ସ୍ପେଶାଲ ରିପୋର୍ଟ

Published

on

ରତିକାନ୍ତ ଏକ ନିଆରା କିମ୍ବଦନ୍ତୀ

 

ଦିଲୀପ ବିଷୋୟୀ

କାଶ୍ମୀରୀ ସାୟର ଆୟାଜ ରସୁଲ ନଜକୀଙ୍କ ଭାଷାରେ ଏପ୍ରିଲ ସବୁଠାରୁ କ୍ରୁର ମାସ l ଏଥରର ଏପ୍ରିଲ ମାସଟା ଥିଲା ତା ଠାରୁ ବି ନିର୍ଦ୍ଦୟ l ମାସ 19 ତାରିଖ ସକାଳଟା ଥିଲା ଓଡ଼ିଶାର ସାମ୍ବାଦିକମାନଙ୍କ ପାଇଁ ଏକ ଶୋକର ସକାଳ l ସେଦିନ ସୂର୍ଯ୍ୟ ଆଖିମଳି ଉଠିଲା ବେଳକୁ ଆଖି ବୁଝି ଦେଇଥିଲେ ଓଡ଼ିଆ ସାମ୍ବାଦିକ ଜଗତର ଯୁଧିଷ୍ଠିର l ଆଉ ସୂର୍ଯ୍ୟ ଢଳିଗଲା ବେଳକୁ ସ୍ବର୍ଗଦ୍ୱାରର ଧୂସର କାନ୍ଥରେ ଲେଖିଦେଇ ଯାଇଥିଲା ରତିକାନ୍ତ ପାଇଁ ଏଲିଜି ଟିଏ l

ଖବରକାଗଜର କପି କ୍ଲୋଜ ହେଇଗଲେ ସାମ୍ବାଦିକଙ୍କର ଦିନ ସରିଯାଏ ରାତିଭାଇଙ୍କ ଟିପାଖତା କିନ୍ତୁ କେବେବି କ୍ଲୋଜ ହୁଏନି l ଖବରରେ ହିଁ ବଞ୍ଚ ନ୍ତି ଆଉ ଖବରରେ ହିଁ ସୋଇପଡ଼ନ୍ତି l

ମଞ୍ଜରୀ ମହାଲରେ ପ୍ରଦୋଷ ଭାଇଙ୍କ ପାଖରେ ସମାଜ ପାଇଁ ଖବର ଲେଖୁ ଲେଖୁ ସେ ଦିନଲିପି, ପର୍ଯ୍ୟବେକ୍ଷକ, ହିନ୍ଦୁସ୍ତାନ ସମାଚାରର ସାମ୍ବାଦିକ ହୋଇ ଯାଇଥିଲେ l ତାଙ୍କର କର୍ତ୍ତବ୍ୟ ନିଷ୍ଠା ପାଇଁ ତାଙ୍କୁ ଏସିଆନ ଏଜ ଭଳି ଜାତୀୟ ଖବରକାଗଜର ସମ୍ବାଦଦାତା ଦାୟିତ୍ୱ ମିଳିଥିଲା l ବଡ଼ କାଗଜରେ ସିନା ବେଶୀଦିନ ନଥିଲେ ହେଲେ ସବୁ ସାନ ବଡ଼ ଖାଵରକାଗଜର ସାମ୍ବାଦିକଙ୍କର ସେ ଥିଲେ ବଡଭାଇ l ତାଙ୍କ ଟିପାଖତା ଥିଲା ସମସ୍ତଙ୍କର ସମ୍ବାଦର ଉତ୍ସ l

ଖବର ସଂଗ୍ରହ କେଇବାରେ ତାଙ୍କର ଯେଉଁ ଉତ୍ସାହ ତାହା ମୁଁ କେଉଁଠି ଦେଖିନି ଖବରକୁ ଆମୂଳଚୁଳ ଲେଖିବାରେ ତାଙ୍କର ଯେଉଁ ଧୌର୍ଯ୍ୟ ବି ମୁଁ ଅନ୍ୟ କେଉଁଠି ଦେଖିନି l ମୁଁ ପଞ୍ଜାବ ଆନ୍ଧ୍ର ପ୍ରଦେଶ ଆଦି ରାଜ୍ୟରେ ସାମ୍ବାଦିକତା କରିବା ସୟରେ କାହାରି ପାଖରେ ସେ ଗୁଣ ଦେଖିବାକୁ ପାଇନି l

