ନୂଆଦିଲ୍ଲୀ: ଦେଶର ପ୍ରଥମ ମୁଖ୍ୟ ପ୍ରତିରକ୍ଷା କମାଣ୍ଡର ବିପିନ ରାବତଙ୍କ ମର ଶରୀରରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଥିବା ଭିଆଇପି ତାଲିକାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନାମଦେଖି ଅନେକ ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ।
ପ୍ରୋଟୋକଲ ହିସାବରେ ରାଷ୍ଟ୍ରପତି କୌଣସି ସୈନିକର ମର ଶରୀରରେ ମାଲ୍ୟାର୍ପଣ କରିବା କଥା ନୁହଁ। ରାଷ୍ଟ୍ରପତି ଦେଶର ପ୍ରତିରକ୍ଷା ବାହିନୀର ସୁପ୍ରିମ କମାଣ୍ଡର ହୋଇଥିବାରୁ ଶ୍ରଦ୍ଧାଞ୍ଜଳି ଜଣାଇବା ବେଳେ ତାଙ୍କ ପାଇଁ ଜଣେ ସାଧାରଣ ସୈନିକ ହେଉ ବା ଜଣେ ଜେନେରାଲ ସମସ୍ତେ ସମାନ।
ସାଧାରଣତଃ, ରାଷ୍ଟ୍ରପତିଙ୍କ ତରଫରୁ ସଦାବେଳେ ପ୍ରଧାନମନ୍ତ୍ରୀ ବା ପ୍ରତିରକ୍ଷା ମନ୍ତ୍ରୀ ସୈନିକମାନଙ୍କ ମର ଶରୀରରେ ମାଲ୍ୟାର୍ପଣ କରିଥାନ୍ତି।