୍କ ପାଇଁ ୧୯୮ଟି ଗୃହ ନିର୍ମାଣ କାର୍ଯ୍ୟ ସମୟସୀମା ମଧ୍ୟରେ ଆଗେଇ ଚାଲିଛି।

ବାସୁଦେବ ବିହାର ପ୍ଲଟେଡ୍‌ ଡେଭଲପମେଣ୍ଟ ସ୍କିମ୍ ଅନ୍ଧାରୁଆ ଠାରେ ୨୭.୨୭ କୋଟି ଟଙ୍କା ବ୍ୟୟରେ ୨୦୬ଟି ଆବାସିକ ପ୍ଲଟ ପ୍ରଦାନ କରାଯିବ ଏବଂ ଜୁଲାଇ ୨୦୨୬ରୁ ଏହାର ପୋସେସନ ପ୍ରକ୍ରିୟା ଆରମ୍ଭ ହେବ।

ଗାଡ଼କଣ ଗୃହ ନିର୍ମାଣ ପ୍ରକଳ୍ପ ଭୁବନେଶ୍ୱରରେ ୧୮୯.୨୯ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏକ ପ୍ରକଳ୍ପରେ ୩୩ଟି ଆବାସିକ ୟୁନିଟ୍‌ ସହ ବ୍ୟବସାୟିକ କ୍ଷେତ୍ର ଉପଲବ୍ଧ ହେବ। ବୈଧାନିକ ମଞ୍ଜୁରୀ ଏବଂ ଓରେରା ପଞ୍ଜୀକରଣ ଶେଷ ହେବା ପରେ ଜୁଲାଇ ୨୦୨୬ରେ ଏହାର ଶୁଭାରମ୍ଭ କରାଯିବ।

ଆଗାମୀ ୨୦୨୬-୨୭ ଆର୍ଥିକ ବର୍ଷରେ ପ୍ରାୟ ୬,୮୭୭ଟି ଆବାସିକ ୟୁନିଟ୍‌ ନିର୍ମାଣ ପାଇଁ ୪ଟି ପ୍ରମୁଖ ପ୍ରକଳ୍ପ ପ୍ରସ୍ତାବିତ ରହିଛି । ସେ ଗୁଡିକ ସୁଆଙ୍ଗୋ ପିପିପି ପ୍ରକଳ୍ପ , ଏମସ୍‍ ଭୁବନେଶ୍ୱର ନିକଟରେ ୧୨.୯ ଏକର ଜମିରେ ୨,୮୬୭ଟି ଗୃହ ନିର୍ମାଣ କରାଯିବ, ଯେଉଁଥିରେ ୧,୦୩୪ଟି ଶସ୍ତା/ସୁଲଭ ଗୃହ ଅନ୍ତର୍ଭୁକ୍ତ। ଏହି ପ୍ରକଳ୍ପରୁ ବୋର୍ଡକୁ ସର୍ବନିମ୍ନ ୨୧୦ କୋଟି ଟଙ୍କାର ରାଜସ୍ୱ ମିଳିବ ବୋଲି ଆଶା କରାଯାଉଛି।

ରଣସିଂହପୁରରେ ଇପିସି ଗୃହ ନିର୍ମାଣ ପ୍ରକଳ୍ପ ୫.୭୮ ଏକର ଜମିରେ ପ୍ରାୟ ୩୯୭ କୋଟି ଟଙ୍କାର ଆନୁମାନିକ ବିନିଯୋଗରେ ୧,୨୬୨ଟି ଗୃହ ନିର୍ମାଣ କରାଯିବ। ପାତ୍ରପଡ଼ା ଗୃହ ନିର୍ମାଣ ପ୍ରକଳ୍ପ ଇ-ବିଡିଂ ମାଧ୍ୟମରେ ୧୧.୫ ଏକର ଜମିରେ ୨,୫୧୦ଟି ଗୃହ ନିର୍ମାଣ କରାଯିବ, ଯେଉଁଥିରେ ୮୨୦ଟି ସୁଲଭ ଆବାସିକ ଗୃହ ରହିବ।

