Nation

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ମିଳୁନି ବଙ୍ଗଳା, ରହୁଛନ୍ତି ଏମପି ଫ୍ଲାଟରେ

Published

on

ନୂଆଦିଲ୍ଲୀ: କେନ୍ଦ୍ର ରେଳମନ୍ତ୍ରୀ ଆଶ୍ୱିନୀ ବୈଷ୍ଣବ ମନ୍ତ୍ରୀ ହେବାର ଆଠ ମାସ ଉପରେ ହେଲାଣି। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କୁ ମନ୍ତ୍ରୀ ବଙ୍ଗଳା ମିଳି ପାରିନି। ବୈଷ୍ଣବ ବର୍ତ୍ତମାନ ଏମପି ଫ୍ଲାଟରେ ରହୁଛନ୍ତି।

ପ୍ରକୃତରେ ବୈଷ୍ଣବଙ୍କୁ ୧୨-ଜନପଥ ବଙ୍ଗଳାଟି ମିଳିଛି। ଏହି ବଙ୍ଗଳା ରେ ରାମ ବିଳାସ ପାଶ୍ୱ।ନ ବହୁ ବର୍ଷଧରି ରହି ଆସୁଥିଲେ। ତାଙ୍କର ନିଧନ ପରେ ତାଙ୍କର ଏହି ବଙ୍ଗଳାଟି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଗତ ଅଗଷ୍ଟ ମାସରେ ଆଲଟ ହୋଇଥିଲା।

ତେବେ ପାଶ୍ୱ।ନଙ୍କ ମୃତ୍ୟୁ ପରେ ତାଙ୍କର ପୁତ୍ର ଚିରାଗ ପାଶ୍ୱ।ନ ଏହି ବଙ୍ଗଳା ଛାଡିବାକୁ ନାରାଜ। ଚିରାଗ ବିହାରର ଜମୁଇ ଲୋକସଭା ଆସନରୁ ସାଂସଦ ଅଛନ୍ତି। ହେଲେ ସେ ଏହି ବଙ୍ଗଳା ପାଇବା ପାଇଁ ଯୋଗ୍ୟ ନୁହନ୍ତି। ଚିରାଗ ବଙ୍ଗଳାଟିକୁ ତାଙ୍କର ଏଲଜେପି ଦଳର କାର୍ଯ୍ୟାଳୟ କରିଛନ୍ତି।

ତେବେ ସେ ଯାହା ହେଉନା କାହିଁକି ଗତ ବୁଧବାର ଦିନ କେନ୍ଦ୍ର ଅର୍ବାନ ମନ୍ତ୍ରଣାଳୟ ର ଦିଲ୍ଲୀ ଇଷ୍ଟେଟ ନିର୍ଦ୍ଦେଶାଳୟ ପକ୍ଷରୁ ଏହି ବଙ୍ଗଳା ଖାଲି କରାଯାଇଛି।

ଇଷ୍ଟେଟ ନିର୍ଦ୍ଦେଶାଳୟ ପକ୍ଷରୁ ପୂର୍ବତନ ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଙ୍କୁ ମିଳିଥିବା ୧୦-ପଣ୍ଡିତ ପନ୍ଥ ମାର୍ଗ ବଙ୍ଗଳାକୁ ବି ଖାଲି କରିଛନ୍ତି।

ଶେଷରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ମନ୍ତ୍ରୀ ବଙ୍ଗଳା ମିଳିବ।

Leave a Reply

Your email address will not be published. Required fields are marked *

Trending

Exit mobile version