ସ୍ପେଶାଲ ରିପୋର୍ଟ

ରୋଜ ଭେଲୀ ଚିଟ ଫଣ୍ଡ ଟଙ୍କା ତୁରନ୍ତ ଫେରସ୍ତ ମିଳିବ ଜମାକାରୀଙ୍କୁ

Published

on

ଭୁବନେଶ୍ୱର : ରୋଜ ଭେଲୀ ଚିଟ ଫଣ୍ଡ ସ୍କାମ ପୀଡିତ ଓଡିଶା ସମେତ ପଶ୍ଚିମ ବଙ୍ଗ, ଆସାମ ଓ ତ୍ରିପୁରାର ଲକ୍ଷ ଲକ୍ଷ ଜମାକାରୀଙ୍କୁ ସେମାନଙ୍କର ଜମା ଅର୍ଥରାଶି ତୁରନ୍ତ ମିଳିବ l

ଖୋର୍ଦ୍ଧା ପିଏମଇଏଲ ସ୍ୱତନ୍ତ୍ର କୋର୍ଟର ମାର୍ଚ୍ଚ 29ର ଅର୍ଡର ଓ ଇଡି ଜବତ କରିଥିବା 515.31 କୋଟି ଟଙ୍କା ନଗଦ ରାଶି ମିଳିବା ପ୍ରଦାନ ପରେ ଜମାକାରୀଙ୍କ ଟଙ୍କା ଫେରି ପାଇବାର ରାସ୍ତା ସଫା ହୋଇଯାଇଛି l

କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଇଡି ଜବତ କରିଥିବା ନଗଦ ରାଶି 515.31 କୋଟି ବାବଦରେ ଏକ ଡିମାଣ୍ଡ ଡ୍ରାଫ୍ଟ ଆସେଟ ଡିସପୋଜାଲ କମିଟର ଅଧକ୍ଷ ଅବସରପ୍ରାପ୍ତ ବିଚାରପତି ଡି କେ ସେଠଙ୍କୁ ପ୍ରଦାନ କରିଛନ୍ତି l ଏହି କମିଟି ରୋଜ ଭେଲୀ ସ୍କାମର ପୀଡିତଙ୍କୁ ଜମା ଅର୍ଥ ଫେରସ୍ତ ନିମନ୍ତେ ଗଠନ କରାଯାଇଛି l

ସ୍କାମରେ ପୀଡିତ 31 ଲକ୍ଷ ମଧ୍ୟରୁ 7.5 ଲକ୍ଷ ଜମାକାରୀଙ୍କୁ ଏହି ଅର୍ଥ ମିଳିବ l

ଇଡି ଏହି ନଗଦ ଟଙ୍କା 2015-17 ମଧ୍ୟରେ ବିଭିନ୍ନ ବ୍ୟାଙ୍କରେ ଚଢ଼ାଉ କରି 2987ଟି ବ୍ୟାଙ୍କ ଆକାଉଣ୍ଟ ଜବତ କରି ଏହି ଅର୍ଥ ଉଦ୍ଧାର କରିଥିଲା l ଏହି ଅର୍ଥ ରାଶିକୁ ଇଡି 700 ଫିକ୍ସଡ ଡିପୋଜିଟରେ ରଖିଥିଲା l

ପୂର୍ବରୁ ଇଡି କମିଟିକୁ 22 କୋଟି ଜବତ ନଗଦ ଟଙ୍କା ରାଶି ପ୍ରଦାନ କରିଥିଲା l ସେହି ଅର୍ଥ 32,319 ଜଣ ଜମାକାରୀଙ୍କୁ ଫେରସ୍ତ ଦିଆ ଯାଇଛି l

ଇଡି ରୋଜଭେଲୀର 1172 କୋଟି ଟଙ୍କାର ସମ୍ପତି ଯାହାର ବର୍ତମାନ ମୂଲ୍ୟ 2000 କୋଟି ଟଙ୍କା ହେବ ଜବତ କରିଥିଲା l ଏହି ସମ୍ପତ୍ତିର ବିକ୍ରିବଟା ହୋଇ କିଭଳି ଜମାକାରୀଙ୍କୁ ଫେରସ୍ତ ଦିଆଯିବ ତାହାର ନ୍ୟାୟିକ ପ୍ରକ୍ରିୟା ଚାଲୁଅଛି l

ରୋଜ ଭେଲୀ ଜମାକାରୀଙ୍କ ପାଖରୁ ମୋଟ 17,520 କୋଟି ଟଙ୍କା ଛଞ୍ଚକତା କରି କରିଥିଲା l ଏଥି ମଧ୍ୟରୁ 6,666 କୋଟି ଟଙ୍କା କମ୍ପାନୀ ଜମାକାରୀଙ୍କୁ ଫେରସ୍ତ ଦେଇ ନଥିଲା l ଇଡି ତରଫରୁ କମ୍ପାନୀ ବିରୋଧରେ ପାଞ୍ଚ ଟି ମାମଲା ରୁଜ୍ଜୁ କରି କରିଥିଲା l

 

Leave a Reply

Your email address will not be published. Required fields are marked *

Trending

Exit mobile version