Nation

ପୁରୀରେ ରଥଯାତ୍ରା ଦେଖି ଭାବ ବିହ୍ଵଳ ହୋଇ ଏକ୍ସ ରେ ଲେଖିଲେ ରାଷ୍ଟ୍ରପତି ମୁର୍ମୁ

Published

on

ପୁରୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରବିବାର ଓଡ଼ିଶାର ପବିତ୍ର ସହର ପୁରୀରେ ଆୟୋଜିତ ବାର୍ଷିକ ରଥଯାତ୍ରା ମହୋତ୍ସବରେ ଯୋଗ ଦେଇଛନ୍ତି ।
ଏକ୍ସରେ ଏକ ପୋଷ୍ଟରେ ସେ ତାଙ୍କ ଅନୁଭୂତି ବିଷୟରେ ଲେଖିଛନ୍ତି: “ଜୟ ଜଗନ୍ନାଥ ! ଆଜି ପୁରୀରେ ପବିତ୍ର ରଥଯାତ୍ରା ଅବସରରେ ହଜାର ହଜାର ଭକ୍ତଙ୍କ ଦ୍ୱାରା ବଡ଼ଠାକୁର ବଳଭଦ୍ର, ମାଆ ସୁଭଦ୍ରା ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ଟଣା ଦେଖି ମୁଁ ଦିବ୍ୟ ଅନୁଭୂତି ଲାଭ କଲି। ମୁଁ ମଧ୍ୟ ଶତାବ୍ଦୀ ଶତାବ୍ଦୀ ଧରି ପାଳିତ ହୋଇଆସୁଥିବା ଏହି ଆଧ୍ୟାତ୍ମିକ ମହାପର୍ବରେ ଅଂଶଗ୍ରହଣ କଲି ଏବଂ ଶ୍ରୀକ୍ଷେତ୍ରକୁ ଆସିଥିବା ଶ୍ରଦ୍ଧାଳୁମାନଙ୍କ ସହ ଏକାତ୍ମ ହୋଇଗଲି । ପରଂବ୍ରହ୍ମଙ୍କ ସର୍ବବ୍ୟାପକତାକୁ ଅନୁଭବ କରିବା ପାଇଁ ଏହା ଥିଲା ମୋ ପାଇଁ ଏକ ମଙ୍ଗଳମୟ ମୁହୂର୍ତ୍ତ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ସମଗ୍ର ବିଶ୍ୱରେ ଶାନ୍ତି ଓ ସମୃଦ୍ଧି ଅବ୍ୟାହତ ରହୁ, ଏହା ମୋର ଆନ୍ତରିକ କାମନା ।”


P.S.

Leave a Reply

Your email address will not be published. Required fields are marked *

Trending

Exit mobile version