ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଘରେ ଗତ ସପ୍ତାହରେ ଅନୁଷ୍ଠିତ ଏକ ପୂଜାକୁନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏହି ପୂଜାରେ ଅନେକ କେନ୍ଦ୍ରମନ୍ତ୍ରୀ ଓ କେତକ ପ୍ରଭାବଶାଳୀ ବ୍ୟକ୍ତି ଯୋଗ ଦେବା ଘଟଣା ଚର୍ଚ୍ଚାକୁ ରୋଚକ କରିଛି।
ଓଡିଶାରେ ବିଜେପିର ସ୍ଥିତିକୁ ନେଇ ପ୍ରଧାନ ଚିନ୍ତିତ ଅଛନ୍ତି। ବିଶେଷକରି ରାଜ୍ୟରେ ଅନୁଷ୍ଠିତ ଗତ ପଞ୍ଚାୟତ ଓ ମୁନିସିପାଲଟି ନିର୍ବାଚନରେ ଦଳର ଶୋଚନୀୟ ପରାଜୟକୁ ନେଇ ସେ ବିବ୍ରତ ଅଛନ୍ତି। ବିଶେଷକରି ରାଜ୍ୟରେ ଦଳ ଭିତରେ ବର୍ତମାନ ଗୋଷ୍ଟି କନ୍ଦଳ ଯେ ଭଳି ଭାବରେ ଉଗ୍ର ରୂପ ଧାରଣ କରୁଛି ତାହାକୁ ନେଇ ସେ ଆତଙ୍କିତ ହୋଇପଡିଛନ୍ତି।
ଏହି ପୂଜାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ଅର୍ଥମନ୍ତ୍ରୀ ନିର୍ମଳା ସିତରାମନ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଗିରିରାଜ ସିଂହ, ବାଣିଜ୍ୟମନ୍ତ୍ରୀ ପୀୟୂଷ ଗୋୟଲ ଏବଂ ଜାମ୍ମୁ କାଶ୍ମୀରର ଉପ-ରାଜ୍ୟପାଳ ମନୋଜ ସିନହା ଉପସ୍ଥିତ ଥିଲେ।
ତେବେ ଏହି ପୂଜା ତାଙ୍କର ପାରିବାରିକ ବ୍ୟାପାର ବୋଲି କୁହାଯାଉଛି।
ଶିକ୍ଷାମନ୍ତ୍ରୀଙ୍କ ସରକାରୀ ବାସ ଭବନରେ ବାସନ୍ତୀ ନବରାତ୍ରୀର ପ୍ରଥମ ଦିବସରେ ଅନୁଷ୍ଠିତ ଏହି ପୂଜାରେ ରାମାୟଣର ସୁନ୍ଦରାକାଣ୍ଡ ଉପରେ ଏକ ପ୍ରବଚନର ଆୟୋଜନ କରାଯାଇଥିଲା।