Jତାଙ୍କ ସହିତ ମୋର ସମ୍ପରକ ଦୀର୍ଘ 45 ବର୍ଷର l ଯୌବନରେ ମୋ ଭଳି ଜଣେ କ୍ରୋଧୀ ମଣିଷ ଥିଲେ l କିନ୍ତୁ ସାମ୍ବାଦିକତା ତାଙ୍କୁ ଆଶ୍ଚର୍ଯ୍ୟଜନକଭାବେ ଏକ ନିଆରା ମଣିଷ କରି ଗଢି ଦେଇଥିଲା l

ସବୁଦିନ ଆସିବେ ସେକ୍ରେଟାରୀଏଟ ଯିବାକୁ ଡାକିବେ l

ତାଙ୍କ ଦୁଇ ଝିଅ-ପୂଜା ଆଉ ବଂଦୁ, ଆଉ ମୋ ଝିଅ ଦିଶା (ଯାହାକୁ ସେ ସଦାବେଳେ ଲିଶା ବୋଲି ଡାକନ୍ତି ) ରାମ ରିକ୍ସାରେ କନଭେଣ୍ଟ ସ୍କୁଲକୁ ପାଠ ପଢିବାକୁ ଯାଆନ୍ତି l ରତି ଭାଇଙ୍କ ଭଳି ତାଙ୍କ ସରଳ ସହଜ ଭାଉଜଙ୍କ ସହ ଜଣାଶୁଣା l ଆଉ ସେଇଠୁ ଆମର ପାରିବାରିକ ସମ୍ପର୍କ l

 

ସବୁଦିନ ଆସିବେ ସେକ୍ରେଟାiରୀଏଟ ଯିବାକୁ ଡାକିବେ l ଲିସାକୁ ଖୋଜିବେ l ଏସେମ୍ବଲୀ ଚାଲି ଥିବା ବେଳେ ଅଥୟ ହେବେ l ମୁଁ ନ ଯାଇଥିଲେ ଘରେ ଆସି ଖବର ସବୁ ଡାକି ଦେବେ l ଲେଖି ନପାରିଲେ ଗାଳିବି ଦେବେ l ଅର୍ଥନୀତି ଓ ଫାଇନାନ୍ସ ଖବର ହେଲେ ମୋଠୁ ବୁଝି ନେବେ l

ସବୁକିଛି ଆଜି ଅନେକ ପଛରେ ଚିନ୍ହା ଚୌହାଦୀ ଛାଡି ସେ ଆଜି ଆର ପରିରେ l

ମରମୀ ମଣିଷ l ସମଗ୍ର ଜୀବନ ଏକ ସାଧକର ଜୀବନ l ସାମ୍ବାଦିକତାର ସାଧନରେ ଉତ୍ସର୍ଗ କରି ଯାଇଛନ୍ତି ତମାମ ଇହାକାଳକୁ l

କାନ୍ତରରେ ବି କେବେ ରତିକାନ୍ତ କାନ୍ଦିନି l ପ୍ରତିଭା ଉପେକ୍ଷିତ ହୋଇଛି ସତ ହେଲେ ସେ ପ୍ରଚାରର ପୃଥିବୀ ର ଉର୍ଦ୍ଧରେ l

ରତିକାନ୍ତଙ୍କ ନାମ ଧ୍ବନିତ ହେଉ ଆଜି ପ୍ରତେକ ତରୁଣ ସାମ୍ବାଦିକ ପ୍ରାଣରେ l ସ୍ୱାର୍ଥ ର ଯୁପକାଷ୍ଟରୁ ମୁକ୍ତି ପାଉ ସାମ୍ବାଦିକତା l

Leave a Reply

Your email address will not be published. Required fields are marked *

Trending

Exit mobile version