Nation

ରାଷ୍ଟ୍ରପତି ମୁର୍ମୁ ବିଦେଶ ଗସ୍ତ ଉପରେ କଟକଣା?

Published

on

ଭୁବନେଶ୍ୱର:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜର ବିଦେଶ ଗସ୍ତ ଉପରେ କଟକଣା ଲଗାଇଛନ୍ତି କି? ଏହି ଚର୍ଚ୍ଚା ବର୍ତମାନ ଦିଲୀ କୁଟନୈତିକ ମହଲରେ ଜୋର ଧରିଛି।

କାମ୍ବୋଡିଆରେ ଅନୁଷ୍ଠିତ ହେବାକୁ ଥିବା ୪୦ତମ ଏସିଆନ ଦେଶର ଶିଖର ସମ୍ମିଳନୀରେ ରାଷ୍ଟ୍ରପତି ଯୋଗ ନଦେବା ଘଟଣାକୁ ନେଇ ଏହି ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବାର ଥିଲା। ମୋଦିଙ୍କ କାର୍ଯ୍ୟକ୍ରମ ଠିକଣା ହୋଇ ନପାରିବାରୁ କାମ୍ବୋଡିଆ ସରକାର ଆଶା କରୁଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ସମ୍ମିଳନୀରେ ଯୋଗ ଦେବେ। ତେବେ ବର୍ତ୍ତମାନ ଉପ-ରାଷ୍ଟ୍ରପତି ଜଗଦୀପ ଧାନକର ଏହି ସମ୍ମିଳନୀରେ ଭାରତ ପକ୍ଷରୁ ଯୋଗ ଦେବେ।

Leave a Reply

Your email address will not be published. Required fields are marked *

Trending

Exit mobile version