ରାଉରକେଲା ବାସନ୍ତୀ କଲୋନୀ ଯୁଗ୍ମ ଉଦ୍ୟୋଗ ଆପାର୍ଟମେଣ୍ଟ ପ୍ରକଳ୍ପରେ ୨୩୮ଟି ଏମଆଇଜି ଏବଂ ଏଚଆଇଜି ଆପାର୍ଟମେଣ୍ଟ ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଛି।

ଏହି ପ୍ରସ୍ତାବର ସମୀକ୍ଷା କରି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ପାଢ଼ୀ ଜମି ଚିହ୍ନଟ, ପ୍ରକଳ୍ପ ମଡେଲ ଏବଂ ହିତାଧିକାରୀଙ୍କୁ ସ୍ପଷ୍ଟ ଭାବେ ଦର୍ଶାଇ ଏକ ସମୟବଦ୍ଧ କାର୍ଯ୍ୟଯୋଜନା ପ୍ରସ୍ତୁତ କରିବାକୁ ଓଏସଏଚବିକୁ ନିର୍ଦ୍ଦେଶ ଦେଇଛନ୍ତି।

 

Continue Reading

Nation

ଓଡିଶା ସରକାର ଓ ଇଣ୍ଟେଲ ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ : ଭାରତକୁ ଆସିବ ସବଷ୍ଟ୍ରେଟ୍ ଉତ୍ପାଦନ ପ୍ରଯୁକ୍ତି

Published

on

ଭୁବନେଶ୍ୱର : ଓଡ଼ିଶାରେ ଏକ ଉନ୍ନତ ପ୍ୟାକେଜ଼ିିଂ ଗ୍ଲାସ୍ କାେର ସବଷ୍ଟ୍ରେଟ୍ ଉତ୍ପାଦନ ୟୁନିଟ୍ ପ୍ରତ଼ିଷ୍ଠା  ପାଇଁ  ଢାଞ୍ଚା ସ୍ଥାପନ କରିବା ଲାଗି ଓଡିଶା ସରକାର ଓ ଆମେରିକାର ଇଣ୍ଟେଲ କରପୋରେସନ ଏବିଂ ୩ଡ଼ିଜ଼ିଏସ୍ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛ଼ି। ଏହି ପ୍ରକଳ୍ପ ଦେଶର ସର୍ବବୃହତ ଉଚ୍ଚ – ପ୍ରଯୁକ୍ତି ଉତ୍ପାଦନ ନିବେଶ ମଧ୍ୟରୁ ଗୋଟିଏକୁ ପ୍ରତିନିଧିତ୍ୱ କରେ। ଏହି଼ି ୟୁନିଟ  ଭୁବନେଶ୍ୱର ଓ ଖୋର୍ଦ୍ଧା ମଧ୍ୟରେ ସ୍ଥାପିତ ହେବ।

କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଇଣ୍ଟେଲର ସିଇଓ ଲିପ୍ -ବୁ ଟାନଙ୍କ ଉପସ୍ଥିତ ରେ  ଏହି ବୁଝାମଣାପତ୍ର ସ୍ଵାକ୍ଷରିତ ହୋଇଥିଲା।

ଏହି଼ି ଐତିହାସିକା ବୁଝାମଣାପତ୍ର ସ୍ଵାକ୍ଷର ଭାରତରେ ସେମିକଣ୍ଡଟର ଉତ୍ପାଦନର  ସମ୍ପୂର୍ଣ୍ଣ  ଇକୋସିଷ୍ଟମର ବିକାଶ କରିବା ପାଇଁ  ସରକାରଙ୍କ ଦୃଷ୍ଟିକୋଣ  ସହିତ ସମ୍ୱନ୍ୱିତ ବୋଲି କେନ୍ଦ୍ର ମନ୍ତ୍ରୀ ବୈଷ୍ଣବ କହିଛନ୍ତି।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions